Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ଅଭିଷେକଙ୍କ ବ୍ୟତୀତ ଏହି ୩ ଜଣ ଅଭିନେତାଙ୍କ ପ୍ରେମରେ ଥିଲେ କରିସ୍ମା କପୁର

22/09/2019 at 3:35 PM

ମୁମ୍ବାଇ୨୨|୯: ବଲିଉଡର ୯୦ ଦଶକରେ ରାଜ କରୁଥିଲେ ଅଭିନେତ୍ରୀ କରିସ୍ମା କପୁର । ସେହି ସମୟରେ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀରେ ରାଜ କରୁଥିଲେ । କପୁର ଖାନଦାନର ସମସ୍ତ କଳାକାର ପ୍ରଥମରୁ ହିଁ ସୁପରଷ୍ଟାର ରହିଆସିଛନ୍ତି। ଆଜିକାଲି କରିସ୍ମା ଲାଇମ୍‌ଲାଇଟ୍‌ରୁ ଦୂରାଇ ଯାଇଛନ୍ତି। ଫିଲ୍ମରେ ମଧ୍ୟ ନଜର ଆସୁନାହାନ୍ତି କରିସ୍ମା। ତଥାପି ଚର୍ଚ୍ଚାରେ ଥାନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ।

ବଲିଉଡରେ ଅନେକ ଧମାକେଦାର ଫିଲ୍ମ କରିଛନ୍ତି କରିସ୍ମା। ତାଙ୍କ ଫିଲ୍ମି କ୍ୟାରିଅର ଯେତିକି ଭଲ ରହିଛି ସେତିକି ଖରାପ ତାଙ୍କ ବ୍ୟକ୍ତିଗତ ଜୀବନ। ତାଙ୍କ ବିବାହିତ ଜୀବନକୁ ସେ ସଫଳ କରିପାରିଲେ ନାହିଁ। ଏହା ବ୍ୟତୀତ କରିସ୍ମା ଅଧିକ ଏଫେୟର ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଏହି ୪ ଜଣ ଅଭିନେତାଙ୍କ ସହ ସେ ରିଲେସନଶିପ୍‌ରେ ଥିଲେ, ଜାଣନ୍ତୁ।

୧- ଗୋବିନ୍ଦା- କରିସ୍ମା ଓ ଗୋବିନ୍ଦାଙ୍କ ଯୋଡି ବଲିଉଡର ସବୁଠୁ ହିଟ୍‌ ଯୋଡି ବୋଲି କୁହାଯାଏ। ସୂଚନାଯୋଗ୍ୟ ଯେ, ଶୁଟିଂ ସମୟରେ ଗୋବିନ୍ଦା କରିସ୍ମାଙ୍କର ବହୁତ ଧ୍ୟାନ ରଖୁଥିଲେ। ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ଭାବ ବଢୁଥିଲା ହେଲେ ଗୋବିନ୍ଦା ବିବାହିତ ହୋଇଥିବାରୁ ଦୁହେଁଙ୍କ ସମ୍ପର୍କ ଆଗକୁ ବଢିନଥିଲା।  

୨- ସଲମାନ ଖାନ- କରିସ୍ମା କପୁର ସଲମାନ ଖାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଯୋଡି ସଲମାନଙ୍କ ସହ ମଧ୍ୟ ହିଟ୍‌ ରହିଛି। ଉଭୟଙ୍କ ଯୋଡି ଅନ୍‌ସ୍କ୍ରିନରେ ବହୁତ ପସନ୍ଦ କରାଯାଇଥିଲା। ରିପୋର୍ଟ ଅନୁସାରେ ଉଭୟ ଡେଟ୍‌ କରୁଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ଏହି ବିଷୟରେ ଦୁହେଁ କେବେ ସ୍ବୀକାର କରିନଥିଲେ।

୩- ଅଜୟ ଦେବଗନ- ଜିଗର ଫିଲ୍ମରେ କରିସ୍ମା ଓ ଅଜୟ ଏକା ସହ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ କରିସ୍ମାଙ୍କୁ ଅଧିକ ସଫଳତା ମିଳିଥିଲା। ଶୁଟିଂ ସମୟରେ ଦୁହେଁଙ୍କ ରିଲେସନଶିପ୍‌ ନେଇ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଅଜୟଙ୍କ ଜୀବନରେ କାଜୋଲ ଆସିବା ପରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

୪- ଅଭିଷେକ ବଚ୍ଚନ- ଅଭିଷେକ ଓ କରିସ୍ମା କପୁର ପିଲା ବେଳୁ ପରସ୍ପରଙ୍କୁ ଜାଣିଥିଲେ। ଅଭିଷେକଙ୍କ ଭଉଣୀ ଶ୍ବେତା ବଚ୍ଚନଙ୍କ ବିବାହ କରିସ୍ମାଙ୍କ ପିଉସିଙ୍କ ପୁଅ ସହ ହୋଇଛି। ସେହି ସମୟରେ କରିସ୍ମା ଓ ଅଭିଷେକଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଅମିତାଭ ନିଜ ୬୦ତମ ଜନ୍ମଦିନରେ ଦୁହେଁଙ୍କ ନିର୍ବନ୍ଧର ଘୋଷଣା କରିଥିଲେ। ହେଲେ କୋଣସି କାରଣ ଯୋଗୁଁ ଦୁହେଁ ଅଲଗା ହୋଇଯାଇଥିଲେ।

   Related Posts