ଯାଜପୁର ଜିଲ୍ଲା ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

Published By : Prameya-News7 Bureau | December 20, 2020 IST

ଚଣ୍ଡିଖୋଲ  ୨୦।୧୨: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯାଜପୁର ଗ୍ରସ୍ତ । ସାଂସଦଙ୍କ ଗସ୍ତ ଅବସରେ  ବଡଚଣା,ଧର୍ମଶାଳା ଓ ରସୁଲପୁର ଦେଇ ଯାଜପୁର ମା ବିରାଜଙ୍କ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ରବିବାର ଦିନ ଯାଜପୁର ଜିଲ୍ଲା ବିଭିନ୍ନ ସ୍ଥାନକୁ ଭୁବନେଶ୍ୱର ସାଂସଦ, ରାଜ୍ୟ ଉପସଭାପତି ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତ ସମୟରେ ବଡଚଣା,ଧର୍ମଶାଳା ଓ ରସୁଲପୁର ଦେଇ ଯାଜପୁର ମା ବିରାଜଙ୍କ କ୍ଷେତ୍ର ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀର ଲୋକମାନେ ସ୍ୱାଗତ କରିଛନ୍ତି । ଏହି କ୍ରମେ ବରୀ ନିର୍ବାଚନ ମଣ୍ଡଳୀ ଖଣ୍ଡାସ ଠାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ବନ୍ୟାପିଡ଼ିତ ଏବଂ କ୍ଷତିଗ୍ରସ୍ଥ ଚାଷୀଙ୍କ ବନ୍ୟା ସହାୟତା ପାଇନଥିବା ନେଇ ତାଙ୍କୁ ଦାବି ପତ୍ର ଦେଇଛନ୍ତି । ସାଂସଦ ଏନେଇ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ରଖିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.