ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଡି ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ହତ୍ୟା ଘଟଣା ପଛରେ ଜଘଣ୍ୟ ଷଡଯନ୍ତ୍ର

Published By : Prameya-News7 Bureau | April 24, 2019 IST

ଡେହେରାଡୁନ୨୪|୪: ଉତ୍ତରପ୍ରଦେଶର ପୂର୍ବତନ  ମୁଖ୍ୟମନ୍ତ୍ରୀ ଏନ ଡି ତିୱାରୀଙ୍କ  ପୁଅ ରୋହିତ ଶେଖର ତିୱାରୀଙ୍କ ହତ୍ୟା ଘଟଣାରେ ରୋହିତଙ୍କ ପତ୍ନୀ ଅପୂର୍ବା ଶୁକ୍ଲା ତିୱାରୀଙ୍କୁ ଗିରଫ କରାଯାଇଛି। ରୋହିତଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଯୋଗୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ  ରୋହିତଙ୍କୁ ହତ୍ୟା କରାଯାଥିବା ସନ୍ଦେହ ଘନିଭୁତ ହୋଇଥିଲା।

{"id":106697,"width":595,"height":332}

ପରେ ପୋଲିସ ମାମଲାରେ ଛାନଭିନ୍ କରିଥିଲା। ରୋହିତଙ୍କୁ ହତ୍ୟା ଘଟଣାରେ ପୋଲିସର ସନ୍ଦେହ ଅପୁର୍ବାଙ୍କ ଉପରକୁ ଯାଇଥିଲା। ଏହି ମାମଲାର  ତଦନ୍ତ କରୁଥିବାଦଳ ଅପୂର୍ବାଙ୍କୁ ୩ ଦିନ ପଚରାଉଚରା କରିବାପରେ ଆଜି ଗିରଫ କରିଛି। ଏପ୍ରିଲ ୧୬ରେ ରୋହିତ ଶେଖରଙ୍କ ମୃତ୍ୟୁ ହୋଇଥିଲା। ରୋହିତଙ୍କ ମୃତ୍ୟୁ ପ୍ରଥମେ ହୃଦଘାତ ଯୋଗୁ ହୋଇଥିବା କୁହାଯାଇଥିଲା। ପରେ ରୋହିତଙ୍କୁ ହତ୍ୟା କରାଯାଇଥିବା ଦିଗ ସାମ୍ନାକୁ ଆସିଥିଲା।

{"id":106699,"width":593,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.