ଶପଥଗ୍ରହଣ ଉତ୍ସବରୁ ଫେରିଲେ ଅପରାଜିତା : କହିଲେ ସବୁ ବିଧାନସଭା କ୍ଷେତ୍ରରେ ହେବ ଅଭିଯୋଗ ଶୁଣାଣୀ ଶିବିର

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର ୧|୬: ସାଂସଦ ଭାବେ ଶପଥ ନେଇ ଦିଲ୍ଲୀରୁ ଫେରିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ । ଆଜି ଭୁବନେଶ୍ବରରେ ପହଁଚିବା ପରେ ବିମାନ ବନ୍ଦରରେ ବିଜେପି କର୍ମୀ ଓ  ତାଙ୍କ ସମର୍ଥକ ମାନେ ତାଙ୍କୁ ସ୍ବାଗତ  କରିବା ସହ ବିପୁଳ ସମ୍ବର୍ଧନା ଦେଇଥିଲେ । ସେପଟେ ଅପରାଜିତା କହିଛନ୍ତି ନିର୍ବାଚନ ପୂର୍ବରୁ ଯେମିତି ଲୋକଙ୍କ ସଂପର୍କରେ ଥିଲି ଏବେ ବି ସେମିତି ରହିବି  ସବୁ ଗାଁ ଓ ସବୁ ଓ୍ବାଡ ବୁଲିବେ । ଏହା ସହ ସଂସଦୀୟ କ୍ଷେତ୍ରରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ କୃତଜ୍ଞତା ସଭା ଆୟୋଜନ କରି ଲୋକଙ୍କୁ ଧନ୍ୟ ବାଦ ଜଣାଇବେ ।  ଏଥିସହ ସବୁ ବିଧାନସଭା କ୍ଷେତ୍ରରେ ଗୋଟିଏ ଗୋଟିଏ ଅଭିଯୋଗ ଶୁଣାଣି ଶିବିର କରିବେ ବୋଲି ମଧ୍ୟ କହିଛନ୍ତି ଅପରାଜିତା ।

{"id":118501}

ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ସ୍ବାଗତ ସମ୍ବର୍ଧନା ।  ସାଂସଦ ଭାବେ ଦିଲ୍ଲୀରୁ ଶପଥ ନେଇ ଫେରିବା ପରେ ବିମାନ ବନ୍ଦରରେ ବିପୁଳ ସମ୍ବର୍ଦ୍ଧନା । ଭୁବନେଶ୍ବର ସାଂସଦ ଭାବେ ବିଜୟୀ ହୋଇ ଦିଲ୍ଲୀ ଯାଇଥିବା ପୂର୍ବତନ ଆଇଏଏସ ଅପରାଜିତା ଷଢଙ୍ଗୀ ଦିଲ୍ଲୀରୁ ଭୁବନେଶ୍ବର ଫେରିବା ପରେ ବିମାନ ବନ୍ଦରରେ ବିଜେପି କର୍ମୀ ଓ ତାଙ୍କ ସମର୍ଥକ ତାଙ୍କୁ ଫୁଳ ତୋଡା ଦେଇ ସ୍ବାଗତ କରିଥିଲେ ।

{"id":118504}

ଭୁବନେଶ୍ବରରେ ପହଁଚିବା ପରେ ଅପରାଜିତା କହିଛନ୍ତି ଭୁବନେଶ୍ବର ସବୁ ବିଧାନସଭା କ୍ଷେତ୍ରର ଭୋଟର ତାଙ୍କୁ ଯେଉଁ ସମର୍ଥନ ଦେଇଛନ୍ତି ସେ ସେଥିପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇବେ ।  ଏଥିପାଇଁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜନ ହେବ କୃତଜ୍ଞତା ସଭା ।  

{"id":118502}

କେବଳ ଲୋକଙ୍କୁ ଧନ୍ୟ ବାଦ ଦେବେ ନାହିଁ ଅପରାଜିତା । ଭୋଟ ପୂର୍ବରୁ ଯେମିତି ଲୋକଙ୍କ ସହ ଥିଲେ ଏବେ ବି ସେମିତି ଲୋକଙ୍କ ସହ ରହିବେ । ପ୍ରତି ଗାଁ ଓ ପ୍ରତି ଓ୍ବାଡକୁ ବୁଲି ବୁଲି ଲୋକଙ୍କ ପାଖରେ ପୁଣି ପହଁଚିବେ । ସମସ୍ତଙ୍କ ସହଯୋଗରେ ପିପୁଲ୍ସ ଓ୍ବେଲଫେୟାର ଫଣ୍ଡ ଗଠନ କରିବେ ଓ ସାଂସଦ ପାଣ୍ଠି କିପରି ସଠିକ ଭାବେ ଖର୍ଚ୍ଚ ହେବ ସେନେଇ ଜିଲ୍ଲା ପାଳଙ୍କ ସହ ଆଲୋଚନା କରି କାମ କରିବେ ବୋଲି କହିଛନ୍ତି । ସେପଟେ ସାଂସଦ ଭାବେ ଜିତିବା ପରେ ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଏବେ ସେ ତାର ପତିକ୍ରିୟାରେ କହିଛନ୍ତି ସେ ରାଜନୀତିରେ ନୂଆ । ମନ୍ତ୍ରୀ ହେବା ଆଶା ତାଙ୍କର ନାହିଁ ଲୋକଙ୍କ ପାଇଁ କାମ କରିବା ତାଙ୍କର ପ୍ରାଥମିକତା ।

{"id":118503}

ଆଇଏଏସ ଚାକିରୀ ଛାଡି ବିଜେପିରେ ଯୋଗ ଦେଇ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ସାଂସଦ ଭାବେ ଲଢି ବିଜୟୀ ହୋଇଛନ୍ତି ଅପରାଜିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.