Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଶିଳ୍ପକ୍ଷେତ୍ରରେ ପଛରେ ପଡିଛି ଓଡିଶା, ରାଜ୍ୟ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କଲେ ଅପରାଜିତା

24/01/2019 at 12:46 PM

ଭୁବନେଶ୍ୱର ୨୪/୧ : ରାଜ୍ୟ ସରକାରଙ୍କ ବେରୋଜଗାରି, ଦାରିଦ୍ର୍ୟ ଓ ଶିଳ୍ପାୟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ | ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ବର୍ଷ ଶାସନ ପରେ ବି ଓଡିଶା ଏତେ ପଛୁଆ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା | ରାଜ୍ୟରେ ଦାରିଦ୍ର୍ୟର ସ୍ଥିତି ନ କହିଲେ ଭଲ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ଅପରାଜିତା | ଳିଳ୍ପାୟନ ନେଇ ସରକାର ପଛରେ ପଡିଛନ୍ତି | ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ୨ ପ୍ରତିଶତ କମିଛି | ମ୍ୟାନୁଫ୍ୟାକ୍ଚରିଂ ପୂର୍ବରୁ ୧୮ ପ୍ରତିଶତ ଥିଲା କିନ୍ତୁ ଏବେ ଏହା ହ୍ରାସ ପାଇ ୧୬ ପ୍ରତିଶତକୁ ଖସି ଯାଇଛିବୋଲି କହିଛନ୍ତି ଅପରାଜିତା | ୨୦୧୬ ମେକ୍ ଇନ୍ ଓଡିଶାରେ ୧ ଲକ୍ଷ ୪୦ ହଜାର ନିଯୁକ୍ତି ସୃଷ୍ଟି ହେବ କହିଥିଲେ ମୁଖ୍ୟମନ୍ତ୍ରୀ | କିନ୍ତୁ ସେସବୁ ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା |


ରାଜ୍ୟରେ ଟେକ୍ସଟାଇଲ ପାର୍କ, ବାୟୋଟେକ୍ନୋଲୋଜୁ ପାର୍କ, ଫୁଡ୍ ପ୍ରୋସେସିଂ ପାର୍କ ଭଳି ଆନୁସଙ୍ଗିକ ବ୍ୟବସ୍ଥା ହୋଇନି କାହିଁକି ? ଦାରିଦ୍ର୍ୟକୁ ନେଇ ବର୍ତ୍ତମାନ ଓଡିଶାରେ ରେଡ୍ ଆଲର୍ଟ ଅବସ୍ଥା ହୋଇଯାଇଛି ବୋଲି କହିଥିଲେ ଅପରାଜିତା |
ସ୍ଥାୟୀ ସମାଧନ ନକରି ସରକାର ଭୋଟ ପାଇବାକୁ ଟଙ୍କା ବାଣ୍ଟିବା ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଅପରାଜିତା |

   Related Posts