ଭାରତ ଇତିହାସରେ ପ୍ରଥମ ଘଟଣା: ସିବିଆଇ ଦ୍ବିତୀୟ ମୁଖ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଜାଣନ୍ତୁ କେମିତି ହୋଇଥିଲା ଲାଂଚକାରବାର
22/10/2018 at 7:32 PM

ନୂଆଦିଲ୍ଲୀ;୨୨/୧୦- ସିବିଆଇ ଦ୍ଵିତୀୟ ମୁଖ୍ୟଙ୍କ ବିରୋଧରେ ଲାଂଚ ଅଭିଯୋଗ ଆସିବା ଭାରତ ଇତିହାସର ପ୍ରଥମ ଘଟଣା । ଏହି ଅଭିଯୋଗଟି ଉଠିଛି ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ନାଁରେ , ଯାହା ଖୋଦ ସିବିଆଇ ଉଠାଇଛି ।
ସିବିଆଇର ଦ୍ବିତୀୟ ମୁଖ୍ୟ ରାକେଶ ଆସ୍ଥାନା ମାଂସ ରପ୍ତାନିକାରୀ ମୋଏନ କ୍ୟୁରେସି ଘଟଣାର ତଦନ୍ତ କରୁଥିବା ବେଳେ ସତୀଶ ବାବୁ ସାନାଠାରୁ ଲାଂଚ ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଖୋଦ ଲାଂଚ ଦେଇଥିବା ସତୀଶ ବାବୁ ସାନା ଅଭିଯୋଗ କରିଥିବାରୁ ଏହାକୁ ଗୁତ୍ବର ସହ ନିଆଯାଉଛି ।
୧୫ ଅକ୍ଟୋବର ୨୦୧୮ରେ ଭାରତୀୟ ପିଂଗଳ କୋଡ଼ର ୧୨୦ବି , ସେକ୍ସନ ୭, ୧୩/୨ , ୧୩(୧)(ଡ଼ି) ଧାରା ଅନୁସାରେ ଦାୟର କରାଯାଇଛି ।
ଅସ୍ଥାନା ଓ ଅନ୍ୟ ତିନିଜଣଙ୍କ ବିରୋଧରେ ଦାୟର ୧୧ ପୃଷ୍ଠା ସଂବଳିତ ଏତାଲାରେ ଅଭିଯୋଗକାରୀ ସାନା ର ସମସ୍ତ ବୟାନ ଉଲ୍ଲେଖ କରାଯାଇଛି ।
ଆସ୍ଥାନଂକ ବ୍ୟତୀତ ଏହି ମାମଲାର ଅନ୍ୟ ୩ ଜଣ ଅଭିଯୁକ୍ତମାନେ ହେଲେ ସିବିଆଇର ଉପ ଆରକ୍ଷୀ ଅଧିକ୍ଷକ ଦେବେନ୍ଦର କୁମାର , ଅସ୍ଥାନହ୍କ ତରଫରୁ ଲାଂଚ ଗ୍ରହଣ କରିଥିବା ମଧ୍ୟସ୍ଥି ମନୋଜ ପ୍ରସାଦ ଓ ସୋମେଶ ପ୍ରସାଦ । ଡିଏସପି ଦେବେନ୍ଦ୍ର କୁମାରଙ୍କୁ ଆଜି ପୋଲିସ ଗିରଫ କରିଥିବାବେଳେ ୧୬ ଅକ୍ଟୋବରରେ ଏହି ଲାଂଚ ଦେବାନେବାର ମଧ୍ୟସ୍ଥି କାରବାର କରୁଥିବା ମନୋଜ ପ୍ରସାଦଂକୁ ଦୁବାଇରୁ ଫେରୁଥିବା ବେଳେ ଗିରଫ କରାଯାଇଥିଲା । ରବିବାର ଦିନ ସିବିଆଇ ଦେବେନ୍ଦର କୁମାରଂକ ବାସଭବନରୁ ଚଢ଼ାଉ କରି ୮ଟି ମୋବାଇଲ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି ।
ଅନ୍ୟପଟେ ଗୋଟେ ସରକାରୀ ସୂତ୍ରରୁ ଜଣାଯାଇଛି ଯେ , ଅଗଷ୍ଟରେ ୨୪ ତାରିଖରେ କ୍ୟାବିନେଟ ସେକ୍ରେଟାରୀଂକ ପାଖକୁ ଆସ୍ଥାନା ଗୋଟେ ଚିଠି ଲେଖିଛନ୍ତି । ଯେଉଁଥିରେ ଲେଖିଛନ୍ତି , ସେଇ ସମାନ କେସ୍ ପାଇଁ ସତିଶ ସାନା ମଧ୍ୟ ସିବିଆଇ ଡ଼ାଇରେକ୍ଟର ଆଲୋକ ବର୍ମାଂକୁ ୨ କୋଟି ଟଂକା ଦେଇଛନ୍ତି ।
