Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ଜଳେଶ୍ବରରେ ଅପରାଜିତା ଷଡଙ୍ଗୀଙ୍କ ପ୍ରଚାର : କହିଲେ ଏଥର ଡବଲ୍ ଇଞ୍ଜିନ୍ ଦରକାର

26/04/2019 at 10:18 AM

ଜଳେଶ୍ବର ୨୬|୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯୋର ଧରିଛି ପ୍ରଚାର । ଆସନ୍ତା ୨୯ ତାରିଖ ଦିନ ବାଲେଶ୍ବର ଜିଲ୍ଲାର ନିର୍ବାଚନ ଥିବାବେଳେ ଜଳେଶ୍ବର ନିର୍ବାଚନ ମଣ୍ଡଳୀକୁ ବିଜେପି ହେବିୱେଟ ପ୍ରଚାରକଙ୍କ ସୁଅ ଛୁଟୁଛି । ଗୋଟିଏ ଦିନରେ ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଓ ତାପରେ ଅପରାଜିତା ଷଡଙ୍ଗୀ ଆସି ଡୋର୍ ଟୁ ଡୋର୍ ପ୍ରଚାର କରିଥିଲେ ।

ପ୍ରଥମେ ଜଳେଶ୍ବର କାଳୀମନ୍ଦିରରୁ ଆଶୀର୍ବାଦ ନେଇ ବଳରାମପୁରରୁ ରୋଡ୍ ସୋ’ ମାଧ୍ୟମରେ ବାଲେଶ୍ଵର ବିଜେପି ସାଂସଦ ପାର୍ଥୀ ଓ ଜଳେଶ୍ବରର ବିଧାୟକ ପାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ।   କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ଗଢିବା ଦରକାର ବୋଲି କହିଥିଲେ । ପ୍ରଥମ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସେଠାର ସବୁ ହେବିୱେଟ ଏବେ ଉତ୍ତର ଓଡିଶାରେ ଡେରା ପକାଇଛନ୍ତି । ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।

ଗତ ୨୩ ତାରିଖରେ ଭୁବନେଶ୍ବର ଲୋକସଭା ଆସନ ପାଇଁ ମତ ଗ୍ରହଣ ସରିଛି । ଅପରାଜିତା ଷଡଙ୍ଗୀ ବେଶ ଆଶାବାଦୀ ସେ ଏଥର ବିଜୟୀ ହେବେ ବୋଲି । ଭୁବନେଶ୍ବର ଲୋକସବା ଆସନର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହ ତାଙ୍କର କଡା ଟକ୍କର ହୋଇଛି ।

   Related Posts