ରାଷ୍ଟ୍ରୀୟ ବାଲ୍ ପୁରସ୍କାର ସମ୍ମାନ : ଓଡ଼ିଶାରୁ ଅନ୍ବେଷ ଶୁଭମ୍ ପ୍ରଧାନ ହେବେ ପୁରସ୍କୃତ

Published By : Prameya-News7 Bureau | January 25, 2021 IST

ଭୁବନେଶ୍ବର ୨୫।୧: ସାଧାରଣତନ୍ତ୍ର ଦିବସରେ ୩୨ ଜଣ ଶିଶୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବାକୁ ଯାଉଥିବା ବେଳେ ଓଡ଼ିଶାରୁ ଏକମାତ୍ର ଛାତ୍ର ଅନ୍ବେଷ ଶୁଭମ୍ ପ୍ରଧାନ ପୁରସ୍କୃତ ହେବେ। ପୁରସ୍କୃତ ହେବାକୁ ଯାଉଥିବା ଶିଶୁମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ କଥା ହୋଇଛନ୍ତି । ୩୨ ଜଣ ଶିଶୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବାକୁ ଯାଉଛନ୍ତି । କଳା ବିଜ୍ଞାନ, କ୍ରୀଡ଼ା, ସୃଜନରେ ଉତ୍କର୍ଷ ଲାଭ କରିଥିବା ଅସାଧାରଣ ଧିସଂପନ୍ନ ଶିଶୁମାନଙ୍କୁ ସାଧାରଣତନ୍ତ୍ର ଦିବସରେ ପୁରସ୍କାର ଦିଆଯାଇଥାଏ ।

୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୨ ଟି ଜିଲ୍ଲାରୁ ୩୨ ଶିଶୁଙ୍କୁ ମନୋନୀତ କରାଯାଇଛି । ଯେଉଁଥିରେ ୭ ଜଣ ଶିଶୁ କଳା ଓ ସଂସ୍କୃତି ପାଇଁ ପୁରସ୍କୃତ ହେଉଥିବା ବେଳେ ୯ ଜଣଙ୍କୁ ଆବିଷ୍କାର ଓ ଉଦ୍ଭାବନ ପାଇଁ ୩ ଜଣଙ୍କୁ ସାହସିକତା ପାଇଁ , ୫ ଜଣଙ୍କୁ ପାଠ ପଢ଼ା ପାଇଁ ଏବଂ ୭ ଜଣଙ୍କୁ କ୍ରିଡ଼ା ପାଇଁ ପୁରସ୍କୃତ କରାଯିବ। ଓଡ଼ିଶାରୁ ଅନ୍ବେଷ ଶୁଭମ୍ ପ୍ରଧାନ ତାଙ୍କ ଅସାଧାରଣ ଧିଶକ୍ତି ଓ ପାଠରେ ଉତ୍କର୍ଷ ଲାଭ ପାଇଁ ପୁରସ୍କୃତ ହେବାକୁ ଯାଉଛନ୍ତି। ଓଡ଼ିଶାରୁ ସେ ଏକମାତ୍ର ଶିଶୁ ଭାବେ ଏବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବାକୁ ଯାଉଛନ୍ତି । ଅନ୍ବେଷ ଶୁଭମ୍ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ୯ମ ଶ୍ରେଣୀ ଛାତ୍ର । ପୂର୍ବରୁ ସେ ଗଣିତ ଏବଂ ବିଜ୍ଞାନ ଅଲମ୍ପିଆଡରେ କୃତିତ୍ବ ଅର୍ଜନ କରିଥିଲେ । ପୁରସ୍କାର ପାଇବାକୁ ଯାଉଥିବା ଶିଶୁମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ କଥା ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.