ଯେ କୌଣସିମତେ ଅର୍ଥବ୍ୟବସ୍ଥାରେ ‘ଭି’ ସେପ୍‌ ସୁଧାର ଦେଖିବାକୁ ଚାହେଁ ଭାରତ

Published By : Prameya-News7 Bureau | December 17, 2020 IST

କରୋନା ଭାଇରସ ଲକଡାଉନ କାଳରେ ଆମଦାନୀ ହ୍ରାସ ଭାରତ  ଡଲାର ନିର୍ଭର ହୋଇପଡିଛି। ଏଣୁ ପୁଣି ଶ୍ରୀଗଣେଶ କରିଥିବା ଭାରତୀୟ ଅର୍ଥବ୍ୟବସ୍ଥା ନିବେଶକଙ୍କୁ ସୁଧାର ଆଡକୁ ଆକର୍ଷିତ କରିବା ଆରମ୍ଭ କରିଛି। ତେବେ ବ୍ୟାଙ୍କମାନଙ୍କ ଲାଗି ଏହାର ଅର୍ଥ କନ୍ତୁ ଭିନ୍ନ। ଦୁର୍ବଳ ଡଲାର ଲାଗି ଲୋକଙ୍କ ଆଗ୍ରହ ବଢୁଥିବା ବେଳେ ଦେଶୀୟ ମୁଦ୍ରା ଏବେ ସ୍ଥାଣୁ ପାଲଟିଛି। ଏଥିରେ ନୀତିନିର୍ଦ୍ଧାରକମାନେ ଟଙ୍କା ପ୍ରତି ଏତେଟା ଗୁରୁତ୍ୱ ଦେଉ ନଥିବା ବେଳେ ସେମାନଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ଥିବା  ବଜାର ବିଶ୍ୱାସ କରିପାରୁନି। ଏଣୁ ଦେଶର ଅର୍ଥବ୍ୟବସ୍ଥା ଏବେ ଭାସମାନ ଅବସ୍ଥାକୁ ଚାଲିଆସିଛି।

କେନ୍ଦ୍ରୀୟ ବ୍ୟାଙ୍କ ଆକଳନ ବାହାରକୁ ଇନ୍ଧନ ମୁଦ୍ରାସ୍ପିତ ଚାଲିଯାଇଥିବା ବେଳେ ଦେଶରେ ଚୀନ୍‌ ଅର୍ଥବ୍ୟବସ୍ଥା ପ୍ରତିଫଳିତ ହେଉଛି। ୟେଉଁଠି କର୍ପୋରେଟଙ୍କ ତ୍ରୁଟି ଯୋଗୁ ଅନ୍ତତଃ ବ୍ୟାଙ୍କ ତରଳତା ପ୍ରଭାବିତ ହୋଇଛି। ଚୀନ୍‌ ଏବେ ମହାମାରୀରୁ ବାହରକୁ ବାହାରି ଯାଇଛି। ଏଣୁ ଚୀନ ଭଳି ଏକ ବୃହତ୍ତ ଅର୍ଥବ୍ୟବସ୍ଥାର ନଜର ଏବେ  ଭାରତର ଉପାୟ ଉପରେ ରହିବା ସ୍ୱଭାବିକ। ବିଶେଷ କରି ଭାରତର ମୁଦ୍ରା ପ୍ରୋତ୍ସାହନ ଉପରେ ଚୀନ୍‌ର ନଜର ରହିଛି। ଯଦି ୨୦୨୧ରେ ଭାରତୀୟ କେନ୍ଦ୍ରବ୍ୟାଙ୍କ ଅଧିକ ଉଦାରତା ଅବଲମ୍ବନ କରେ ତେବେ ଦେଶର ଇକ୍ୱିଟି ବଜାର ପ୍ରଭାବିତ ହେବା ଏକ ପ୍ରକାର ନିଶ୍ଚିତ। ଯଦି ବଜାରର ତରଳତା ଦିଗରେ ଆରବିଆଇଙ୍କ କାର୍ଯ୍ୟକ୍ରମ ହ୍ରାସ ହୁଏ ତେବେ ଦେଶର ୧.୩ ବିଲିୟନ ଲୋକଙ୍କ କୋଭିଡ ଟିକାକରଣ ପ୍ରଭାବିତ ହେଉଥିବାର ଦେଖାଯାଉଛି। ଏଣୁ ସେୟାର ବଜାର ମଧ୍ୟ ପ୍ରଭାବିତ ନ ହେବ ତାହା କହି ହେଉ ନାହିଁ।

ହେଲେ ଏଥିରେ ଭାରତୀୟ କେନ୍ଦ୍ରୀୟ ବ୍ୟଙ୍କଙ୍କ ଭୂମିକା ଉପରେ ଏବେ ସମସ୍ତଙ୍କ ନଜର। ଏଥିରୁ ସମୟ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ତାଙ୍କ ଲକ୍ଷ ପଥରୁ ନିବୃତ୍ତ ହେଉଥିବା ପରି ମନେ ହେଉ ନାହାନ୍ତି। ସମଗ୍ର ଏସିଆ ମହାଦେଶରେ ଅନ୍ୟ ଦେଶଙ୍କ ମୁଦ୍ରା ତୁଳନାରେ ଚଳିତବର୍ଷ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଏତେଟା ଉଲ୍ଲେଖଯୋଗ୍ୟ ନାହିଁ।  ତେବେ ପ୍ରଥମ ୯ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ୫୮ ବିଲିୟନ ଡଲାର କ୍ରୟ କରିବାରେ ସଫଳ ହୋଇଛନ୍ତି। ଯାହା ତାଙ୍କର ଦୂରଦର୍ଶିତାକୁ ପ୍ରମାଣିତ କରୁଥିଲେ ହେଁ ଖାସ ଏଥିଲାଗି ଟଙ୍କାର ଟାଣ ଭାଙ୍ଗିଥିଲା।    

ମୁଦ୍ରାସ୍ପିତି ଗତମାସରେ କେନ୍ଦ୍ରୀୟ ବ୍ୟାଙ୍କ କରିଥିବା ଅନୁମାନ ତୁଳନାରେ ସାମାନ୍ୟ ହ୍ରାସ ହୋଇଛି। ମୁଦ୍ରାସ୍ପିତି ହାର ୬.୯ ପ୍ରତିଶତରେ ପହଞ୍ଚିଛି। ତେବେ କେନ୍ଦ୍ରୀୟ ବ୍ୟାଙ୍କ ଏ ନେଇ କରିଥିବା ପୂର୍ବାନୁମାନ୨ରୁ ୬ ପ୍ରତିଶତ ଲଗାତାର ଅଷ୍ଟମ ମାସରେ ମଧ୍ୟ ବଢି ରହିଥିବା ଦେଖାଯାଇଛି। ମଜଭୁତ ଟଙ୍କା କେନ୍ଦ୍ରୀୟ ବ୍ୟାଙ୍କଙ୍କୁ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ସହାୟକ ହୋଇପାରେ। ହେଲେ ଏଥିରେ ସାମାନ୍ୟ  ତ୍ରୁଟି ଆର୍ଥିକ ଅବସ୍ଥାକୁ ଗୁରୁତର ନ କରିବ ତାହା କହି ହେଉ ନାହିଁ। ଏଥିରେ ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୧ର ପ୍ରବନ୍ଧନ କିପରି କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.