ଚୀନରୁ ଭାରତକୁ ଆସୁଥିଲା ଆମେରିକୀୟ କମ୍ପାନୀ ଏପଲ୍ ଓ ଡେଲ୍ ପ୍ରଡକ୍ଟ : ଇଣ୍ଡିଆନ୍ ପୋର୍ଟସରେ ଅଟକାଇ ଦିଆଗଲା କଣ୍ଟେନର୍

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬/୦୬ : ଲଦାଖରେ ଭାରତ ଚୀନ ମଧ୍ୟରେ ହୋଇଥିବା ହିଂସା ଘଟଣା ଓ ଭାରତୀୟ ସେନା ଶହୀଦ ହେବାପରେ ବର୍ତ୍ତମାନ ଆମେରିକା କମ୍ପାନୀ ଏପଲ, ଡେଲ ଏବଂ ସିସ୍କୋର ଉତ୍ପାଦ ଚୀନରୁ ଭାରତକୁ ଅଣାଯାଉଥିଲା | କିନ୍ତୁ ତାକୁ ଇଣ୍ଡିଆନ ପୋର୍ଟସ ରେ ଅଟକାଇ ଦିଆଯାଇଛି | ରିପୋର୍ଟ ଅନୁଯାୟୀ, କୌଣସି ସରକାରୀ ନୋଟିସ ଜାରି କରାନଯାଇ ଏହି ଉତ୍ପାଦଗୁଡିକୁ ଭାରତକୁ ଆନଯାଉଥିଲା | ସେଥିପାଇଁ କଷ୍ଟମ ଅଧିକାରୀ ଚୀନରୁ ଆସୁଥିବା କଣ୍ଟେନରଗୁଡିକୁ ଅଟକାଇ ଦେଇଛନ୍ତି | କଷ୍ଟମ ଅଧିକାରୀ ସରକାରଙ୍କ ଠାରୁ ଅତିରିକ୍ତ ମଞ୍ଜୁରୀ ଦାବି କରିଛନ୍ତି |

{"id":291748,"sizeSlug":"large"}

ଗତ ସପ୍ତାହରେ ଲଦାଖ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ଏହି ଉଭୟ ସେନା ମଧ୍ୟରେ ହିଂସା ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ | ଭାରତୀୟ ଯବାନ ଶହୀଦ ହେଵପରେ ଦେଶରେ ଚୀନ ସାମଗ୍ରୀ ବହିଷ୍କାର କରିବା ନିଆଁ ଜୋର ଧରିଛି | ବିଭିନ୍ନ ଜାଗାରେ ଚୀନ ସାମଗ୍ରୀ ବହିଷ୍କାର ନେଇ ଅଭିଯାନ ମଧ୍ୟ ହୋଇଛି | ସେଥିପାଇଁ ଚୀନରୁ ଆସୁଥିବା ସାମଗ୍ରୀକୁ ମଧ୍ୟ ଅଟକାଇ ଦିଆଯାଇଥିଲା | ସେ ଆମେରିକା କମ୍ପାନୀର ହୋଇଥିଲେ ମଧ୍ୟ ଚୀନରୁ ଆସୁଥିବା ତାକୁ ଅକଟାଇ ଦିଆଯାଇଥିଲା | ବର୍ତମାନ ପରିସ୍ଥିତିରେ ଚୀନରୁ ଯେକୌଣସି ସାମଗ୍ରୀ ଭାରତକୁ ନେଇ ଆସିବା ସହଜ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.