କରୋନା ଲାଗି ଅଧିକାରୀ ଓ କର୍ମଚାରୀଙ୍କ ବାହାର ରାଜ୍ୟ ଗସ୍ତ ଉପରେ ଲଗିଲା ଆନ୍ଧ୍ରପ୍ରଦେଶ ସରକାରଙ୍କ କଟକଣା

Published By : Prameya-News7 Bureau | June 13, 2020 IST

ଅମରାବତୀ ୧୩।୬: ଆନ୍ଧ୍ରପ୍ରଦେଶ ଜଗନମୋହନ ସରକାର କରୋନା ଭାଇରସ ମହାମାରୀରେ ରାଜ୍ୟର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବାହାର ରାଜ୍ୟ ଗସ୍ତ ଉପରେ ଶନିବାର କଟକଣା ଜାରି କରିଛନ୍ତି। କୋଭିଡ-୧୯ ମହାମାରୀ ରୋକିବା ଲାଗି ସତର୍କତା ସ୍ୱରୂପ ସରକାର ଏହି ପଦକ୍ଷେପ ନେଇଛନ୍ତି।

{"id":285620,"sizeSlug":"large"}

ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନୀଲମ ସାହାଣୀ ଏକ ଆଦେଶ ଜାରି କରି ଫିଲ୍ଡ ଷ୍ଟାଫଙ୍କୁ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ଭିତରେ ମଧ୍ୟ କମ ଗତାଗତ ଲାଗି ପରାମର୍ଶ ଦେଇଛନ୍ତି। ଅତ୍ୟନ୍ତ ଜରୁରି ନ ପଡିଲେ ବାହାରକୁ ଟୁର ନ କରିବାକୁ ଆଦେଶରେ କୁହାଯାଇଛି। ଗତ ୧୦ ଦିନରେ ଆନ୍ଧ୍ରପ୍ରଦେଶ ସଚିବାଳୟର ୧୦ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଣୁ ବିଭାଗ ମୁଖ୍ୟଙ୍କ ଲିଖିତ ଅନୁମତି ବିନା ମୁଖ୍ୟାଳୟ ନ ଛାଡିବାକୁ ମୁଖ୍ୟ ଶାସନ ସଚିବ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି।

{"id":285621,"width":579,"height":434,"sizeSlug":"large"}

ଆନ୍ଧ୍ରପ୍ରଦେଶ ସଚିବାଳୟର ଅଧିକାଂଶ କର୍ମଚାରୀ ହାଇଦ୍ରାବାଦରେ ରହୁଛନ୍ତି। ସେହିପରି କିଛି ଅଧିକାରୀ ନିୟମିତ ଅନ୍ତରାଳରେ ହାଇଦ୍ରାବାଦ ଓ ନୂଆଦିଲ୍ଲୀ ଯାଆସ ହେଉଛନ୍ତି। ଏଣୁ ମୁଖ୍ୟ ଶାସନ ସଚିବ ଏପରି କର୍ମଚାରୀ ଓ ଅଧିକାରୀଙ୍କୁ ନିଜେ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ସହ ନିଜ କାର୍ଯ୍ୟାଳୟରେ ସୁରକ୍ଷା ସୁନିଶ୍ଟିତ କରନ୍ତୁ ବୋଲି କହିଛନ୍ତି। ସେହିପରି ଯେଉଁ ସବୁ କର୍ମଚାରୀ ନିଷିଦ୍ଧାଞ୍ଚଳରେ ରହୁଛନ୍ତି ସେମାନେ କାର୍ଯ୍ୟାଳୟକୁ ନ ଆସନ୍ତୁ। ନିଷିଦ୍ଧାଦେଶ ହଟିବା ପର୍ଯ୍ୟନ୍ତ ସେମାନେ ଘରେ ରହି କାମ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

{"id":285622,"sizeSlug":"large"}

ସେହି ପରି ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ, କିଡନୀ ରୋଗ ଏବଂ ଗର୍ଭବତୀ ମହିଳା କର୍ମଚାରୀଙ୍କୁ  ମୁଖ୍ୟ ଶାସନ ସଚିବ କାର୍ଯ୍ୟାଳୟକୁ ଆସିବାକୁ  ବାରଣ କରିଛନ୍ତି। ସେମାନଙ୍କୁ  ୱାର୍କ ଫ୍ରମ ହୋମ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଆଦେଶରେ ସୂଚିତ କରିଛନ୍ତି। ସେହିପରି ସମସ୍ତ ଅଧିକାରୀଙ୍କୁ ସେମାନଙ୍କ ସ୍ମାର୍ଟଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.