୨୭ରେ ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ : କଂଗ୍ରେସ କହିଲା ଭୁଲ କରୁଛନ୍ତି ଅପରାଜିତା, ବିଜେଡି କହିଲା ପଡିବନି ପ୍ରଭାବ

Published By : Prameya-News7 Bureau | November 23, 2018 IST

ଭୁବନେଶ୍ବର୨୩|୧୧: ପଲିଟିକାଲ୍ କରିଡରରେ ଚର୍ଚ୍ଚିତ ଅମଲା ଅପରାଜିତାଙ୍କୁ ନେଇ ଚର୍ଚ୍ଚା । ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ବିଜେପିରେ ମିଶିବାକୁ ଯାଉଥିବା ବେଳେ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର୍ । ଅପରାଜିତା ବିଜେପିର କେଉଁ ପଦରେ ରହିବେ, କେଉଁ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ତାହା ସ୍ଥିର ହୋଇ ନଥିଲେ ମଧ୍ୟ, ଭୁବନେଶ୍ବରରେ ତାଙ୍କ ପାଇଁ ସିଟ୍ ସଫା କରିଦେଲେଣି ସିନିୟର୍ ଏବଂ ଜୁନିଅର୍ ହରିଚନ୍ଦନ । ପଦ୍ମ ଧରିବେ ଅପରାଜିତା । ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ବିଜେପି ଟପ୍ ବ୍ରାସଙ୍କ ଉପସ୍ଥିତିରେ ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ । ତେବେ ଅପରାଜିତା ଆସିଲେ, ବିଜେପି ତାଙ୍କୁ କେଉଁ ପଦବୀ ଦେବ ? କେଉଁ ନିର୍ବାଚନ ମଣ୍ଡଳୀରୁ ସେ ଲଢ଼ିବେ ? ହଁ, କୁହାଯାଉଛି, ଅପରାଜିତା ଭୁବନେଶ୍ବର ଲୋକସଭା ନିର୍ବାଚ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି । ଏଭଳି ସ୍ଥିତିରେ ବିଶ୍ବଭୂଷଣ ହରିଚନ୍ଦନ ଏବଂ ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନଙ୍କ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନ ଉଠୁଥିଲା । ବିଶ୍ବଭୁଷଣ କିନ୍ତୁ ସ୍ପଷ୍ଟ କରି ଦେିଛନ୍ତି ଯେ, ସେ ଆଉ ଭୋଟ ରାଜନୀତି ଢ଼ିବେ ନାହିଁ ପରିକି ପୁଅ ପୃଥ୍ବୀରାଜ, ଚିଲିକା ବିଧାନସଭା ଆସନରୁ ଲଢ଼ିବେ ବୋଲି ସେ ସଙ୍କେତ ଦେଇଛନ୍ତି । ସେପଟେ ୨୭ରେ ଦିଲ୍ଲୀରେ ପଦ୍ମ ଧରି ଅପରାଜିତା, ୨୮ ତାରିଖରେ ଭୁବନେଶ୍ବର ଆସିବାକୁ ଥିବା ବେଳେ ତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଦଳ ପ୍ରସ୍ତୁତି ଚଳାଇଛି । ପ୍ରଶ୍ନ ଉଠୁଛି, ପ୍ରାଶାସନିକ କ୍ଷେତ୍ରରେ ଅପରାଜିତା ଥିବା ଅପରାଜିତା ଷଡ଼ଙ୍ଗୀ, ରାଜନୀତିରେ କେତେ ସଫଳ ହେବେ ? ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ତାର ପ୍ରଭାବ କଣ ହେବ, ତାକୁ ନେଇ ବିଭିନ୍ନ ଦଳରେ ଚର୍ଚ୍ଚା ଆରମ୍ଭ ହେଲାଣି । ବିଜେଡି କହୁଛି, ତା ଉପରେ ଅପରାଜିତାଙ୍କ ପ୍ରଭାବ ପଡ଼ିବନି । ଆଉ କଂଗ୍ରେସର କହିବା କଥା, ବିଜେପି ଏବଂ ମୋଦିଙ୍କ ଲୋକପ୍ରିୟତା କମୁଥିବା ବେଳେ ଅପରାଜିତା ବିଜେପିରେ ମିଶିବା ନିର୍ବୋଧତା ଭୁବନେଶ୍ବର ପାର୍ଟି ଅଫିସରେ ଅପରାଜିତାଙ୍କୁ ଗ୍ରାଣ୍ଡ ଓେଲକମ୍ କରିବାକୁ ବିଜେପି ଯୋଜନା କରୁଛି । ଆଉ ସେହି ମୌକାରେ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.