ପୁଣି ଥରେ ନିଲାମ ହେବ ଆପଲ୍‌ର ସହପ୍ରତିଷ୍ଠାତା ଷ୍ଟିବ୍‌ ଜବ୍ସଙ୍କ ପ୍ରଥମ ଜବ୍‌ ଆପ୍ଲିକେସନ୍, ଏମିତି ଥିଲା ତାଙ୍କ ଆବେଦନ ପତ୍ର

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨/୭: ଆପଲ୍‌ କମ୍ପାନୀକୁ କିଏ ବା ନଜାଣେ। ଆଉ ଆପଲ୍‌ କଥା ଆସିଲେ ଷ୍ଟିବ୍‌ ଜବ୍ସଙ୍କ ସମ୍ପର୍କରେ ଚର୍ଚ୍ଚା ହେବା ବି ସ୍ବାଭାବିକ। କମ୍ପାନୀର ସହପ୍ରତିଷ୍ଠାତା ଷ୍ଟିବ୍‌ ଜବ୍ସ ଦିନେ ସାଧାରଣ ମଣିଷଟିଏ ପରି ଗୁଜୁରାଣ ମେଣ୍ଟାଇବାକୁ ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡ଼ିଥିଲେ। ଚାକିରୀ ଖଣ୍ଡେ ପାଇଁ ଆବେଦନ ମଧ୍ୟ କରିଥିଲେ। ଏବେ ତାଙ୍କର ପ୍ରଥମ ଚାକିରୀ ଆବେଦନର ଫଟୋ ସାମ୍ନାକୁ ଆସିଥିବା ବେଳେ ନିଲାମ ହେବାକୁ ଯାଉଛି।   

୧୯୭୩ ମସିହାରେ ଷ୍ଟିବ୍‌ ଏହାକୁ ନିଜ ହାତରେ ଲେଖିଥିଲେ। ତେବେ ଗୋଟିଏ ପୃଷ୍ଠାର ଏହି ଆବେଦନ ପତ୍ରରେ ସେ କେଉଁ ପୋଷ୍ଟ ଏବଂ କେଉଁ କମ୍ପାନୀରେ ଆବେଦନ କରିଥିଲେ ସେନେଇ ଉଲ୍ଲେଖ ନାହିଁ। ୨୦୧୮ରେ ଏହାର ନିଲାମ କରି ୧୭୫୦୦୦ ଡଲାର ମିଳିଥିଲା। ଆଜିର ଦିନରେ ଭାରତୀୟ ମୂଦ୍ରାରେ ଏହି ଅର୍ଥ ରାଶି ୧.୨୭ କୋଟି ଟଙ୍କା ହେବ। ଚାର୍ଟରଫିଲ୍ଡ ଏହାକୁ ୨୪ ଫେବୃଆରୀରୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ନିଲାମୀ ପାଇଁ ଲିଷ୍ଟ କରିବ। ଏହି ଆଦେନରେ ଷ୍ଟିବ୍‌ ନିଜର ସ୍କିଲ୍‌ ଭାବେ ‘କମ୍ପ୍ୟୁଟର’ଏବଂ ‘କ୍ୟାଲକୁଲେଟର’ ଉଲ୍ଲେଖ କରିଥିଲେ ।

ଏହା ବ୍ୟତୀତ ଡିଜାଇନ୍‌ ଏବଂ ଟେକନୋଲୋଜି ସମ୍ପର୍କରେ ମଧ୍ୟ ଲେଖା ଅଛି। ନିଜର ସ୍ବତନ୍ତ୍ର ଦକ୍ଷତା ଭାବେ ‘ଇଲେକଟ୍ରୋନିକ୍ସ’ ଏବଂ ‘ଟେକ୍‌ ଡିଜାଇନ୍‌ ଇଞ୍ଜିନିୟର’ ଲେଖିଥିଲେ ଷ୍ଟିବ୍‌।  

{"id":484320,"width":732,"height":487,"sizeSlug":"large","linkDestination":"none"}

 ଚାଟରଫିଲ୍ଡସ୍‌ ପକ୍ଷରୁ ଲେଖାଯାଇଛି, ‘ ଷ୍ଟିବ୍‌ଙ୍କ ଏହି ଚାକିରୀ ଆବେଦନ ପୋର୍ଟଲ୍ୟାଣ୍ଡର ରିଡ୍‌ କଲେଜ୍‌ରୁ ପାଠ ପଢ଼ା ଛାଡ଼ିବା ସମୟର ହୋଇଥାଇପାରେ। ଏହାର ବର୍ଷକ ପରେ ସେ ଜଣେ ଟେକନିସିଆନ୍‌ ଭାବେ ଅଟାରିରେ ଯୋଗ ଦେଇଥିଲେ। ସେଠାରେ ଷ୍ଟିବ୍‌ ଓ୍ବଜନିୟାକଙ୍କ ସହ ଜବ୍ସ କାର୍ଯ୍ୟ କରୁଥିଲେ। ୧୯୭୬ରେ ଦୁଇ ଜଣ ମିଶି ଆପଲ୍‌ର ପ୍ରତିଷ୍ଠା କରିଥିଲେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.