Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୁବ୍‌ ଶୀଘ୍ର ନୂଆ ଅନ୍ଦାଜ ସହ ପରଦାରେ ନଜର ଆସିବେ ଏହି ଅଭିନେତ୍ରୀ

1/09/2019 at 5:14 PM

ମୁମ୍ବାଇ୧|୯: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଶେଷ ଥର ପାଇଁ ୨୦୧୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଜିରୋରେ ନଜର ଆସିଥିଲେ।

ଶାହରୁଖ ଖାନଙ୍କ ବିପକ୍ଷରେ ଅନୁଷ୍କା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅନୁଷ୍କା ଶର୍ମା ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ଜଣେ ଅଭିନେତ୍ରୀ।

ପ୍ରତିଷ୍ଠିତ ଅଭିନେତ୍ରୀ ଅନୁଷ୍କା ନିଜ ଅଭିନୟ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ଆଜିକାଲି ସେ ଭ୍ୟାକେସନ କାଟିବାରେ ବ୍ୟସ୍ତ ଅଛନ୍ତି।

ପ୍ରତ୍ୟେକ ଥର ଫିଲ୍ମରେ ଏକ ନିଆରା ଢଙ୍ଗରେ ଅଭିନୟ କରି ସେ ଦର୍ଶକଙ୍କ ଦିଲ୍‌ ଜିତିନିଅନ୍ତି। ଅଧିକାଂଶ ସମୟରେ ଅନୁଷ୍କା ସେୟାର କରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ।

ତେବେ ଖୁବ୍‌ ଶୀଘ୍ର ଅନୁଷ୍କା ପରଦାରେ ନଜର ଆସିବେ। ଏହା କୋଣସି ୱେବ ସିରିଜ ବା ଫିଲ୍ମ ନୁହେଁ। ଏହା ଏକ ଟିଭି କମର୍ସିଆଲ ହେବ।

ସୂଚନାଯୋଗ୍ୟ ଯେ, ଏହି ପ୍ରୋଯେକ୍ଟରେ ଅନୁଷ୍କା ମହିଳା ପୋଲିସ ୟୁନିଫର୍ମରେ ନଜର ଆସିବେ। ଏହା ଖୁବ ମଜେଦାର ହେବ।

   Related Posts