Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ପ୍ରଥମଥର ହୋଇଛି ଏଭଳି ସର୍ଜରୀ, ରୋଗୀ ସହ କଥା ହେଉହେଉ ଡାକ୍ତର ବଦଳାଇଦେଲେ ହାର୍ଟର ଭାଲବ୍

27/11/2019 at 8:39 PM

ଲକ୍ଷ୍ନୌ : ଗୋଣ୍ଡା ନିବାସୀ ୨୮ ବର୍ଷ ବୟସ୍କ ଅବଦୁଲ କାଲାମ ଜଳଜଳ ଚାହିଁ ରହିଥିଲେ ହେଲେ ଜାଣିପାରିଲେନି କେତେବେଳେ ଡାକ୍ତର ତାଙ୍କ ହାର୍ଟର ଭାଲବ ବଦଳେଇ ଦେଲେ। ଅବିଶ୍ୱାସ ଲାଗୁଥିଲେ ବି ଘଟଣା ପୁରା ସତ୍ୟ। ଏଭଳି ଆଶ୍ଚର୍ଯ୍ୟଜନକ ହାର୍ଟ ସର୍ଜରୀ ଉତ୍ତର ଭାରତରେ ପ୍ରଥମ ଥର ହୋଇଛି। ଅବଦୁଲ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସେ ପୁଣି ତାର ଦୋକାନ ଖୋଲିବା ଲାଗି ଯୋଜନା କରୁଛି। ତେବେ କାର୍ଡିୟୋଥୋରେସିକ୍ ଭସ୍କୁଲାର ସର୍ଜନ ଡା.ଦେବନ ରାଜ ଓ ତାଙ୍କ ଡାକ୍ତରୀ ଦଳ ଏହା ସମ୍ଭକରି ଦେଖାଇଛନ୍ତି।

ଅବଦୁଲ କାଲାମର ଭାଲବ୍ ରିପ୍ଲେସମେଣ୍ଟ ସର୍ଜରୀ ଜରୁରି ଥିଲା। ଏଣୁ ଡାକ୍ତରମାନେ ଆୱାକ୍ ସର୍ଜରୀ ଟେକ୍ନିକ୍ ଆପଣେଇଥିଲେ। ଏଥିରେ ଡାକ୍ତରୀ ଟିମ୍ ସଫଳ ହୋଇଛନ୍ତି। ଅପୋଲୋ ମେଡିକ୍ସ ସୁପରସ୍ପେସିଆଲିଟି ହସ୍ପିଟାଲର ଡାକ୍ତର ବିଜୟନ୍ତ ଦେବନରାଜ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଅବଦୁଲ ୨ ବର୍ଷରୁ ଅଧିକ କାଳ ହେଲା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବୋଲି କହିଛନ୍ତି। ଏଥିଯୋଗୁ ତାଙ୍କ ଛାତିରେ ପ୍ରାୟତଃ ଯନ୍ତ୍ରଣା ଲାଗି ରହିବା ସହ ସେ ଅଜିର୍ଣ୍ଣ  ଏବଂ ଓଜନ ହ୍ରାସର ଅଭିଯୋଗ କରିଥିଲା।

ଯାଞ୍ଚ ବେଳେ ତା ଠାରେ ଏଓର୍ଟିକ୍ ରିଗର୍ଜିଟେସନ ଏଲଭି ଡିସଫଙ୍କସନ ସମସ୍ୟାଥିବା ଜଣାପଡିଥିଲା। ତା ହାର୍ଟର ଗୋଟିଏ ଭାଲଭ କାମ କରୁନଥିଲା। ଏଣୁ ରୋଗୀ ଓ ତା ସମ୍ପର୍କିୟଙ୍କୁ ସର୍ଜରୀ ଲାଗି  ଡାକ୍ତର ପରାମର୍ଶ ଦେଇଥିଲେ। କାଉଁସେଲିଂ ପରେ ଅବଦୁଲ ସର୍ଜରୀ ଲାଗି ରାଜି ହୋଇଯାଇଥିଲେ। ତେବେ ୨ ଘଣ୍ଟା ଧରି ଚାଲିଥିବା ଏହି ସର୍ଜରୀଲାଗି ତାକୁ ଭେଣ୍ଟିଲେଟରରେ ରଖିବାକୁ ପଡିନଥିଲା। ଉତ୍ତର ଭାରତରେ ପ୍ରଥମ ଥର ଏଓର୍ଟିକ୍ ଭାଲଭ ରିପ୍ଲେସମେଣ୍ଟ ଆୱେକ୍ ସର୍ଜରୀ କରାଯାଇଥିବା କହିଛନ୍ତି ଡା. ଦେବନରାଜ।

