Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ନକରିବା ପାଇଁ ଭାରତୀୟ ସୁରକ୍ଷା ଅଧିକାରୀଙ୍କ ଅନୁରୋଧ

28/02/2019 at 10:39 AM

ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନରେ ତାଙ୍କୁ ଆହାତ କରି ତାଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ କରାଯାଉଛି। ତେବେ ଭାରତୀୟ ସୁରକ୍ଷା ଅଧିକାରୀମାନେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ନକରିବାକୁ ଅନୁରୋଧ କରିଛନ୍ତି।

ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ୫ଟି ଭିଡିଓ କରିଛନ୍ତି। ସେହି ଭିଡିଓ ଜରିଆରେ ଭାରତ ଉପରେ ମାନସିକ ଚାପ ସୃଷ୍ଟି ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ କରୁଛି ।  ହ୍ୱାଟ୍‌ସଅପ, ଟୁଇଟର, ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ଭିଡିଓ ସେଆର କରୁଛନ୍ତି। ସମଗ୍ର ଭାରତବାସୀ, ଭାରତୀୟ ସେନା ଓ ଭାରତୀୟ ଅଧିକାରୀ ଭିଡିଓକୁ ଦେଖି ନିରୁତ୍ସାହିତ ହେବେ ବୋଲି ଏହି ଭିଡିଓ ପାକିସ୍ତାନୀ ମାନେ ଭାଇରାଲ କରିଛନ୍ତି।

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ ଓ ତାଙ୍କ ସହ କରାଯାଉଥିବା ଦୁର୍ବ୍ୟବହାର ଦେଖି ଭାରତୀୟ ମାନେ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି। ପାକିସ୍ତାନକୁ ଖରାପ ଦେଶର ନାଁ ଦିଆଯାଇଛି। ଅଭିନନ୍ଦନଙ୍କ ସହ ହୋଇଥିବା ବ୍ୟବହାର ଭିଡିଓରେ ଦେଖି ପାକିସ୍ତାନକୁ କଳଙ୍କିତ ଦେଶ ମଧ୍ୟ କୁହାଯାଇଛି।

ପାକିସ୍ତାନ ବାୟୁସେନାର ଏକ ଏଫ-୧୬ ବିମାନ ଭାରତରେ ପ୍ରବେଶ କରିଥିଲା । ଏହା ଦ୍ୱାରା ଭାରତୀୟ ବାୟୁସେନା ଏହାର ଜବାବ ଦେଇଥିଲା । ପାକିସ୍ତାନ ବିମାନକୁ ଭାରତୀୟ ବାୟୁସେନା ଖସାଇଦେଇଥିଥିଲା । ଅପରପକ୍ଷରେ ଭାରତର ଦୁଇଟି ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବୀ କରିଛି । ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭାରତୀୟ ସୀମାରେ ପଡିଥିବାବେଳେ ଅନ୍ୟଟି ପାକିସ୍ତାନ ସୀମାରେ ପଡିଥିଲା ବୋଲି ପାକିସ୍ତାନ ଦାବି କରିଛି ।

 ପାକିସ୍ତାନ ପଟେ ପଡିଥିବା ବିମାନର ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଥିଲେ । ବିମାନ କ୍ରାସ କରିଯିବା ପରେ ସେ ପାରାଚୁଟ ଯୋଗେ ଖସିବାବେଳେ ତାଙ୍କୁ ପାକ ସେନା ଗିରଫ କରିଥିବା ପାକିସ୍ତାନ ଦାବି କରିଛି । ଭାରତୀୟ ଅଧିକାରୀମାନେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ ଓ ଫଟୋ ଭାଇରାଲ କରିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ଇତିମଧ୍ୟରେ ଅଭିନନ୍ଦନ ବର୍ତ୍ତମାନଙ୍କୁ ମୁକ୍ତ କରିବା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି । ଚେନ୍ନାଇରେ ରହୁଥିବା ଅଭନନ୍ଦନ ବର୍ତ୍ତମାନଙ୍କ ପରିବାର ମଧ୍ୟ ଗଣ ମାଧ୍ୟମରୁ ଏହି ଭିଡିଓ ଦେଖି ବ୍ୟଥିତ ହୋଇଛନ୍ତି । ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଛାଡିବା ପାଇଁ ଅପିଲ କରାଯାଇଛି । ସୂଚନାଯୋଗ୍ୟ ଯେ, ଯୁଦ୍ଧବନ୍ଧୀଙ୍କ ସମ୍ପର୍କରେ ରହିଥିବା ଆନ୍ତର୍ଜାତିକ ନିୟମ ଓ ଜାତିସଂଘର ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ଅଭିନନ୍ଦନଙ୍କ ସହ କୌଣସି ଖରାପ ବ୍ୟବହାର କରିବା କଥା ନୁହେଁ ଏବଂ ତାଙ୍କୁ ସସମ୍ମାନେ ଭାରତରେ ପହଞ୍ଚାଇଦେବା କଥା ।  

   Related Posts