Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଏବେ ଗୁଗୁଲ ଓ ଆପଲ୍ ଲଞ୍ଚ୍ କଲେ କୋଭିଡ-୧୯ ଟ୍ରେସିଂ ଆପ୍ଲିକେସନ, ଆଇଓଏସ ଓ ଆଣ୍ଡ୍ରୋଏଡ୍ ୟୁଜରଙ୍କ ପାଇଁ ହେବ ଉପଲବ୍ଧ

21/05/2020 at 9:11 PM

ନ୍ୟୁୟର୍କ, ୨୧|୦୫:  ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି  । ଏହା ମଧ୍ୟରେ ଗୁଗୁଲ ଓ ଆପଲ୍ କରୋନା ଚିହ୍ନଟ ପାଇଁ ଆପ୍ଲିକେସସନ ବିକଶିତ କରିଛନ୍ତି । ଉଭୟ କମ୍ପାନୀ ମିଳିତ ଭାବେ ଏ ଦିଗରେ କାମ କରି ଆପ୍ଲିକେସନକୁ ୟୁଜରଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ଏହା ବ୍ଲୁଟୁଥ୍ ସାହାଯ୍ୟରେ କାମ କରିଥାଏ ।

ଏହି ଆପ୍ଲିକେସନ ବିଭିନ୍ନ ଡାଟାକୁ ଏକାଠି କରି ୟୁଜରଙ୍କୁ ସୂଚନା ଦେବ । ଯେତେବେଳେ କୌଣସି ସ୍ଥାନରେ କେହି ସଂକ୍ରମିତ ଜଣାପଡନ୍ତି ଏହା ଡାଟା ସଂଗ୍ରହ କରି ଅନ୍ୟ ୟୁଜରଙ୍କୁ ଜଣାଇବ । ତେବେ ସଂକ୍ରମିତଙ୍କ ପରିଚୟ ପ୍ରଘଟ କରାଯିବ ନାହିଁ । ଏହାସହ କୌଣସି ୟୁଜର ସଂକ୍ରମିତଙ୍କ ନିକଟତର ହେଲେ ବା ସଂକ୍ରମିତ ଅଞ୍ଚଳକୁ ଗସ୍ତ କଲେ ଏହା ଆଲର୍ଟ କରିବ ।

ତେବେ କିଛି ବିଶେଷଜ୍ଞ ଏହି ଆପ୍ଲିକେସନକୁ ସମାଲୋଚନା କରିଛନ୍ତି । ଏହା ୟୁଜରଙ୍କ ଗୋପନୀୟତା ଉଲଙ୍ଘନ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଗୁଗୁଲ ଓ ଆପଲକୁ ୨୨ଟି ଦେଶ ଏହି ଆପ୍ଲିକେସନର ଆକସେସ୍ ଅନୁମତି ମାଗିଛନ୍ତି ।

ଏହି ଆପ୍ଲିକେସନରେ ୟୁଜରଙ୍କୁ ନୋଟିଫିକେସନର ବିକଳ୍ପ ମିଳିବ । ୟୁଜର ଚାହିଁଲେ ନୋଟିଫିକେସନକୁ ବନ୍ଦ ମଧ୍ୟ କରିପାରିବେ । ଏହି ଆପ୍ ୟୁଜରଙ୍କ କରେଣ୍ଟ୍ ଲୋକେସନର ଡାଟା ସଂଗ୍ରହ କରିବ ନାହିଁ । ଏହାସହ କୌଣସି ସଂକ୍ରମିତ ଏହି ଆପ୍ ଜରିଆରେ ମଧ୍ୟ ରିପୋର୍ଟ କରିପାରିବେ । 

   Related Posts