ଜ୍ବାଳାମୁଖୀର ଦ୍ବୀପ : ରୁହନ୍ତି ମାତ୍ର ୧୭୦ ଲୋକ, ଯେଉଁଠୁ ଦେଖାଯାଏ ଆକାଶଗଙ୍ଗା ଓ ପ୍ରକୃତିର ମନୋରମ ଦୃଶ୍ୟ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧/୦୨ : ଦୁନିଆରେ ଏଭଳି କିଛି ଜାଗା ଅଛି ଯାହାକୁ ଦେଖିବା ପାଇଁ ବାରମ୍ବାର ଇଚ୍ଛା ହୁଏ । ଦୁନିଆର ଏକମାତ୍ର ପ୍ରାକୃତିକ ତାରାମଣ୍ଡଳ ଦ୍ବୀପ ଯେଉଁଠାରେ ରୁହନ୍ତି ମାତ୍ର ୧୭୦ ଜଣ ଲୋକ । ଏହା ଏକ ଜ୍ବାଳାମୂଖୀ ଦ୍ବୀପ  । ଏହି ଦ୍ବୀପର ନାଁ ହେଉଛି ଆଓଗାସୀମା । ଜାପାନର ଫିଲିପିନ୍‌ ସାଗରେ ଥିବା ଏହି ଜ୍ବାଳାମୁଖୀୟ ଦ୍ବୀପ ଦେଖିବାକୁ ବେଶ୍‌ ସୁନ୍ଦର । ଏହୀ କ୍ଷୁଦ୍ର ଦ୍ବୀପର କ୍ଷେତ୍ରଫଳ ମାତ୍ର ୮.୭୫ ବର୍ଗ କିଲୋମିଟର ।

Aogashima Volcanic Island

ଏହି ଦ୍ବୀପରେ ମୋଟ ୧୭୦ ଜଣ ଲୋକ ରୁହନ୍ତି । ଦ୍ବୀପର ଖାସ କଥା ହେଉଛି ଯେତେବେଳେ ଆକାଶ ମାର୍ଗ ପୁରାପୁରି ଭାବେ ସ୍ବଚ୍ଛ ଥାଏ ସେତେବେଳେ ଏହା ଉପରୁ ଖୁବ୍ ମନୋରମ ଦେଖାଯାଏ । ଆଓଗାସୀମା ଦ୍ବୀପରେ ଥିବା ଜ୍ବାଳାମୁଖୀର ଉଚ୍ଚତା ୩.୫ କିଲୋମିଟର ଏବଂ ଚଉଡା ୨.୫ କିଲୋମିଟର ।

Aogashima Volcanic Island

ଏହି ଦ୍ବୀପର ସବୁଠାରୁ ଉଚ୍ଚା ଭାଗର ଉଚ୍ଚତା ୧୩୮୮ ଫୁଟ୍‌ । ଶେଷ ଥର ପାଇଁ  ଆଓଗାସୀମା ୧୭୮୧ ରୁ ୧୭୮୫ ମଧ୍ୟରେ ଲଗାତାର ଭାବେ ଫାଟିଥିଲା । କିନ୍ତୁ ଜାପାନର ପାଣିପାଗ ବିଭାଗ ଏହାକୁ କ୍ଲାସ୍-ସି ବିଭାଗର ଆକ୍ଟିଭ୍‌ ବୋକ୍ଲେନୋ କୁହନ୍ତି । ଏହି ଦ୍ବୀପରେ ମନୁଷ୍ୟ ବ୍ୟତିତ ଅନ୍ୟ ପ୍ରଜାତିର ଜୀବ ମଧ୍ୟ ରୁହନ୍ତି । ଜାପାନିଜ କାଠପେସ୍, ପ୍ଲାକେସ୍ ଗ୍ରାସପର୍ ୱାର୍ଲବର୍ସ, ଆଇଜିମା ଲିଫ୍ ୱାର୍ଲବର୍ସ ଏବଂ ଇଜୁ ଥ୍ରସେସ୍‌ ଭଳି ଜୀବ ରୁହନ୍ତି ।

{"width":576,"height":324}
Aogashima Volcanic Island

ଆଓଗାସୀମା ଦ୍ବୀପରେ ଜନବସତି କେବେଠାରୁ ଅଛି ତାହା କେହିଜାଣନ୍ତି ନାହିଁ । ଏହାକୁ ପ୍ରଥମେ ୧୬୫୨ ମସିହାରେ ଦେଖିବାକୁ ମିଳିଥିଲା । ପ୍ରଥମେ ଯେବେ ଏହି ଦ୍ବୀପରେ ଜ୍ବାଳାମୁଖୀ ଫାଟିଥିଲା ସେବେ ଏହାକୁ ପ୍ରଥମେ ଆବିଷ୍କାର କରାଯାଇଥିଲା ।

Aogashima Volcanic Island

୧୭୮୦ ମସିହାରେ ଏଠା​‌ରେ ଲାଗାତାର ଭାବେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାଫଳରେ ଜ୍ବାଳାମୁଖି ଫାଟିବା ସହିତ ସେଠାରୁ ଲାର୍ଭା ଉତ୍ପନ୍ନ ହୋଇଥିଲା । ୧୭୮୩ ମସିହାରେ ହୋଇଥିବା ଜ୍ବାଳାମୁଖି ବିସ୍ଫୋରଣ ଫଳରେ ସେଠା​‌ରେ ରହୁଥିବା ୬୩ ପରିବାରଙ୍କୁ ଘରଛାଡିବାକୁ ପଡିଥିଲା । ତେବେ ୧୭୮୫ ମସିହାରେ ହୋଇଥିବା ବିସ୍ଫୋରଣରେ ସେଠାରେ ରହୁଥିବା ମୋଟ ୩୨୭ ଲୋକଙ୍କ ମଧ୍ୟରୁ ୧୪୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.