ବୁଲା କୁକୁର ନିମନ୍ତେ ନ୍ୟାୟ ପାଇଁ ସୋସାଲ ମିଡିଆରେ ଅନୁଷ୍କାଙ୍କ ଆନ୍ଦୋଳନ, ସାମିଲ ହେଲେ ସୋନମ, ଜାକ୍‌ଲିନଙ୍କ ସମେତ ଅନେକ ବଲିଉଡ କଳାକାର

Published By : Prameya-News7 Bureau | July 29, 2019 IST

ମୁମ୍ବାଇ:  ପ୍ରାୟ ୧ ବର୍ଷ ପୂର୍ବେ କେରଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ସାରା ଦେଶରେ ଚିନ୍ତାର କାରଣ ପାଲଟିଥିଲା। ହେଲେ ନିକଟରେ ମୁମ୍ବାଇରେ ଏକ ବୁଲା କୁକୁର ପ୍ରତି ହୋଇଥିବା ଅବିଚାରକୁ ବଲିଉଡ୍ ନାୟିକା ଅନୁଷ୍କା ଶର୍ମା କିନ୍ତୁ ବରଦାସ୍ତ କରିପାରି ନାହାନ୍ତି। ବୁଲା କୁକୁର ପ୍ରତି ଚୌକିଦାର କରିଥିବା ଅମାନବୀୟ ଆକ୍ରମଣକୁ ଅନୁଷ୍କା ତାଙ୍କ ସୋସାଲ ସାଇଟ୍ ରେ ଅପଲୋଡ କରିବା ସହ ବିରୋଧ କରିଥିବା ବେଳେ ଏବେ ତାଙ୍କ ସହ ହାତ ମିଳାଇଛନ୍ତି ସୋନମ କପୁର, ଜାକ୍ୟୁଲିନ ଫର୍ଣ୍ଣାଣ୍ଡିଜଙ୍କ ସମେତ ଅଭିନେତା ଜନ ଆବ୍ରାହାମ। ଏପରିକି ଜନ ଆନ୍ଦୋଳନ ପାଇଁ ଆହ୍ୱନ ଦେବା ଏବେ ପାଲଟିଛି ଚର୍ଚ୍ଚାର ବିଷୟ।

wp:html
/wp:html

ମୁମ୍ବାଇ ଏବେ ବର୍ଷାରେ ଉବୁଟୁବୁ ହେଉଛି। ଏଥିରେ ବୁଲା କୁକୁରଟି ଆଶ୍ରୟ ନେବା ପାଇଁ ଏକ ବିଲ୍ଡିଂ ଭିତରକୁ ପଶି ଯିବାରୁ ସେଠାରେ ସୁରକ୍ଷା ନିମନ୍ତେ ମୁତୟନ ଥିବା ଚୌକିଦାର ତାକୁ ନିର୍ଦ୍ଦୟ ଭାବେ ପିଟିଥିଲା। ଫଳରେ କୁକୁରଟି ଗୁରୁତର ଆହତ ହୋଇଛି। ଯାହାର ଫଟୋ ଓ ଭିଡିଓକୁ ଅନୁସ୍କା ତାଙ୍କ ଇଂଷ୍ଟା ପେଜ୍ ରେ ଅପଲୋଡ କରିବା ସହ ତା ପାଇଁ ନ୍ୟାୟ ନିମନ୍ତେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ଘଟଣା ସୋସାଲ ମିଡିଆରେ ଭାଇରାଲ ହେବା ପରେ ପଶୁଅଧିକାର କର୍ମୀମାନେ ୱର୍ଲି ପୋଲିସରେ ଜୁଲାଇ ୨୭ ତାରିଖ ଦିନ ଲିଖିତ ଏତଲା ରୁଜୁ କରିଥିବା ସୋନମ ତାଙ୍କ ଇଂଷ୍ଟା ପେଜରେ ସୂଚନା ଦେଇଛନ୍ତି।

wp:html
/wp:html

ଏ ନେଇ ପୋଲିସକୁ ସମସ୍ତ ପ୍ରମାଣ ଯୋଗାଇ ଦିଆଯାଇଥିଲେ ହେଁ କେଉଁସ୍ଥାନରେ ଚୌକିଦାର କୁକୁରକୁ ପିଟି ଏପରି ଦରମରା କରିଛନ୍ତି ତାହା କିନ୍ତୁ ସ୍ପଷ୍ଟ ହୋଇ ପାରି ନାହିଁ। ଚୌକିଦାରଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଜାକ୍ୟୁଲିନ ତାଙ୍କ ଇଂଷ୍ଟା ପେଜରେ ନିବେଦନ କରିଥିବା ବେଳେ ଲୋକେ ଏବେ ଚୌକିଦାର ତଲାସରେ ଲାଗିପଡିଛନ୍ତି। ଅଭିନେତା ଜନ ଆବ୍ରାହାମ ମାମଲାରେ ଆନ୍ଦୋଳନକୁ ଓହ୍ଲାଇବାକୁ ବି ରାଜି ହୋଇ ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.