Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଣାର୍କରେ ଜମୁଛି ପ୍ରଚାର, ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଅପରାଜିତା ଷଡଙ୍ଗୀ

27/04/2019 at 4:57 PM

କୋଣାର୍କ ୨୭|୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଶେଷ ଦିନରେ ମୈଦାନରେ କସରତ କରିବେ ସବୁ ଦଳର ହେଭିଓ୍ବେଟ୍ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୧ ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ ।

କୋଣାର୍କରେ ମଧ୍ୟ ଜମୁଛି ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଅପରାଜିତା ଷଡଙ୍ଗୀ । କାକଟପୁରରୁ ଆରମ୍ଭ ହୋଇଛି ଅପରାଜିତାଙ୍କ ଷଡଙ୍ଗୀଙ୍କ ରୋଡ ସୋ । ସାଙ୍ଗରେ ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କ ସହ ସାମିଲ ହୋଇଥିଲେ ହଜାର ହଜାର ବିଜେପି କର୍ମୀ । ଏହି ରୋଡ୍ ସୋ କୋଣାର୍କରେ ଶେଷ ହୋଇଛି । ରୋଡ୍ ସୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ଅପରାଜିତା ।

   Related Posts