Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିକିନୀରେ ଫଟୋ ସେୟାର କଲେ ଅନୁଷ୍କା, ବିରାଟଙ୍କ କମେଣ୍ଟ ଦେଖି ଆଚମ୍ବିତ ହେଲେ ଦର୍ଶକ

19/08/2019 at 5:48 PM

ମୁମ୍ବାଇ୧୯|୮: ବିଶ୍ବର ଶ୍ରେଷ୍ଠ କ୍ରିକେଟ ଖେଳାଳୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲୀ । ଅନେକ ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି କରିଛନ୍ତି ବିରାଟ୍‌। ଅଧିକାଂଶ ଝିଅଙ୍କ ଦିଲରେ ରାଜ କରନ୍ତି ବିରାଟ।ହେଲେ ସମସ୍ତଙ୍କ ମନ ଭାଙ୍ଗି ୨୦୧୭ ମସିହା ଡିସେମ୍ବର ମାସ ୧୧ ତାରିଖରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ ବିରାଟ।

କୋହଲୀ କେବଳ କ୍ରିକେଟ୍‌ ମଇଦାନରେ ନିଜ ଜଲୱା ପାଇଁ ଫେମସ ନୁହନ୍ତି,  ବରଂ ସେ ଅନ୍ୟାନ୍ୟ ଜିନିଷ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ବିରାଟ କୋହଲୀ ଆଜିକାଲି ୱେଷ୍ଟଇଣ୍ଡିଜରେ ଅଛନ୍ତି। ବିରାଟଙ୍କ ସହ ପତ୍ନୀ ଅନୁଷ୍କା ମଧ୍ୟ ଏବେ ୱେଷ୍ଟଇଣ୍ଡିଜ୍‌ରେ ଅଛନ୍ତି।

ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ନିଜର ବିକିନୀ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ବିରାଟଙ୍କ କମେଣ୍ଟ ଅନେକ ଲୋକଙ୍କ ମନ କିଣିନେଇଛି। ଫଟୋ ସେୟାର କରି ଅନୁଷ୍କା “ସନ୍‌ କିସ୍‌ଡ ଏଣ୍ଡ ବ୍ଲେସ୍‌ଡ”(Sun Kissed & Blessed ) କ୍ୟାପଶନ ଦେଇଛନ୍ତି।

ଏହି ଫଟୋରେ ବିରାଟ ବହୁତ କ୍ୟୁଟ୍‌ କମେଣ୍ଟ ଦେଇଛନ୍ତି। ଅନୁଷ୍କା ଶର୍ମା ଆଜିକାଲି ବଲିଉଡରୁ ଛୋଟ ବ୍ରେକ୍‌ ନେଇଛନ୍ତି। ଏବେ ସେ ସ୍ବାମୀ ବିରାଟଙ୍କ ସହ କ୍ବାଲିଟି ସମୟ ବିତାଉଛନ୍ତି।   

ବିଶ୍ବକପ୍‌ ପରେ ଭାରତୀୟ ଟିମ୍‌ ଜୁଲାଇ ମାସରେ ଫ୍ଲୋରିଡା ଯାଇଥିଲେ। ଫ୍ଲୋରିଡାରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ୩ଟିକିଆ ଟି-୨୦ ସିରିଜ୍‌ର ୨ଟି ମ୍ୟାଚ୍‌ ଖେଳିଥିଲା। ଶେଷ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ୩-୦ କ୍ଲିନସ୍ବିପ୍‌ କରିଥିଲା। ଆସନ୍ତା ଅଗଷ୍ଟ ମାସ ୨୨ ତାରିଖରୁ ଭାରତ ୱେଷ୍ଟଇଣ୍ଡିଜ୍‌ ବିରୋଧରେ  ଟେଷ୍ଟ ସିରିଜ୍‌ ମଧ୍ୟ ଖେଳିବ।

   Related Posts