ଦେଶର ସବୁଠୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହି ଅଭିନେତ୍ରୀଙ୍କ ନାଁ ହେଲା ସାମିଲ

Published By : Prameya-News7 Bureau | September 24, 2019 IST

ମୁମ୍ବାଇ୨୪|୯: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ଶୁସିର ଖବର ସାମ୍ନାକୁ ଆସିଛି। ଫର୍ଚ୍ୟୁନ ଇଣ୍ଡିୟା ମ୍ୟାଗେଜିନ ଅନୁଷ୍କାଙ୍କ ନାଁ ୫୦ ଜଣ ସବୁଠୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସାମିଲ କରିଛନ୍ତି। ଏହି ତାଲିକାରେ ଅଭିନେତ୍ରୀଙ୍କ ମଧ୍ୟରୁ କେବଳ ଅନୁଷ୍କାଙ୍କ ନାଁ ସାମିଲ ହୋଇଛି। ଅଭିନେତ୍ରୀ ହେବା ସହ ଅନୁଷ୍କା ଜଣେ ପ୍ରଯୋଜକ ଓ ଅନେକ ବ୍ରାଣ୍ଡର ମାଲିକାଣୀ। ଅନୁଷ୍କାଙ୍କୁ ଏହି ତାଲିକାରେ ୩୯ତମ ସ୍ଥାନରେ ରହିଛନ୍ତି।  

{"id":161911}

ଫର୍ଚ୍ୟୁନ ଇଣ୍ଡିଆ ମାଗାଜିନ ଏହା ଘୋଷଣା କରି ନିଜ ୱେବସାଇଟ୍‌ରେ ଲେଖିଛି ଯେ, ନୁସିଆ, ଏଲେ ୧୭, ମିନ୍ତ୍ରା, ଲାଭି ଏଲଙ୍ଗ ଭଳି ବ୍ରାଣ୍ଡର ଫେସ୍‌ହେଉଛନ୍ତି ଅନୁଷ୍କା ଶର୍ମା । ଏହା ବ୍ୟତୀତ ସେ ଜଣେ ସଫଳ ପ୍ରଯୋଜକ। ୨୫ ବର୍ଷ ବୟସରେ ଅନୁଷ୍କା କ୍ଲିନ୍‌ ସ୍ଲେଟ ଫିଲ୍ମ କରିଛନ୍ତି। ୩ଟି କମ ବଜେଟ୍‌ ଫିଲ୍ମର ପ୍ରଯୋଜକ ହେଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଫିଲ୍ମ ଗୁଡିକ ହେଉଛି ଏନ୍‌ଏଚ ୧୦, ଫିଲୌରୀ ଓ ପରି। ଏହା ସହ ଅନୁଷ୍କା ଏମେଜନ ପ୍ରାଇମ ଭିଡିଓର ୱେବ ସିରିଜ ମଧ୍ୟ ପ୍ରଡ୍ୟୁସ କରୁଛନ୍ତି।

{"id":161912}

ଅନୁଷ୍କା ଶର୍ମା ବଲିଉଡରେ ୧୧ ବର୍ଷ ହେବ ଅଛନ୍ତି। ରବ ନେ ବନା ଦି ଯୋଡି ଫିଲ୍ମରେ ଶାହରୁଖ ଖାନଙ୍କ ବିପକ୍ଷରେ ଅଭିନୟ କରି ସେ ବଲିଉଡରେ ଡେବ୍ୟୁ କରିଥିଲେ। ଶେଷ ଥର ପାଇଁ ଅନୁଷ୍କା ଫିଲ୍ମ ଜିରୋରେ ଅଭିନୟ କରିଥିଲେ। ତାପରେ ସେ କୌଣସି ଫିଲ୍ମ ସାଇନ କରିନାହାନ୍ତି। ଅନୁଷ୍କାଙ୍କ କହିବା ଅନୁସାରେ ସେ ଏବେ କିଛି ସମୟ ନିଜ ବୈବାହିକ ଜୀବନକୁ ଏନ୍‌ଜଏ କରିବାକୁ ଚାହାନ୍ତି। ତେଣୁ ସେ ଏବେ କିଛି ସମୟ ଯାଏଁ କୌଣସି ଫିଲ୍ମ ସାଇନ୍‌ କରିବେ ନାହିଁ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.