Appleର ପ୍ରାଇଭେସି ଫିଚ୍ରକୁ ନେଇ Facebook ଖପ୍ପା, ଆପଲ୍ ପେଜ୍ରୁ ହଟାଇଲା ବ୍ଲୁ ଟିକ୍
24/12/2020 at 5:13 PM

ନୂଆଦିଲ୍ଲୀ ୨୪/୧୨: Apple ଓ Facebook ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି। ଦୁଇ କମ୍ପାନୀ ମଧ୍ୟରେ ବିବାଦ ଏକ ଗୋପନୀୟ ଫିଚରକୁ ନେଇ ସୃଷ୍ଟି ହୋଇଥିଲା। ଆପଲ୍ ଦ୍ବାରା ଆଇଓଏସ୍ ୧୪ରେ ଏକ ପ୍ରାଇଭେସି ଫିଚ୍ର ଦେଇଛି ଯାହାକୁ ନେଇ ନାରାଜ ଅଛି ଫେସ୍ବୁକ୍। ତେବେ ବିବାଦ ବଢ଼ୁଥିବା ବେଳେ ଫେସ୍ବୁକ ପକ୍ଷରୁ ଆପଲ୍ ଫେସ୍ବୁକ୍ ପେଜ୍ରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି। ଏହାର ଅର୍ଥ ଆପ୍ଲର ଅଫିସିଆଲ୍ ଫେସ୍ବୁକ୍ ପେଜ୍ ଭେରିଫାଏଡ୍ ନୁହେଁ।

ଅନ୍ୟପଟେ ଆପଲ୍ ୟୁଜର୍ସଙ୍କ ଡାଟା ଟ୍ରାକ୍ କରିବାକୁ ଫେସବୁକ୍କୁ ରୋକୁନାହିଁ ବରଂ ନିଜର ୟୁଜର୍ସଙ୍କୁ ଚୟସ୍ ଦେଉଛି କି ନିଜର ଡାଟା ଟ୍ରାକ୍ ହେବା ଦରକାର କି ନୁହେଁ। ଏନେଇ ପୂର୍ବରୁ ଆପଲ୍ ସିଇଓ ଟିମ୍ କୁକ୍ କହିଥିଲେ। ଏହାର ଅର୍ଥ ଆପଲ୍ ୟୁଜର୍ ନିଜ ଇଚ୍ଛା ଅନୁଯାୟୀ ଫେସ୍ବୁକକୁ ଡାଟା ଟ୍ରାକ୍ କରିବାକୁ ଦେଇପାରିବେ। ଫେସ୍ବୁକ କିନ୍ତୁ ଆଉ ମନମାନୀ କରିପାରିବ ନାହିଁ।
ଆପଲର ଯେଉଁ ଫିଚର ପାଇଁ ଫେସବୁକ୍ ନାରାଜ ରହିଛି ସେହି ଫିଚ୍ର ଭାରତର କିଛି ୟୁଜରଙ୍କୁ ମିଳିସାରିଛି। ଏହାର ଅପଗ୍ରେଡ୍ ଭର୍ଜନରେ ସମସ୍ତ ୟୁଜରଙ୍କୁ ନୂଆ ଫିଚର ମିଳିବ ବୋଲି ଆପଲ୍ କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ତେବେ ପେଜ୍ରୁ ଭେରିଫିକେସନ୍ ହଟାଇଦିଆଯିବା ପରେ ଆପଲ୍ କିମ୍ବା ଫେସ୍ବୁକ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ପ୍ରକୃତରେ ଫେସ୍ବୁକ ନିଜ ଆପ୍ ୟୁଜ କରୁଥିବା ୟୁଜରଙ୍କୁ ଟାର୍ଗେଟେଡ୍ ଆଡ୍ କିମ୍ବା ପର୍ସନାଲାଇଜ୍ଡ୍ ଆଡ ପାଇଁ ଟ୍ରାକ୍ କରୁଛି। ଏହାର ଅର୍ଥ ୟୁଜରଙ୍କ ଡିଟେଲ୍ସ ନେଇ ଅନ୍ୟ ବିଜନେସ୍ ପାଇଁ ବିକ୍ରି କରୁଛି। ଆପଲ୍ର ନୂଆ ପ୍ରାଇଭେସି ଫିଚ୍ର ମାଧ୍ୟମରେ ଜଣେ ୟୁଜର ଯେତେବେଳେ କୌଣସି ଆପ୍ ନିଜ ଫୋନ୍ରେ ପ୍ରଥମେ ଓପନ୍ କରିବେ ସେତିକି ବେଳେ ଏକ ଅପ୍ସନ ଆସିବ। ଏହି ଅପ୍ସନ ଉପରେ କ୍ଲିକ୍ କଲେ ଫେସ୍ବୁକ କିମ୍ବା ଅନ୍ୟ ଆପ୍ ୟୁଜରଙ୍କ ଡାଟା ଟ୍ରାକ୍ କରିପାରିବ ନାହିଁ।