ମିଳିଲା ଏକାଧିକ କରୋନା ମାମଲା, ରାଜଧାନୀରେ ଆପାର୍ଟମେଣ୍ଟ୍‌ ସିଲ୍‌

Published By : Prameya-News7 Bureau | April 06, 2021 IST

ଭୁବନେଶ୍ୱର, ୦୬/୦୪: ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟ୍‌କୁ ସିଲ୍‌ କରିଛି ପ୍ରଶାସନ । ଟଙ୍କ ପାଣି ରୋଡ୍‌ ସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍‌ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

ସୂଚନା ଅନୁସାରେ, ଆପାର୍ଟମେଣ୍ଟ୍‌ରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍‌ କରାଯାଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୦ ଦିନ ଏହି ସିଲ୍‌ ବଳବତ୍ତର ରହିବ । ଆପାର୍ଟମେଣ୍ଟ୍‌ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ । ସେହିପରି ବାହାରୁ କେହି ଆପାର୍ଟମେଣ୍ଟ୍‌ ଭିତରକୁ ଯାଇପାରିବେ ନାହିଁ । କେବଳ ସ୍ୱୀକୃତି ଦିଆଯାଇଥିବା ମହାନଗର ନିଗମ ଅଧିକାରୀ ଭିତରକୁ ଯାଇପାରିବେ ବୋଲି ଏକ ବିଜ୍ଞପ୍ତି ଜାରି କରି ନିଗମ ଜଣାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.