Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଅଜଣା ନମ୍ବରରୁ ଫୋନ ଆସିଲା , ମ୍ୟାନେଜରଙ୍କ ନାଁ କହି ଛାତ୍ର ଠାରୁ ନେଲେ ବ୍ୟାଙ୍କ ଖାତାର ବିବରଣୀ, ଉଠାଇନେଲେ ୯୦ ହଜାର ଟଂକା

30/12/2018 at 7:58 PM

ଡ଼େରାଡ଼ୁନ ୩୦/୧୨- ବ୍ୟାଙ୍କରେ ଖାତା ଅଛି କି ? ତା ହେଲେ ଧ୍ୟାନ ଦିଅନ୍ତୁ ଏହିସବୁ କଥାପ୍ରତି । ଆପଣଙ୍କୁ କେହି ଅଜଣା ନମ୍ବରରୁ ଫୋନ କରି ବ୍ୟାଙ୍କଖାତାର ବିବରଣୀ ମାଗୁଛନ୍ତି କି  ? ଯଦି କେହି ମାଗୁଛନ୍ତି , ତାହେଲେ ସତର୍କଥାନ୍ତୁ , ନ ହେଲେ ଖାତାରୁ ବି ଚୋରି ହୋଇପାରେ ଆପଣଙ୍କ ଜମାରାଶି ।

ଏହିଭଳି ଘଟଣା ଘଟିଛି ଜଣେ ଛାତ୍ରଙ୍କ କ୍ଷେତ୍ରରେ । ଡ଼େରାଡ଼ୁନର କାଲସା ଅଂଚଳରେ ଜଣେ ସ୍ନାତକ ଛାତ୍ରଙ୍କ ଠାରୁ ହୋଇଛି ଠକେଇ ।

ଡ଼େରାଡ଼ୁନର ତିମୁର ଏକାଡ଼େମୀରେ ସ୍ନାତକ ପଢ଼ୁଥିଲା ସ୍ଵରାଜ । ଡ଼ିସେମ୍ବର ୨୧ ତାରିଖରେ ଅଜଣା ଫୋନ କଲ୍ ଆସିଥିଲା । ସେ ବ୍ୟାଙ୍କ ମ୍ୟାନେଜର ଅମିତ ମିଶ୍ରା କହୁଛନ୍ତି ବୋଲି କହିଥିଲା । ସେ ବ୍ୟବହାର କରୁଥିବା ଏଟିମ କାର୍ଡ଼ର ବୈଧତା ୨୦୧୯ ମସିହା ମାର୍ଚ୍ଚମାସରେ ସରିଯାଉଥିବା କଥା କହିଥିଲେ । ତେଣୁ ତାଙ୍କର ବ୍ୟାଙ୍କ ଖାତାର ସଂପୂର୍ଣ୍ଣ ବିବରଣୀ ମାଗିଥିଲେ । ସ୍ଵରାଜ ଏହିକଥାକୁ ବିଶ୍ଵାସ କରି ନିଜର ବ୍ୟାଙ୍କ ଖାତାର ବିବରଣୀ ପ୍ରଦାନ କରିଥିଲା । ହଠାତ ଘଣ୍ଟାଏ ପରେ  ମୋବାଇଲକୁ ମେସେଜ ଆସିଲା ୯୦ ହଜାର ଟଂକା ତା ବ୍ୟାଙ୍କଖାତାରୁ କଟିଯାଇଛି ।

ପୋଲିସକୁ ଏତାଲା ଦେବା ସମୟରେ ସ୍ଵରାଜ କହିଛନ୍ତି- ଅମିତ ମିଶ୍ରା ନାମକ ବ୍ୟକ୍ତି ତାଙ୍କୁ ବାରମ୍ବାର ଫୋନ କରୁଥିଲା । ବ୍ୟାଙ୍କଖାତାର ବିବରଣୀ ପାଇବାପରେ ଫୋନ ଆଉ ଲାଗୁନାହିଁ । ପୋଲିସ ଏହି ମାମଲାକୁ ବିଚାରକୁ ନେଇ ତଦନ୍ତ ଚଲାଇଛି ।

ଯଦି ଆପଣଙ୍କ ପାଖକୁ କେଉଁ ଅଜଣା ନମ୍ବରରୁ ଫୋନ ଆସୁଛି ଓ ଅଜଣାବ୍ୟକ୍ତି ବ୍ୟାଙ୍କର ସଂପୂର୍ଣ୍ଣ ବିବରଣୀ ମାଗୁଛି । ତା ହେଲେ ଆଦୌ ଏଭଳି ଭୁଲ କରନ୍ତୁ ନାହିଁ ।

   Related Posts