କୋଟିପତି ଆପଲ ସିଇଓ ଟିମ୍ କୁକ୍ ଦାନ କରିବେ ଶହଶହ କୋଟି

Published By : Prameya-News7 Bureau | August 11, 2020 IST

ନ୍ୟୁୟର୍କ, ୧୧|୦୮ କରୋନା ଜନିତ ଲକଡାଉନ୍ ମଧ୍ୟରେ ଟେକ୍ ଜିଆଣ୍ଟ ଆପଲ୍ ଭଲ ବ୍ୟବସାୟ କରିଛି । କମ୍ପାନୀର ମାର୍କେଟ ଭାଲ୍ୟୁ ୧.୯ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଗତ ସପ୍ତାହରେ ଆଇଫୋନ୍ ମାର୍କେଟ୍ ବିଶ୍ୱର ସବୁଠାରୁ ବଡ ତୈଳ କମ୍ପାନୀ ସାଉଦି ଆରାମକୋକୁ ମାତ୍ ଦେଇ ଏକ ନମ୍ବର କମ୍ପାନୀ ହୋଇଥିଲା ।

ଏବେ ଆପଲ୍ ବିଶ୍ୱର ଅନ୍ୟ କମ୍ପାନୀ ତୁଳନାରେ ଅଧିକ ଦାମୀ ହୋଇଯାଇଛି । ଏହାର ସିଇଓ ଟିମ୍ କୁକ୍ ମଧ୍ୟ ଆରବପତି ହୋଇଯାଇଛନ୍ତି । ସେ ଆପଲ ପ୍ରତିଷ୍ଠାତା ଷ୍ଟିଭ୍ ଜବସଙ୍କ ପରେ କମ୍ପାନୀର ଦାୟିତ୍ୱ ନେଇଥିଲେ ।

ଷ୍ଚିଭ୍ ଜବସଙ୍କ ମୃତ୍ୟୁ ସମୟରେ ଆପଲର ମାର୍କେଟ୍ ଭାଲ୍ୟୁ ୩୫୦ ମିଲିୟନ ଡଲାର ଥିଲା । ଏବେ ଏହା ପ୍ରାୟ ୨ ଟ୍ରିଲିୟନ ଡଲାରରେ ପହଁଚିଛି । ସେହିପରି ଟିମ୍ କୁକଙ୍କ ମୋଟ୍ ସମ୍ପତ୍ତି ମଧ୍ୟ ୧ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।ଏନେଇ ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ୫୯ ବର୍ଷୀୟ କୁକ୍ କମ୍ପାନୀର ସିଇଓ ଭାବେ ଦାୟିତ୍ୱ ନେଇଥିଲେ । କିନ୍ତୁ ସେ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ନଥିଲେ । ୨୦୧୫ରେ ସେ କମ୍ପାନୀକୁ ଏକ ନୂଆ ଶିଖରରେ ପହଁଚାଇବାକୁ ଲକ୍ଷ୍ୟ ରଖିଥିଲେ । ସେହି ସମୟରେ ତାଙ୍କର ମୋଟ୍ ସମ୍ପତ୍ତି ୧ ବିଲିୟନ ଡଲାରରୁ କମ୍ ଥିଲା । ଏପରିକି ସେ ଅନେକ ଚାରିଟୀରେ ମଧ୍ୟ ଅର୍ଥ ପ୍ରଦାନ କରିଥିଲେ । ଏବେ ମଧ୍ୟ ସେ ନିଜର ସମ୍ପତ୍ତି ଦାନ କରିଦେବେ ବୋଲି କହିଛନ୍ତି ।

ଗୋଟିଏ ପଟେ ଫେସବୁକ, ଆମାଜନ, ଗୁଗୁଲ, ନେଟଫ୍ଲିକ୍ସର ସେୟାର ଭାଲ୍ୟୁ ବୃଦ୍ଧି ପାଇଥିବା ବେଳେ ଆପଲର ଅଧିକ ବୃଦ୍ଧି ପାଇଛି । ନିକଟରେ ଏକ ରିପୋର୍ଟରେ କେବଳ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ ଓ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପତି ୧୦୦ ବିଲିୟନ ଡଲାରରୁ ଅଧିକ ଥିବା ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.