Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଏଠାରେ ମାତ୍ର ୧ ଟଙ୍କାରେବି ମିଳୁଛି ସୁନା, କିଣିଲେ ଆଗାମୀ ଉତ୍ସବ ବେଳକୁ ମିଳିବ ବଡ ଲାଭ

13/09/2019 at 8:22 PM

ମୁମ୍ବାଇ: ସୁନା ପ୍ରତି ଭାରତରେ ଲୋକଙ୍କ ଆଗ୍ରହ ସବୁ ବେଳେ ରହିଛି ଓ ରହିବ। ତେବେ ସୁନା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଆଗକାଳରେ ଲୋକେ ଝିଅ ପୁଅଙ୍କ ବାହାଘର ଲାଗି ସୁନା କିଣିବାକୁ ଟଙ୍କା ସଞ୍ଚୟ କରି ରଖୁଥିଲେ। ହେଲେ ଏବେ ମହରଗ ଯୁଗରେ ଲୋକଙ୍କର ଆୟ ମାସ ଶେଷକୁ ନିଅଣ୍ଟ ହେଉଛି। ଏଥିରେ ସଞ୍ଚୟ କରିବେ କଣ ? ତେବେ ‘ଡିଜିଟାଲ ଗୋଲ୍ଡ’ ଏକ୍ଷେତ୍ରରେ ଲୋକଙ୍କ ଲାଗି ବରଦାନ ହୋଇଛି। ଏଠାରେ ଆପଣଙ୍କୁ ୧ ଟଙ୍କାରେ ବି କିଣିବାକୁ ମିଳୁଛି ସୁନା । ଯାହା ଆପଣ ସଞ୍ଚୟ କରିକରି ଏକକାଳୀନ ସୁନା ଆଣି ପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ଏ ଡିଜିଟାଲ ଗୋଲ୍ଡ।

ଡିଜିଟାଲ ଗୋଲ୍ଡ ହେଉଛି ଅନଲାଇନ ୨୪ କ୍ୟାରେଟ୍  ସୁନା କ୍ରୟର ଜରିଆ। ଆପଣ ଯେତିକି ଟଙ୍କାର ସୁନା କିଣନ୍ତି ତାହା ଆପଣଙ୍କ ୱାଲେଟରେ ଜମା ହୋଇଯାଏ। ଆପଣ ଏହି ବ୍ୟବସ୍ଥାରେ କ୍ରୟ କରୁଥିବା ସୁନାର ଶତ ପ୍ରତିଶତ ଶୁଦ୍ଧତାର ଗ୍ୟାରେଣ୍ଟି ବି ପାଇଥାନ୍ତି। ଏହି ସୁନାକୁ ଆପଣ ବଜାର ଦରରେ ବିକା କିଣା ବି କରିପାରନ୍ତି। ଡିଜିଟାଲ ଗୋଲ୍ଡ ଆପଣଙ୍କ ବ୍ୟାଙ୍କ ପାସ୍ ବୁକ୍ ରେ ଜମା ଟଙ୍କା ଭଳି। ଏହି  ଆକାଉଣ୍ଟରେ ସୁନା କିଣିବା ବା ବିକିବା ଲାଗି ଆପଣଙ୍କୁ ସମୟ ବି ଲାଗେନି। ଏହି ଆକାଉଣ୍ଟରେ ବଜାରରୁ କ୍ରୟ କରୁଥିବା ସୁନା ଲାଗି ଆପଣଙ୍କୁ ମେକିଙ୍ଗ ଚାର୍ଜ ବି ଦେବାକୁ ପଡେନି।

ତେବେ ଡିଜିଟାଲ ଗୋଲ୍ଡରେ ସୁନା କିଣିବେ କେଉଁଠୁ ? ଦେଶରେ ଗତ ୨୦୧୨ ମସିହାରେ ଡିଜିଟାଲ ଗୋଲ୍ଡର ପ୍ରଚଳନ ହୋଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଲୋକେ ୮ କୋଟି ଆକାଉଣ୍ଟ ଖୋଲି ସାରିଲେଣି। ପେଟିଏମ, ଗୁଗଲ ପେ, ଫୋନ ପେ ଭଳି ୱାଲେଟ୍ ମାନେ ଗ୍ରାହକଙ୍କୁ ଏଭଳି ଗୋଲ୍ଡ ଆକାଉଣ୍ଟ ଖୋଲିବାର ସୁଯୋଗ ଦେଉଛନ୍ତି। ଡିଜିଟାଲ ଗୋଲ୍ଡ ରଖିବା ଲାଗି କମ୍ପାନୀମାନେ ୨ ବର୍ଷ ପର୍ଯ୍ୟନ୍ତ ଶୁଳ୍କ ବି ନେଉ ନାହାନ୍ତି। ପରେ ବି ଯାହା ଶୁଳ୍କ ଦେବାକୁ ପଡୁଛି ତାହା ଲକର ଭଡାଠାରୁ ବି ଶସ୍ତା। ଅଧିକାଂଶ ୱାଲେଟ ୫ ବର୍ଷ ପର୍ଯ୍ୟନ୍ତ ଡିଜିଟାଲ ଗୋଲ୍ଡ ଜମା ରଖୁଛନ୍ତି।

ଏବେ କିଛି କମ୍ପାନୀ ଡିଜିଟାଲ ଗୋଲ୍ଡକୁ ଆଭୂଷଣ ନିର୍ମାଣରେ ବି ଉପଯୋଗ କଲେଣି। ଏଥିଲାଗି ୱାଲେଟ୍ ମାନେ ନାମୀଦାମୀ ସ୍ୱର୍ଣ୍ଣଳଙ୍କାର କମ୍ପାନୀମାନଙ୍କ ସହ ୱାଲେଟ୍ ମାନେ ରାଜିନାମା ବି କରିଛନ୍ତି। ଏଥିରେ ଗ୍ରାହକଙ୍କୁ ନିର୍ମିତ ଆଭୂଷଣ ଲାଗି ସୁନା ମୂଲ୍ୟଠାରୁ ଗୋଟିଏ ଟଙ୍କା ବି ଅଧିକ ପୈଠ କରିବାକୁ ପଡୁ ନାହିଁ। ସେହି ଭଳି ଡିଜିଟାଲ ଗୋଲ୍ଡ ବିକିଲେ ଆପଣ ଆଜିର ବଜାର ଦରରେ ବିକିବେ। ଏହାକୁ ନେଇ ପୁଣି ସେହି ଦୋକାନକୁ ଯିବାକୁ ପଡିବନି ଯେଉଁଠୁ କିଣିଥିଲେ। ଏଥିରୁ ପଇସାଟେ ବି କଟେନି ବରଂ କିଣି ଥିବା ସମୟ ଦରଠାରୁ ଅଧିକ ଥିଲେ ବିକ୍ରିରୁ ଅଧିକ ମୂଲ୍ୟ ପାଇବେ।    

   Related Posts