Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜରୀନ୍‌ ଖାନଙ୍କ ସପୋର୍ଟରେ କହିଲେ ଅନୁଷ୍କା, ପେଟର ଷ୍ଟ୍ରେଚ୍‌ମାର୍କ ନେଇ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କଲେ ଏମିତି…

2/09/2019 at 5:24 PM

ମୁମ୍ବାଇ୨|୯: “ଭୀର” ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ ଜରୀନ୍‌ ଖାନ ପୋଷ୍ଟ କରିଥିବା ନିଜ ଫଟୋ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି।ଏହି ଫଟୋରେ ତାଙ୍କ ଖୋଲା ଷ୍ଟ୍ରେଚ୍‌ ମାର୍କ ଦେଖି ୟୁଜରମାନେ ଟ୍ରୋଲ କରୁଛନ୍ତି। ଜରୀନ ଖାନ ଏହି ଫଟୋରେ ରାଜସ୍ତାନ ଉଦୟପୁରସ୍ଥିତ ପିଛୋଲା ଲେକ୍‌ ପାଖରେ ଠିଆ ହୋଇ ପୋଜ୍‌ ଦେଇଛନ୍ତି।

ଫଟୋରେ ଜରୀନ୍‌ଙ୍କ ପେଟରେ ଥିବା ଷ୍ଟ୍ରେଚ୍‌ ମାର୍କ ଭଲ ଭାବେ ଦେଖା ଯାଇଛି। ଏହା ଦେଖି ସୋସିଆଲ ମିଡିଆ ୟୁଜର ଟ୍ରୋଲ କରିବା ଆରମ୍ଭ କରିଥିଲେ। ହେଲେ ଜରୀନ ୟୁଜରମାନଙ୍କୁ ଚୁପ୍‌ କରାଇବା ପାଇଁ କଡା ଜବାବ ଦେଇଥିଲେ। ଏହା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ତାଙ୍କୁ ସପୋର୍ଟ କରିଥିଲେ।

କେବଳ ଫ୍ୟାନ୍ସ ନୁହେଁ ତାଙ୍କୁ ସମର୍ଥନ କରିବା ପାଇଁ ବଲିଉଡ୍‌ ଦିଭା ଅନୁଷ୍କା ଶର୍ମା ମଧ୍ୟ ନିଜ ରାୟ ଦେଇଥିଲେ। ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ନୋଟ୍‌ ଲେଖି ଜରୀନଙ୍କୁ ସୁନ୍ଦରୀ, ବହାଦୂର ଓ ମଜବୁତ ଅଭିନେତ୍ରୀ ବୋଲି କହିଛନ୍ତି। ସେ ଏବେ ଯେମିତି ଅଛନ୍ତି ସେମିତି ହିଁ ପର୍ଫେକ୍ଟ ଅଛନ୍ତି।  

ସୂଚନାଯୋଗ୍ୟ ଯେ, ନିକଟରେ ଜରୀନ୍‌ ଉଦୟପୁରରେ ଏକ ଫଟୋଶୁଟ୍‌ ସମୟରେ ଉଠାଇଥିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ତାଙ୍କୁ ଟ୍ରୋଲ କରାଯାଇଥିଲା ସତ, ତଥାପି ସେ ଏହାର ଜବାବ ରଖିଥିଲେ। ଜରୀନ ଅନୁଷ୍କାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ଏହା ବ୍ୟତୀତ ଜରୀନ୍‌ ଲେଖିଛନ୍ତି ଯେ, ତାଙ୍କ ପେଟରେ ଥିବା ଷ୍ଟ୍ରେଚ ମାର୍କ ବିଷୟରେ ଜାଣିବା ଲାଗି ଯେଉଁ ଲୋକଙ୍କର ବହୁତ ଇଚ୍ଛା ଅଛି, ସେମାନଙ୍କ ପାଇଁ ସେ ବିଷେଶ ସୂଚନା ଦେଇଥିଲେ। ଏହା ଜଣେ ବ୍ୟକ୍ତିର ନାଚୁରାଲ ପେଟ, ଯିଏ ୫୦ କିଲୋରୁ ଅଧିକ ଓଜନ ହ୍ରାସ କରିଛି ବୋଲି ସେ ଲେଖିଥିଲେ।

ଏହାକୁ ନା ଫଟୋସପ୍‌ କୁହାଯାଇପାରିବ, ନା କୌଣସି ପ୍ରକାର ଅପରେଶନ। ସେ ଲେଖିଛନ୍ତି ଯେ, ଜରୀନ ସେମାନଙ୍କ ମଧ୍ୟରୁ ଜଣେ, ଯିଏ ବାସ୍ତବତା ଉପରେ ବିଶ୍ବାସ ରଖେ। ଏହାକୁ ଲୁଚାଇବା ପରିବର୍ତ୍ତେ ଗର୍ବର ସହ ଦେଖାଇଛନ୍ତି ଜରୀନ। ଜରୀନ୍‌ ଖାନ୍‌ ଆଜିକାଲି ଉଦୟପୁରରେ ଫିଲ୍ମ ‘ହମ୍‌ ଭି ଅକେଲେ ତୁମ ଭି ଅକେଲେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

ଜରୀନ ଖାନ ବଲିଉଡ ଫିଲ୍ମ ସହ ଅନେକ ପଂଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବଲିଉଡରେ ସେ ମୁଖ୍ୟ ଭୂମିକାରେ ନଜର ଆସନ୍ତି। ଏବେ ଜରୀନ୍‌ ପଂଜାବୀ ଫିଲ୍ମ ଡାକାରେ ଅଭିନୟ କରୁଛନ୍ତି। ଅପରପକ୍ଷରେ ଅନୁଷ୍କା ଏବେ କିଛି ଦିନ ହେବ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି।

ଶେଷ ଥର ପାଇଁ ଅନୁଷ୍କା ବଲିଉଡ ଫିଲ୍ମ ଜିରୋରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଫିଲ୍ମରେ ଅନୁଷ୍କାଙ୍କ ବିପକ୍ଷରେ ଅଭିନେତା ଶାହରୁଖ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଅଭିନୟ କରିଥିଲେ।

   Related Posts