ଦେଶର ଶ୍ରେଷ୍ଠ ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ
2/01/2021 at 5:04 PM

ଭୁବନେଶ୍ବର୨/୧: ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି। ୨୦୨୦ରେ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ଏକ ସର୍ଭେ କରିଥିଲା। ଏହି ସର୍ଭେ ମୁତାବକ, ଅପରାଜିତା ଷଡ଼ଙ୍ଗୀ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଭାବେ ମନୋନୀତ ହୋଇଛନ୍ତି।
ଏହି ଘୋଷଣା ହେବାପରେ ବିଭିନ୍ନ ମହଲରୁ ଅପରାଜିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏ ନେଇ ଅପରାଜିତା ମଧ୍ୟ ଏକ ଟ୍ବିଟ୍ କରିଛନ୍ତି। ଯେଉଁଥିରେ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ହେବ ଅପରାଜିତା ନିଜ କାର୍ଯ୍ୟ ସଠିକ୍ ଭାବେ ସମ୍ପାଦନା କରିଛନ୍ତି। ଯାହାର ଫଳାଫଳ ଏବେ ମିଳିଛି। ଅପରାଜିତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021