ଜାଣନ୍ତୁ ଆୱେକ୍ ସର୍ଜରୀ କ’ଣ ?
ସର୍ଜରୀ କଥା କହିଲେ ସମସ୍ତଙ୍କୁ ଭୟଲାଗେ। ତେବେ ଏଭଳି ସର୍ଜରୀରେ ରୋଗୀକୁ ସଚେତ ରଖି ଡାକ୍ତର ଅପରେସନ କରିଥାନ୍ତି। ଏଭଳି ସର୍ଜରୀ ବାସ୍ତବିକ ଆହ୍ୱାନପୂର୍ଣ୍ଣ। ଏହା ସତ୍ତ୍ୱେ  ସର୍ଜରୀ ଶତପ୍ରତିଶତ ସଫଳ ହୋଇଛି । ତେବେ ରୋଗୀ କହିଛନ୍ତି ତାଙ୍କ ଜାଣିବାରେ ହିଁ ତାଙ୍କ ଛାତିରେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ।

ଜାଣନ୍ତୁ ଏଭଳି ସର୍ଜରୀର ଖାସ କଥା
ଏଥିଲାଗି ରୋଗୀଙ୍କୁ ହୃଦ ସମ୍ବଦ୍ଧିତ କୌଣସି ଔଷଧ ଦିଆଯାଇନଥିଲା। ତାଙ୍କୁ ରକ୍ତ ଦେବାରବି ଆବଶ୍ୟକତା ନଥିଲା। ଏଥିଲାଗି ରୋଗୀଙ୍କୁ ପ୍ରାୟ ଅଢେଇ ଲକ୍ଷଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ମାତ୍ର ୧ ସପ୍ତାହ ହସ୍ପିଟାଲରେ ରଖି ତାଙ୍କୁ ଏବେ ଘରକୁ ପଠାଇ ଦିଆଯାଇଛି। ଏବେ ତାଙ୍କୁ ରୁଟିନ ଚେକଅପ ଲାଗି ମଝିରେ ମଝିରେ ହସ୍ପିଟାଲକୁ ଡକାଯାଉଛି। ଯଦି ଏଭଳି ରୋଗୀ ଆସନ୍ତି ତେବେ ଆଗକୁ ମଧ୍ୟ ହସ୍ପିଟାଲ ଏଭଳି ସର୍ଜରୀ କରିବ ବୋଲି ହସ୍ପିଟାଲର ସିଇଓ ଡା.ମୟଙ୍କ ସୋମାନୀ କହିଛନ୍ତି।

ଜାଣନ୍ତୁ କ’ଣ ପାଇଁ କରାଯାଇଥିଲା ଆୱେକ ସର୍ଜରୀ ?
ଦେଶରେ ୨୦୦୩ ମସିହାରେ ପ୍ରଥମ ଥର ଆୱେକ ସର୍ଜରୀ କରାଯାଇଥିଲା। ତା ପରଠାରୁ ବାଙ୍ଗାଲୁରୁ ସମେତ ଅନ୍ୟ ବଡ ସହରରେ ଏଭଳି ସର୍ଜରୀ କରାଯାଉଛି। ଏଭଳି ସର୍ଜରୀ ପ୍ରାୟତଃ ସଫଳ ହୋଇଥିବା ଦେଖାଯାଇଛି। ଏହା ଛଡା ଅବଦୁଲ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଣୁ ପରୀକ୍ଷାମୂଳକ ଭାବେ ଆୱେକ୍ ସର୍ଜରୀ କରିବାକୁ ପଡିଲା। ଏଭଳି ସର୍ଜରୀରେ ଯଦି ରୋଗୀ କୋମାକୁ ଯାଉଥାଏ ତେବେ ତାର ତୁରନ୍ତ ସୂଚନା ମିଳିଯାଏ। ସେହିପରି ଯଦି କୌଣସି ଅଙ୍ଗ ଅଚଳ ବି ହେଉଥାଏ ତାହା ବି ଜଣାପଡିଯାଏ।

   Related Posts