ଅନଲାଇନ ଗେମିଂ ଓ ବେଟିଂ ଉପରେ ଲାଗିଲା କଟକଣା, ୧୩୨ ଓ୍ବେବସାଇଟ୍ ବନ୍ଦ କରିବାକୁ ହେଲା ଦାବି

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦/୧୦: ଆନ୍ଧ୍ରପ୍ରଦେଶ ସରକାର ଅନଲାଇନ୍ ଗେମିଂ, ବେଟିଂ ଓ ଜୁଆଖେଳ ଉପରେ କଟକଣା ଲଗାଇଛନ୍ତି। ଆନ୍ଧ୍ର ପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ରାଜ୍ୟରେ ୧୩୨ଟି ଓ୍ବେବସାଇଟକୁ ବ୍ଲକ୍ କରିବା ଦାବି କରିଛନ୍ତି। ଏଥିରେ ପେଟିଏମ ଫାଷ୍ଟ୍, ରମି ଓ ଇଏ ଡଟ୍ କମ୍‌ ଭଳି ଓ୍ବେବସାଇଟ୍ ସାମିଲ ଅଛି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଶ୍ବାସ ଯେ ଏହି ଅନଲାଇନ ଓ୍ବେବସାଇଟ ଓ ଗେମିଂ ଆପରୁ ସମାଜ ବିଶେଷକରି ଯୁବପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପଡୁଛି। ଆନ୍ଧ୍ର ପ୍ରଦେଶ ସରକାର କହିଛନ୍ତି ଘରେ ବସି ଜୁଆ ଖେଳିବା ଓ ବେଟିଂ ସୁବିଧା ମିଳିବାରୁ ବହୁତ ଯୁବପିଢ଼ି ମୋବାଇଲ ଫୋନ ଓ କମ୍ପ୍ୟୁଟରରେ ଏଭଳି କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଯାହା ସମାଜକୁ କ୍ଷତି ପହଞ୍ଚାଉଛି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ୧୩୨ଟି ଅନଲାଇନ ଗେମିଂ ଓ୍ବେବସାଇଟ୍ ଓ ଆପ୍ ରାଜ୍ୟରେ ବ୍ୟାନ କରିବା ଦାବି କରିଛନ୍ତି। ତେବେ ଯେଉଁ ଓ୍ବେବସାଇଟ୍ ବନ୍ଦ କରିବା ନେଇ ଦାବି ହୋଇଛି ସେଥିରେ ମୋବାଇଲ ପ୍ରିମିୟର ଲିଗ୍, ଅଡ୍ଡା୫୨, ପେଟିଏମ ଫାଷ୍ଟ, ଫିଫା ଓ ଏନଏଚଏଲ ନାଁ ସାମିଲ ଅଛି। ଏହା ବାଦ ଆଉ କେତେ ଆପ ମଧ୍ୟ ସାମିଲ ଅଛି।

ସୂଚନାଯୋଗ୍ୟ ସରକାର ପବଜି ସମେତ ୧୧୮ଟି ମୋବାଇଲ ଆପ ଉପରେ କଟକଣା ଲଗାଇ ଥିଲେ। ତେବେ ଭାରତରେ ପ୍ରଥମ ଥର ପାଇଁ ଚୀନ ଆପ୍ ବନ୍ଦ କରାଯାଉ ନାହିଁ। ପୂର୍ବରୁ ସରକାର ଜୁନ୍ ୧୫ ତାରିଖରେ ୫୭ଟି ଚୀନ ଆପ ବନ୍ଦ କରିଥିଲେ। ଏହା ପରେ ପୁଣି ୪୭ଟି ଆପ୍‌ ଉପରେ କଟକଣା ଲଗାଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.