ଅପରାଜିତା ବନାମ ଧର୍ମେନ୍ଦ୍ର: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଂଗରେ ବିଜେପିରେ ବିବାଦ

Published By : Prameya-News7 Bureau | December 02, 2018 IST

ଭୁବନେଶ୍ବର୨|୧୨: ଅପରାଜିତଙ୍କ ପେଜ୍‌କୁ ନେଇ ବିଜେପିରେ ଦ୍ବନ୍ଦ ଓ ବିବାଦ ବଢ଼ିଲାଣି । ବିଜେପିରେ କିଏ ହେବ ମୁଖ୍ୟମନ୍ତ୍ରୀ। ଅପରାଜିତା ଷଡଙ୍ଗୀ ନା ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ଅପରାଜିତାଙ୍କ ନାଁରେ ଖୋଲାଯାଇଥିବା ପେଜ୍‌ରେ ଭୋଟ୍‌ ମଧ୍ୟ କରାଯାଇଥିଲା। ଯାହାକୁ ନେଇ ବିଜେପି ନେତାଙ୍କ ଭିତ​ରେ ଆରମ୍ଭ ହୋଇଯାଇଛି ଟୁପୁରୁ ଟାପୁରୁ । ଏଭଳି ଚର୍ଚ୍ଚାକୁ ଜୁଏଲଙ୍କ ମନ୍ତବ୍ୟ ଖୋରାକ ଯୋଗାଇଥିବା ବେଳେ ବିଜେପି ସଭାପତି ବସନ୍ତ ପଣ୍ତା ପୂଣ୍ଣଛେଦ ଟାଣିଛନ୍ତି। ଅପରାଜିତାଙ୍କ ଫେସବୁକ୍ ପେଜ୍‌କୁ ନେଇ ଦ୍ବନ୍ଦ । ଦେଖନ୍ତୁ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଖୋଲାଯାଇ ଥିବା ଫେସବୁକ୍‌ ପେଜ୍‌ରେ କଣ ରହିଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ପସନ୍ଦ କରୁଛନ୍ତି ତାକୁ ନେଇ ଚାଲିଛି ଭୋଟିଂ।  ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତାଙ୍କ ଫଟୋ ଦିଆଯାଇଛି । ଭୋଟ ଦେବାକୁ ଅପିଲ କରାଯାଉଛି । କିନ୍ତୁ ଏହାକୁ ସିଧାସିଧା ଖଣ୍ତନ କରିଛନ୍ତି ଅପରାଜିତା। ଏହା ଅପ୍ରାସଙ୍ଗିକ । ତାଙ୍କ ନାଁରେ କିଏ ପେଜ୍ କରି ଏପରି କରିଛି ବୋଲି ସେ କହିଛନ୍ତି । ଜୁଏଲ କିନ୍ତୁ କହିଛନ୍ତି ଧର୍ମେନ୍ଦ୍ର ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଏହି ପେଜ ପାଇଁ  ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ନେତାଙ୍କ ଭିତରେ ଦ୍ବନ୍ଦ୍ବ ବଢ଼ିଥିଲା ।  ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ତାଙ୍କ କାନକୁ କଥା ଯିବା ପରେ ମାମଲା ଥଣ୍ତା ପକାଇବା ପାଇଁ ସେ ରିଆକସନ ଛାଡିଛନ୍ତି ।  ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସଂସଦୀୟ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଜୁଏଲ ଓରାମ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛନ୍ତି।  ଅପରାଜିତା ବିଜେପି ଯୋଗଦେବା ଦିନ ଠାରୁ ଆରମ୍ଭ ହୋଇଯାଇଛି ଏମିତି ଚର୍ଚ୍ଚାମାନ । ଏହି ଫେସବୁକ୍‌ ପେଜରେ ପ୍ରାୟ ୮ ହଜାର ଲୋକ ଭୋଟ ଦେଇଛନ୍ତି।  ୪ ଦିନ  ଏଥିରେ ଭୋଟିଂ ନିଆଯାଇଥିଲା । କିନ୍ତୁ ଦୁଇ ଦିନ ପରେ ଏହି ପେଜକୁ ଫେସବୁକରୁ ଡିଲିଟ କରିଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.