ଭୂତ ପ୍ରେତଙ୍କ ପ୍ରମାଣ ଦେଲେ ୫୦ ହଜାର ପୁରସ୍କାର ଦେବେ ଜିଲ୍ଲାପାଳ

Published By : Prameya-News7 Bureau | October 23, 2019 IST

ବ୍ରହ୍ମପୁର ୨୩।୧୦- ଗଞ୍ଜାମରେ ଏକ ବିଦ୍ୟାଳୟରେ ଅଶରୀରଙ୍କ ଉତ୍ପାତ ବିଷୟରେ ଖବର ପ୍ରକାଶିତ ହୋଇଛି । ଭୂତ ପ୍ରେତଙ୍କ ପ୍ରଭାବରେ ଅନେକ ଅସୁସ୍ଥ ହୋଇଥିବା ଦାବି କରାଯାଇଛି । ଗଞ୍ଜାମରେ ଲୋକଙ୍କ ମନରେ ଭୂତ ଓ ପ୍ରେତଙ୍କ ପ୍ରତି ଭୟର ବାତାବରଣ ସୃଷ୍ଟି ହେଉଥିବାରୁ ଏହାକୁ ଦୂର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଉଦ୍ୟମ ଆରମ୍ଭ କରିଛନ୍ତି ।

ବିଭିନ୍ନ ସମୟରେ ଲୋକ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆଙ୍କର ସାହାଯ୍ୟ ନେଇଥାଆନ୍ତି ଲୋକଙ୍କୁ ଏହି ଅନ୍ଧ ବିଶ୍ୱାସରୁ ଦୂରେଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଏକ ଘୋଷଣା କରିଛନ୍ତି ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯିଏ ଭୂତ ଦେଖାଇ ଦେଇ ପାରିବ ବା ତାହାର କିଛି ପ୍ରମାଣ ଦେଇ ପାରିବ ତାକୁ ୫୦ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି । ନିଶ୍ଚିତ ଭାବେ ଜିଲ୍ଲାପାଳଙ୍କର ଏହି ପଦକ୍ଷେପ ପ୍ରଶଂସନୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.