ଏଇଠି ଗୋଟେ ପ୍ରଶ୍ନ ଉଠୁଛି ,ସେଇ ଏକା ଲୋକ ଠାରୁ ଏକା କେସ୍ ପାଇଁ କିଭଳି ସିବିଆଇ ଡ଼ାଇରେକ୍ଟର ଓ ସ୍ପେଶାଲ ସିବିଆଇ ଡ଼ାଇରେକ୍ଟର ଲାଂଚ ନେଇପାରୁଛନ୍ତି ? ଏହା କଣ ସମ୍ଭବ କି ।
ଏତାଲା କପିରେ କଣ ଲେଖା ଥିଲା
ସତିଶ ସାନା କହିବା ଅନୁସାରେ ତାଙ୍କ କଂପାନି ପାର୍ଟନର କ୍ୟୁରେସିଂକ ବିରୋଧରେ ଚାଲିଥିବା ମାମଲା ପରିପ୍ରେକ୍ଷୀରେ ତଦନ୍ତକାରୀ ସିବିଆଇର ଅଧିକାରୀ ଦେବେନ୍ଦ୍ର କୁମାର ତାଙ୍କୁ ବାରମ୍ବାର ଡ଼ାକି ତାଂକ ବୟାନ ରେକର୍ଡ଼ କରିଥଲେ । ତଥାପି କ୍ୟୁରେସିଂକ ବିରୋଧରେ ଥିବା ଏଇ ମାମଲାଟିର ସମାଧନ ହୋଇପାରୁ ନ ଥିଲା ।ସାନା କହିଛନ୍ତି ସିବିଆଇ ଦ୍ଵାରା ବାରମ୍ବାର ତାଂକୁ ସମନ କରାଯାଉଥିଲା ଓ ଜେରା ବେଳେ ସେଇ ସମାନ ପ୍ରଶ୍ନ ହିଁ ଦେବେନ୍ଦ୍ର କୁମାର ପଚାରୁଥିଲେ ।
ଇତି ମଧ୍ୟରେ ୨୦୧୭ ମସିହା ଡିସେମ୍ବର ମାସରେ ମନୋଜ ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ସହ ସାନାଙ୍କର ଦେଖା ହୋଇଥିଲା । ମନୋଜ ପ୍ରସାଦଙ୍କୁ ସାନା ୧୦ ବର୍ଷ ତଳୁ ଜାଣିଥିଲା । ଏହି ସାକ୍ଷାତବେଳେ ସିବିଆଇରେ ଚାଲିଥିବା ମାମଲା ସମ୍ପର୍କରେ ମନୋଜଙ୍କୁ ସାନା ସୂଚନା ଦେଇଥିଲେ । ସିବିଆଇରେ ବେଶ ପ୍ରଭାବ ଥିବା ନିଜ ସାନଭାଇ ସୋମେଶଙ୍କ ଜରିଆରେ ଏହି ମାମଲାର ସମାଧାନ କରିଦେବ ବୋଲି ମନୋଜ ତାଙ୍କୁ ପ୍ରତିଶୃତି ଦେଇଥିଲା । ତା ପରେ ସାନା ,ମନୋଜ ଓ ସୋମେଶ ତିନି ଜଣ ମିଟିଂରେ ବସିଥିଲେ । ସାନା କରିଥିବା ଅଭିଯୋଗ ଅନୁସାରେ ,ସୋମେଶ ମଧ୍ୟ ସେଇଠୁ ସିବିଆଇ ଅଫିସରଂକ ସହ ସିଧାସଳଖ ଟେଲିଫୋନରେ କଥା ହୋଇଥିଲେ । କଥା ହେବା ପରେ ସୋମେଶ ଆଶ୍ଵାସନା ଦେଇଥିଲା ଯେ , କିଛି ବ୍ୟସ୍ତ ହେବାର ନାହିଁ ସବୁ ସମାଧାନ ହେଇଯିବ ଓ କୌଣସି ନୋଟିସ ସିବିଆଇରୁ ଆଉ ଆସିବ ନାହିଁ । ତେବେ ସୋମେଶ କହିଥିଲେ ଏ ବାବଦକୁ ୫ କୋଟି ଦେବାକୁ ହେବ । ୩ କୋଟି ଆଗୁଆ ଦେବାକୁ ହେବ, ଆଉ ୨ କୋଟି ଚାର୍ଜସିଟ ପୂରଣ ବେଳେ ଦେବାକୁ ହେବ ।
ସାନା ଯେତେବେଳେ ସତ୍ୟତା ଜାଣିବାକୁ ଚାହିଁଲା , ସୋମେଶ ମଧ୍ୟ ସବୁ ସତ କଥା କହିଥିଲା । ସେ ତା ଉପସ୍ଥିତିରେ ଯାହା ସହ କଥା ହେଉଥିଲା ସେ ହେଉଛି ସିବିଆଇ ଅଫିସର ରାକେଶ ଆସ୍ଥାନ , ଯାହାଂକ ଫଟୋ ହ୍ଵାଟସଆପ ଡ଼ିପିରେ ଥିଲା ।
