Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘ଧୋନୀଙ୍କ ପାଇଁ ଆମ ପିଢିର ଖେଳାଳିମାନେ ଗୁଳି ଖାଇବାକୁ ବି ପ୍ରସ୍ତୁତ’: ଲୋକେଶ ରାହୁଲ

3/07/2021 at 9:19 PM

ନୂଆଦିଲ୍ଲୀ ୦୩/ ୦୭ : ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଖୁବ ତାରିଫ୍‌ କରିଛନ୍ତି । ରାହୁଲ କହିଛନ୍ତି, କୌଣସି ଭାରତୀୟ ଖେଳାଳି ଯିଏକି ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ଖେଳିଛନ୍ତି, ସେମାନେ ମାହିଙ୍କ ପାଇଁ ଗୁଳିଖାଇବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ୩ଟି ଯାକ ଆଇସିସି ଟାଇଟଲ୍ ହାତେଇବା ସହ ଧୋନି ହେଉଛନ୍ତି କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ବୋଲି ରାହୁଲ କହିଛନ୍ତି । ଥଣ୍ଡା ମିଜାଜ୍‌ ଏବଂ ଶାନ୍ତ ସ୍ବଭାବର ରହିବା ସହ ସହଯୋଗୀ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବାରେ ମାହି କେବେ ହେଲେ କୁଣ୍ଠାବୋଧ କରନ୍ତିନି ।

ରାହୁଲ କହିଛନ୍ତି, ‘ ଧୋନୀ ଏଭଳି ଜଣେ ଖେଳାଳି ଯାହାଙ୍କ ନେତୃତ୍ବରେ ଖେଳିବା ସମସ୍ତଙ୍କର ଏକ ସ୍ବପ୍ନ ଥାଏ । ସେ ସର୍ବଦା ଶେଷ ଯାଏଁ ଲଢିବାକୁ ପସନ୍ଦ କରୁଥିଲେ । କେବଳ ଲଢୁନଥି​‌ଲେ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଦୃଢ ମନୋବଳ ସହ ଖେଳିବାକୁ କହୁଥିଲେ । ଯାହାର ସକାରାତ୍ମକ ଫଳ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି ।

World Cup 2019: Batting with MS Dhoni is a dream, says KL Rahul - Sports  News

ଅଧିନାୟକ ଭାବେ ଯଦି ପ୍ରଥମେ କାହାର ନାଁ ସାମ୍ନାକୁ ଆସେ ତେବେ ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଏବେକାର ପିଢିର କ୍ରିକେଟରମାନେ ଖାସ କରି ଧୋନୀଙ୍କ ନେତୃତ୍ବରେ ଖେଳିଥିବା ଖେଳାଳିମାନେ ତାଙ୍କ ଅଧିନାୟକତ୍ବ ବିଷୟରେ ବେଶ ଭଲ ଭାବେ ଜାଣିଥିବେ କହିଛନ୍ତି ଲୋକେଶ ରାହୁଲ । ଧୋନୀ ଅଧିନାୟକ ଥିବା ବେଳେ ଅନେକଗୁଡିଏ ମ୍ୟାଚ ଜିତିଛନ୍ତି । ଏହା ସହିତ ସାଥି ଖେଳାଳିଙ୍କ ତାଙ୍କ ପ୍ରତିଥିବା ବିଶ୍ବାସ ଏବଂ ସହଭାଗୀତା ଧୋନୀଙ୍କ ମହାନତାର ଆଉ ଏକ ଦିଗ୍‌ଦର୍ଶନ । ତେଣୁ ଧୋନୀଙ୍କ ଅଧିନରେ ଖେଳିଥିବା ସମସ୍ତ ଖେଳଳି ତାଙ୍କ ପାଇଁ ଗୁଳିଖାଇବାକୁ ମଧ୍ୟ ପ୍ରସ୍ତୁତ ।

ଦଳ ପାଇଁ ଧୋନୀଙ୍କ ପ୍ରତିବଦ୍ଧତା ଏବଂ ଦାୟିତ୍ବବୋଧ ଦଳକୁ ଆହୁରି ମଜବୁତ କରିଥାଏ । ରାହୁଲ କହିଛନ୍ତି, ‘ଦଳର ଉତ୍ଥାନ ଏବଂ ପତନ ସମୟରେ ସେ କିଭଳି ଭାବେ ଦୃଢତାର ସହ ତାହାକୁ ମୁକାବିଲା କରନ୍ତି ତାହା ସତରେ ପ୍ରେରଣାଦାୟୀ ଏବଂ ଶିକ୍ଷଣୀୟ । ଦେଶପାଇଁ ସମସ୍ତ ପ୍ରକାର ପରିସ୍ଥିତିରେ ଖେଳିବାକୁ ସେ ସର୍ବଦା ପ୍ରସ୍ତୁତ ଥାଆନ୍ତି ।’

Nobody can fill Dhoni's boots, says KL Rahul | Cricket News - Times of India

ଧୋନୀଙ୍କ ନେତୃତ୍ବରେ ଭାରତ ଅନେକ ଗୁଡିଏ ମାଇଲଖୁଣ୍ଟ ଛିଡା କରିଛି । ମାହିଙ୍କ ଅଧିନାୟକତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ବିଜୟୀ ହୋଇଥିବା ବେଳେ, ୨୦୧୧ରେ ଦିନିକିଆ ବିଶ୍ବକପ ବିଜୟ, ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଛି । ସେହିଭଳି ଧୋନୀଙ୍କ ନେତୃତ୍ବରେ ଭାରତ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟିରେ ଏକ ନମ୍ବର ମାନ୍ୟତା ମଧ୍ୟ ପାଇଥିଲା । ସେହିଭଳି ମାହିଙ୍କ ନେତୃତ୍ବରେ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ୍‌ ୨୦୧୦, ୨୦୧୧ ଏବଂ ୨୦୧୮ରେ ଆଇପିଏଲ ଚାମ୍ପିୟନ ହୋଇଛି ।

Long hug and thank you: This is how KL Rahul will ask MS Dhoni to go easy  on KXIP

   Related Posts