ଚାଇନାକୁ ଆପଲ୍ ଝଟକା : ଗୋଟିଏ ଦିନରେ ୩୯୦୦୦ ଗେମିଂ ଆପ୍‌କୁ କଲା ଡିଲିଟ୍

Published By : Prameya-News7 Bureau | December 31, 2020 IST

ହଂକଂ ୩୧/୧୨ : ଲୋକପ୍ରିୟ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ‘ଆପଲ’ ଗୁରୁବାର ପ୍ରାୟ ୩୯୦୦୦ ଚାଇନା ଗେମିଂ ଆପକୁ ବ୍ୟାନ୍ କରିଛି । ଗୋଟିଏ ଦିନରେ ବିଶ୍ବର ଏହା ସବୁଠାରୁ ଅଧିକ ବ୍ୟାନ କରିଥିବା ଆପ୍ । ଏହା ସହ ସମସ୍ତ ଗେମ୍‌ ପ୍ରସାରଣ ସଂସ୍ଥାମାନଙ୍କୁ ଲାଇସେନ୍ସ ପଞ୍ଜିକରଣ ପାଇଁ ଏକ ଡେଡ୍‌ଲାଇନ ମଧ୍ୟ ଦେଇଛି ଆପଲ ।

ମୋଟ ୩୯ ହଜାର ଗେମ୍ ସହ ପ୍ରାୟ ୪୬ ହଜାର ଆପକୁ ବହିଷ୍କାର କରିଛି ଆପଲ । ଆପଲ ଷ୍ଟୋରରେ ଥିବା ପ୍ରାୟ ୧୫ ଶହ ପେଡ୍ ଗେମ୍‌ ମଧ୍ୟରୁ ମାତ୍ର ୭୪ଟି ଆପ୍‌ର ଆଇନଗତ କାଗଜପତ୍ର ଠିକ ଥିବା ସୂଚନା ମିଳିଛି । ତେବେ ଆପଲ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ । ସରକାରୀ ଅନୁମତି ପ୍ରାପ୍ତ ଲାଇସେନ୍ସ ପୈଠ କରିବା ପାଇଁ ଗେମ୍‌ ପ୍ରସାରଣ ସଂସ୍ଥାମାନଙ୍କୁ ଜୁନ୍ ମାସ ଯାଏଁ ସମୟ ଦେଇଥିଲା ଆପଲ ।

ଏହା ପ​‌ରେ ପୁନଶ୍ଚ ଏହି ଡେଡ୍ ଲାଇନ୍‌କୁ ଡିସେମ୍ବର ୩୧ ଯାଏଁ ଘୁଞ୍ଚାଇ ଦେଇଥିଲା । ତେବେ ଉପଯୁକ୍ତ ଗାଇଡଲାଇନ୍ ଅନୁପାଳନ ନକରିବାରୁ ଆପଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତଥାପି କେବଳ ଏକ ଦେୟ ଲାଇସେନ୍ସ ପ୍ରାପ୍ତ ଗେମ୍‌ଗୁଡିକ ଗ୍ରହଣ କରିବା ପାଇଁ ଏହି ପ୍ରମୁଖ ପିଭଟ୍ ନିଷ୍ପତ୍ତି ନେଇଛି ।  ଚାଇନାର ଚଳିତ ବର୍ଷ ଅନୁମୋଦିତ ଅତି କମ୍ ସଂଖ୍ୟକ ବିଦେଶୀ ଗେମ୍‌ ଲାଇସେନ୍ସ ସହିତ ଆପଲ କମ୍ପାନୀ ମଧ୍ୟରେ ବ୍ୟବସାୟ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.