ପ୍ରଥମଥର ସେ ତା ଦୁବାଇ ଅଫିସରେ ୧କୋଟି ଏବଂ ୧.୯୫ କୋଟି ଦିଲ୍ଲୀର ପ୍ରେସ କ୍ଲବ ଅଫ ଇଣ୍ଡିଆର ପାର୍କିଂ ଜାଗାରେ ଦେଇଛନ୍ତି ବୋଲି ସାନା କହିଛନ୍ତି ।
ଫେବୃଆରୀରୁ ସେପ୍ଟେମ୍ବର ମଧ୍ୟରେ ସାନା ବାରମ୍ବାର ସିବିଆଇରୁ ନୋଟିସ ପାଇଥିଲେ । ସେପ୍ଟେମ୍ବର ୨୮ରେ ଯେତେବେଳେ ସେ ପ୍ୟାରିସ ଯାଇଥିଲେ ,ତାଂକୁ ଏୟାରପୋର୍ଟରେ ଅଟକାଯାଇଥିଲା । ତାଂକ ବିରୋଧରେ ସିବିଆଇରୁ ସର୍କୁଲାର ଅଛି ବୋଲି ଏୟାରପୋର୍ଟ ତରଫରୁ ସୂଚନା ଦିଆଯାଇଥିଲା । ତା ପରେ ସେ ମନୋଜ କୁମାରକୁ ଫୋନ କରିଥଲେ । ମନୋଜ କୁମାର ଆଉ ୨ କୋଟି ଦେଇନାହାଁନ୍ତି ବୋଲି ଏ ସବୁ ଅସୁବିଧା ହେଇଛି ବୋଲି କହିଥିଲେ । ପରେ ସେ ପୁଣି୨୫ ଲକ୍ଷ ମନୋଜ କୁମାରଂକୁ ଦେଇଥିଲେ ।
ସାନା ବାରମ୍ବାର ଟଂକା ଦେଇଥିଲେ ସୁଦ୍ଧା ସିବିଆଇ ଦ୍ଵାରା ସବୁଥର ନୋଟିସ ଆସୁଥିଲା । ସେ ବାଧ୍ୟ ହୋଇ ଏତାଲାରେ ଲେଖିଥଲା ଯେ, ସିବିଆଇ ଅଫିସର ସମେତ ତିନିଜଣଂକୁ ମୁଁ ବହୁତ ଟଂକା ଗୋଟେ ସିବିଆଇ କେସ୍ ରେ ଦେଲିଣି । କୌଣସି ସମାଧାନ ହୋଇପାରୁନାହିଁ । ମୋର ଯଦିଓ ଏହି କେସ୍ ସହ କିଛି ସଂପୃକ୍ତି ନାହିଁ । ମୋତେ ନ୍ୟାୟ ଦିଆଯାଉ । ସମସ୍ତ ପ୍ରମାଣ ମୋ ହ୍ଵାଟସଆପ୍ ରେ ମେସେଜ ଓ ଭୟେସ ରେକର୍ଡ଼ିଂ ଅଛି । ଦରକାର ପଡ଼ିଲେ କୋର୍ଟରେ ଦାଖଲ କରିପାରିବି ।
ଏଇ ଏତାଲାକୁ ଭିତ୍ତିକରି ସମସ୍ତ ଅଭିଯୁକ୍ତ ମାନଂକୁ ଧରିବାକୁ ଯେଉଁ ଖୋଳତାଡ଼ ଚାଲିଥିଲା , ଆଜି ଗିରଫ ହେଲେ ସିବିଆଇର ଉପ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦର କୁମାର ।ଆସ୍ଥାନା ଓ ସାନା ପ୍ରତ୍ୟକ୍ଷ ଭାବେ ଦେଖା ହୋଇ ନଥିଲେ ।
ସାନାର ଏତାଲାରେ ସେ ଆସ୍ଥାନାଂକ ସହ ସିଧାସଳଖ ଦେଖାହୋଇନାହିଁ ବୋଲି କହିଛି । ସମସ୍ତ ଡ଼ିଲ୍ କେବଳ ମନୋଜ ଓ ସୋମେଶ କରୁଥଲେ । କିନ୍ତୁ ଆସ୍ଥାନାଂକ ସହ ସବୁ ଯୋଗାଯୋଗ ଏମାନଂକର ଥିଲା ବୋଲି କହିଛି ।
ଆସ୍ଥାନା ହେଉଛନ୍ତି ଗୁଜୁରାଟର କ୍ୟାଡ଼ରର ଆଇଏସ ଅଫିସର । ସେ ବହୁତ ଗୁରୁତ୍ଵପୂର୍ଣ୍ଣ କେସ୍ ର ସେ ତଦନ୍ତ କରୁଥିଲେ । ଅଗଷ୍ଟାଓ୍ଵେଷ୍ଟଲ୍ୟାଣ୍ଡ ଚୋପର ସ୍କାମ ,ବ୍ୟାଂକ ଋଣ ଠକେଇରେ ବିଜୟ ମାଲ୍ୟା କେସ୍ ଓ ମୋଏନ କ୍ୟୁରେସି କେସ୍ ବି ଦେଖୁଥିଲେ ।