Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||

ବିଜେପିରେ ଅପରାଜିତା : ମୋଦିଙ୍କ ବିକାଶର ମନ୍ତ୍ର ମନକୁ ଛୁଇଁଛି ବୋଲି କହିଛନ୍ତି ଅପରାଜିତା

27/11/2018 at 7:09 PM

ଭୁବନେଶ୍ୱର ୨୭/୧୧ : ଗୈରିକ ବସ୍ତ୍ରରେ ଆଚ୍ଛାଦିତା, ଅପରାଜିତା । ମୋଦି ମନ୍ତ୍ରରେ ଉଦବୁଦ୍ଧ ହୋଇ ବିଜେପିରେ ମିଶିଛନ୍ତି ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ । ବିଜେପି ରାଷ୍ଟ୍ରୀୟ ସଭାପତି, ଅମିତ ଶାହାଙ୍କ ସରକାରୀ ବାସଭବନରେ ପଦ୍ମ ଧରିଛନ୍ତି ଓଡ଼ିଶା କ୍ୟାଡରର ଏହି ପୂର୍ବତନ ଆଇଏଏସ୍ ଅଫିସର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ବାଜା ବଜାଇଛନ୍ତି । ସେପଟେ ବିଜେଡି, ଅପରାଜିତାଙ୍କୁ ମୋଦିଙ୍କ କାମର ହିସାବ ମାଗିଥିବା ବେଳେ କଂଗ୍ରେସ ତାଙ୍କ ସଫଳତା ନେଇ ଉଠାଇଛି ପ୍ରଶ୍ନ ।

ବିଜେପିରେ ଅପରାଜିତା । ପ୍ରାଶାସନିକ ସେବା କ୍ଷେତ୍ରରେ ବାକି ଥିବା ୧୧ ବର୍ଷ ଚାକିରିକୁ ତୁଚ୍ଛ କରି ନିକଟରେ ସେ ନେଇଥିଲେ ଅବସର । ଆଉ ଏବେ ଧରିଲେ ପଦ୍ମ । ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସରକାରୀ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ୍ ହୋଇଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ତେବେ କାହିଁକି ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା, ରାଜନୀତିକୁ ଆସିଲେ ? ପୁଣି କାହିଁକି ବିଜେପିକୁ …ଏସବୁ ପ୍ରଶ୍ନର ଉତ୍ତର ଆମେ କହିବା କହିବା ଅପେକ୍ଷା ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ ….

ଅପରାଜିତା କହିଲେ ତାଙ୍କ ମନର କଥା, ଯାହା ସେ ଦୀର୍ଘଦିନ ଧରି ଅନୁଧ୍ୟାନ କରି ଚାଲିଥିଲେ । ମୋଦିଙ୍କ ବିକାଶର ମନ୍ତ୍ର ତାଙ୍କ ମନକୁ ଛୁଇଁଛି । ଯେଉଁଥି ପାଇଁ ପ୍ରାଶାସନିକ କ୍ଷେତ୍ରର ସୀମିତ ପରିସର ଛାଡ଼ି ରାଜନୈତିକ କ୍ଷେତ୍ରର ବ୍ୟାପକ ପରିସରକୁ ଜମ୍ପ୍ ମାରିଛନ୍ତି ସେ । ଆଉ ଟିମ୍ ଇଫର୍ଟର କଥା କହି, ବତାଇଛନ୍ତି ସଫଳତାର ସର୍ଟ କଟ୍ ।

୨୪ ବର୍ଷର ବେଦାଗ୍ କ୍ୟାରିଅର୍ । ଆଉ ଏବେ ହଠାତ୍ ପଥ ପରିବର୍ତ୍ତନ । ପ୍ରଶ୍ନ ଉଠୁଛି, ପ୍ରାଶାସନିକ କ୍ଷେତ୍ରରେ ଅପରାଜିତା ହୋଇ ରହିଥିବା ଏହି ବିହାରୀ ଝିଅ ତଥା ଓଡ଼ିଶା ବୋହୂ, ରାଜନୀତିରେ କ୍ଲିକ୍ କରିବେ ତ ? ବିଜେପିରେ ତାଙ୍କ ଯୋଗଦାନ ଦଳକୁ କେତେ ଫାଇଦା ଦେବ ? ରାଜନୈତିକ ମହଲରେ ଏମିତି ଲାଭ-କ୍ଷତିର ହିସାବ ତ ଚାଲିଛି … ହେଲେ କଣ କହୁଛନ୍ତି ବିଜେଡି ଓ କଂଗ୍ରେସ, ଆସନ୍ତୁ ଦେଖିବା ….

ରାଜନୀତିରେ ଅପରାଜିତାଙ୍କ ପ୍ରବେଶକୁ ସବୁ ମହଲରୁ ସ୍ବାଗତ କରାଯାଉଛି । କିନ୍ତୁ ଟିକେ ସନ୍ଦେହ ରହୁଛି …. ଅପରାଜିତା ଯଦି ଅଣନିଶ୍ବାସୀ ହୋଇ ପ୍ରଶାସନିକ କ୍ଷେତ୍ର ଛାଡ଼ିଥାନ୍ତି, ରାଜନୀତିରେ ସେଭଳି ପରିସ୍ଥିତି ସେ ସାମ୍ନା କରିବେନି ବୋଲି ସ୍ଥିର ନିଶ୍ଚିତ ତ ?

   Related Posts