Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିଜେପିର ଅପରାଜିତା ଷଡଙ୍ଗୀ ଆଗରେ ଅପରାଜିତା ମହାନ୍ତି ପଛରେ

23/05/2019 at 2:16 PM

ଭୁବନେଶ୍ବର ୨୩|୫: ଭୁବନେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମାତ ଦେଇ ଆଗୁଆ ସ୍ଥିତି ବଜାୟ ରଖିଥିବାବେଳେ ସୁନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି । ଅପରପକ୍ଷରେ ଭୁବନେଶ୍ବର ଉତ୍ତର ଆସନରେ କିନ୍ତୁ ଚାଲିଛି କାଣ୍ଟେକି ଟକ୍କର । ବିଜେଡି ପ୍ରାର୍ଥୀ ସୁସାନ୍ତ ରାଉତ ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ମଧ୍ୟରେ ଉଣେଇଶ ବିଶ ସ୍ଥିତି । ତେବେ ବିଜେପି ପ୍ରାର୍ଥୀ ଅପରାଜିତାଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଆଗରେ ଥିବା ସୂଚନା ମିଳିଛି ।

ଅପରାଜିତା ମହାନ୍ତିଙ୍କର ନିର୍ବାଚନ ଲଢିବା ଅଭିଜ୍ଞତା ଥିବାବେଳେ ସୁଶାନ୍ତ ରାଉତ ନିର୍ବାଚନ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ୨୦୧୪ରେ ଅପରାଜିତା ମହାନ୍ତି କଂଗ୍ରେସ ଟିକେଟରେ ସାଂସଦ ପ୍ରାର୍ଥୀ ହୋଇଥିଲେ । ତେବେ ବିଜେପୁର ଉପ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ ଭୁବନେଶ୍ବର ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା ।

ଅପରପକ୍ଷରେ ଭୁବନେଶ୍ବର ଲୋକସଭା ପାଇଁ ଆଇଏଏସ ଆଇପିଏସ ଲଢେଇ ହୋଇଥିଲା । ଅର୍ଥାତ ଆଇଏଏସ ପଦବୀ ଛାଡି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେଇ ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର କ୍ୟାଡର ଆଇପିଏସ ଭାବେ ଅବସରଗ୍ରହଣ କରି ବେଜେଡିରେ ଯୋଗ ଦେଇଥିଲେ । ତେବେ ପ୍ରଥମ ଦିନରୁ ଅପରାଜିତାଙ୍କ ପ୍ରଚର ଶୈଳୀ ଆଗରେ ଅରୂପ ପଟ୍ଟନାୟକ ଫିକା ପଡିଯାଇତିଲେ ।

ଅପରାଜିତା ଷଡଙ୍ଗି ବିଏମସିର କମିଶନର ଭାବେ ଅତୀତରେ ଅବସ୍ଥାପିତ ଥିଲେ । ସେତେବେଳେ ଭୁବନେଶ୍ବରରେ କେତକ ଭଲକାମ ମଧ୍ୟ କରିଥିଲେ । କମିଶନର ହିସାବରେ ତାଙ୍କରର ଜନ ସମ୍ପର୍କ ଅତି ଭଲ ଥିଲା । ଚଳିତ ଥର ବିଜେଡି ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଟିକେଟ ନଦେଇ ଅରୂପ ପଟ୍ଟନାୟକଙ୍କ ଉପରେ ଭରସା କରିଥିଲା । କିନ୍ତୁ ଅରୂପ ପଟ୍ଟନାୟକ ରାଜନେତା ହିସାବରେ ସେଭଳି ପ୍ରଦର୍ଶନ କରିପାରି ନାହାନ୍ତି ।  

   Related Posts