ଫେସବୁକରେ ଅଚିହ୍ନା ଆଇଡ଼ିରୁ ରିକ୍ଵେଷ୍ଟ ଆସୁଛିକି ? ସାବଧାନ ଥାଆନ୍ତୁ ଘଟିପାରେ ଏହିପରି କିଛି ଘଟଣା

Published By : Prameya-News7 Bureau | January 08, 2019 IST

ଗାଜିଆବାଦ ୮/୧ : ଫେସବୁକରୁ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରିବାକୁ ଯାଉଛନ୍ତି କି ?  ତାହେଲା ଆମ କଥା ଶୁଣିସାରି ଯାହା କରିବେ । ଯଦି ଜାଣି ନଥିବା ଲୋକଙ୍କର ଫ୍ରେଣ୍ଡ ରିକ୍ଵେଷ୍ଟ ଗ୍ରହଣ କରୁଛନ୍ତି, ଏହିସବୁ କଥାପ୍ରତି ଧାନ ଦିଅନ୍ତୁ ।

{"id":71834,"width":589,"height":329}

ଫେସବୁକରୁ ବହୁତ ଫେକ ଆଇଡ଼ିରୁ ଫ୍ରେଣ୍ଡ ରିକ୍ଵେଷ୍ଟ ଆସିଥିଲେ, ହଠାତ ନଜାଣି ନଶୁଣି ଗ୍ରହଣ କରନ୍ତୁ ନାହିଁ । ଯଦି ଆପଣଙ୍କ ବନ୍ଧୁତାଥିବା ଲୋକଙ୍କ ପରିଚୟରେ ସେ ବ୍ୟକ୍ତି ନାହାଁନ୍ତି, ତାହେଲେ ଉପଯୁକ୍ତ ପରିଚୟ ଜାଣି ଫ୍ରେଣ୍ଡ ରିକ୍ଵେଷ୍ଟ ଗ୍ରହଣ କରନ୍ତୁ । ଏଭଳି କିଛି ନଜାଣି ବନ୍ଧୁତା ତିଆରି କରିଥିବା ଜଣେ ମହିଳା କିଭଳି ହଇରାଣ ହେବାକୁ ପଡ଼ିଛି , ଆସନ୍ତୁ ଜାଣିବା ।

{"id":71835,"width":581,"height":345}

ଗାଜିଆବାଦ ରାଜନଗରରେ ରହୁଥିବା ଜଣେ ମହିଳାଙ୍କୁ ଫେସବୁକରେ  ଅନିକେତ ଶର୍ମା ନାମକ ଜଣେ ଯୁବକ ଫ୍ରେଣ୍ଡ ରିକ୍ଵଷ୍ଟ ପଠାଇଥିଲା । ମହିଳା ଏହି ରିକ୍ଵେଷ୍ଟ ଗ୍ରହଣ କରିବା ପରେ ଯୁବକ ଜଣକ ସବୁବେଳେ କଥାହେବାକୁ ଚାହିଁଥିଲେ । ବନ୍ଧୁତା ପ୍ରେମ ଆଡ଼କୁ ଗତି କରିଥିଲା । ମହିଳାଙ୍କୁ ଯୁବକ ଭିଡ଼ିଓ କଲ କରୁଥିଲେ ବି ନିଜର ମୁହଁ ଦେଖାଉ ନ ଥିଲେ । ମହିଳାଙ୍କୁ ଯୁବକ ମୁହଁ ନଦେଖାଇବାରୁ ମହିଳା କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଯୁବକ ସବୁବେଳେ କହୁଥିଲେ ସେ କ୍ୟାନସରରେ ପୀଡ଼ିତ ଥବା କାରଣରୁ ମୁହଁ ଦେଖାଇବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ ।

{"id":71836}

ମହିଳା କଥାବାର୍ତ୍ତା ବନ୍ଦ କରିଦେବା ପରେ ଯୁବକ ଜଣକ ରାଗିଯାଇଥିଲେ। ସେ ପୂର୍ବରୁ ଭିଡ଼ିଓ କଲିଂ କରିଥିବା କ୍ଲିପ ଗୁଡ଼ିକୁ ମହିଳାଙ୍କ ସ୍ଵାମୀ ପାଖକୁ ପଠାଇଦେଇଥିଲା । ତା ସହିତ ମଧ୍ୟ ମହିଳାଙ୍କ ସହ ଖରାପ ସଂପର୍କଥିବା କଥା ମିଛରେ କହିଥିଲା । ଏହି ଘଟଣାକୁ ନେଇ ସ୍ଵାମୀ- ସ୍ତ୍ରୀ ଭିତରେ ବିବାଦ ଦେଖାଦେବା ପରେ ସେ ଫେସବୁକରୁ ସାଙ୍ଗ ହୋଇଥିବା ଯୁବକଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିଲେ । ସାଇବର କ୍ରାଇମ ଏସପି ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.