Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଅଯୋଧ୍ୟା ଯାତ୍ରା ସମେତ ଯାତ୍ରୀଙ୍କ ରହିବା-ଖାଇବା ଖର୍ଚ୍ଚ ଉଠାଇବେ କେଜ୍ରିଓ୍ବାଲ ସରକାର, କେମିତି ପାଇବେ ଯୋଜନାର ଲାଭ ?

27/10/2021 at 4:37 PM

ନୂଆଦିଲ୍ଲୀ ୨୭/୧୦: ଉତ୍ତରପ୍ରଦେଶରେ ଶ୍ରୀରାମଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍‌ ଦିଲ୍ଲୀ ସରକାରଙ୍କ ନିଃଶୁଳ୍କ ତୀର୍ଥ ଯାତ୍ରା ଯୋଜନାରେ ଅଯୋଧ୍ୟାକୁ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦିଲ୍ଲୀ ସରକାର ବୃଦ୍ଧ-ବୃଦ୍ଧାଙ୍କୁ ତୀର୍ଥା ଯାତ୍ରା କରାଉଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ରାମ ଜନ୍ମଭୂମିରେ ପୂଜାର୍ଚ୍ଚନା କରିବା ସହ ଶ୍ରୀରାମଙ୍କ ଦର୍ଶନ କରିଥିଲେ। ସେଠାରେ ଆପ୍‌ ଜିତିଲେ ୟୁପିବାସୀଙ୍କୁ ମାଗଣାରେ ରାମଲଲାଙ୍କ ଦର୍ଶନ କରିବାକୁ ମିଳିବ ବୋଲି ସେ ଘୋଷଣା ମଧ୍ୟ କରିଥି​‌ଲେ।

ଦିଲ୍ଲୀ ସରକାର ନିଜର ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ପୁରୀ ଜଗନ୍ନାଥ ମନ୍ଦିର, ରାମେଶ୍ବରମ, ମଥୁରା, ହରିଦ୍ବାର, ତିରୁପତି ସମେତ ଅନେକ ତୀର୍ଥ ସ୍ଥାନ ବୁଲାଇ ନେଉଛନ୍ତି। ଏହି ଯୋଜନା ମାଧ୍ୟମରେ ଏବେ ସୁଦ୍ଧା ୩୫ ହଜାରରୁ ଅଧିକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଛନ୍ତି । କରୋନା ପାଇଁ ଯୋଜନା ବନ୍ଦ ରହିଥିବାରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ନେଇ କେଜ୍ରିଓ୍ବାଲ୍‌ ଘୋଷଣା କରିଛନ୍ତି। ଏହି ଯୋଜନାରେ ଲାଭ ଉଠାଇବାକୁ ହେଲେ ଏଥିପାଇଁ ଅନଲାଇନ୍‌ରେ ପଞ୍ଜିକରଣ କରିବାକୁ ହେବ।

ପ୍ରତି ବିଧାନସଭା ମଣ୍ଡଳିରୁ ପ୍ରତି ବର୍ଷ ହଜାରେ ଯୋଗ୍ୟ ଯାତ୍ରୀ ତୀର୍ଥ ଯାତ୍ରା କରିପାରିବେ। ଆବେଦନ କରିବା  ପରେ ଲକି ଡ୍ର ମାଧ୍ୟମରେ ଯାତ୍ରୀ ଚୟନ କରାଯାଏ। ସରକାରୀ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭକ୍ତ ନୁହନ୍ତି । ଜଣେ ବ୍ୟକ୍ତି କେବଳ ଥରେ ହିଁ ଏହି ଯୋଜାନାର ଲାଭ ଉଠାଇ ପାରିବେ। ଆବେଦକ ଦିଲ୍ଲୀର ସ୍ଥାୟୀ ବାସିନ୍ଦା ହୋଇଥିବା ଦରକାର। ଏଥିପାଇଁ ବୟସ ୬୦ କିମ୍ବା ତାଠୁ ଅଧିକ ହେବା ଜରୁରୀ। ବାର୍ଷିକ ଆୟ ୩ ଲକ୍ଷରୁ କମ୍‌ ଥିବ ଏବଂ ତାଙ୍କୁ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍‌ ନମ୍ବର, ପାସପୋର୍ଟ ସାଇଜ୍‌ ଫଟୋ ଦେବାକୁ ପଡ଼ିବ ।

   Related Posts