Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

କ୍ଷୁବ୍ଧ ହେଲେ ଅନୁଷ୍କା, ୱାର୍ଲଡ କପରେ ସିଲେକ୍ଟର ତାଙ୍କୁ ଚା କପ୍ ଦେଉଥିବା ଚର୍ଚ୍ଚା ନେଇ ରଖିଲେ ସ୍ପଷ୍ଟିକରଣ

31/10/2019 at 7:06 PM

ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀଙ୍କ ଲାଗି ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଟିମ୍ ଇଣ୍ଡିଆର ଚୟନ ସମିତିକୁ ନେଇ ଜନୈକ ଭେଟେରାନ କ୍ରିକେଟର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅନୁଷ୍କା ମଧ୍ୟ ପୁଣି ଚର୍ଚ୍ଚାକୁ ଆସିଥିବାରୁ ସେ ସୋସାଲ ମିଡିଆରେ ନିଜର ଉଦବେଗ ବ୍ୟକ୍ତ କରିଛନ୍ତି। ଏ ନେଇ ସେ ଏକ ଲମ୍ବା ଚୌଡା ଚିଠି ପୋଷ୍ଟ କରିବା ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି।  

ଭାରତୀୟ ଟିମର ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟସ୍ ମ୍ୟାନ ଫାରୁକ ଇଞ୍ଜିନିୟର ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ସିଲେକ୍ଟ କମିଟିକୁ ‘ମିକି ମାଉସ ସିଲେକ୍ସନ କମିଟି’ କହିଛନ୍ତି। ଏପରିକି ସିଲେକ୍ଟରଙ୍କ ଯୋଗ୍ୟତାକୁ ନେଇ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ପୂର୍ବରୁ ବିସିସିଆଇ ଦିଲ୍ଲୀପ ଭେଙ୍ଗସରକାର, ଶ୍ରୀକାନ୍ତ ଓ ସନ୍ଦିପ ପାଟିଲଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ସିଲେକ୍ଟର ମନୋନୟନ କରୁଥିଲେ। ସେମାନଙ୍କ ବ୍ୟକ୍ତିତ୍ୱ ବି ସେପରି ଥିଲା। ହେଲେ ଏବେ ବିସିସିଆଇରେ ସେଭଳି ଚୟନ କର୍ତ୍ତା ନଥିବା କହିଥିଲେ ଫାରୁକ୍। ଏବେକାର ଚୟନ କର୍ତ୍ତା ମ୍ୟାଚ୍ ବେଳେ ଷ୍ଟାଡିୟମରେ ଟିମ ଇଣ୍ଡିଆ କ୍ୟାପ୍ଟେନଙ୍କ ପତ୍ନୀଙ୍କୁ ଚା ପରଶୁଥିବା ସେ କାହାଠୁ ଶୁଣିଥିବା କହିଥିଲେ।

ତେବେ ଜଣେ ଭେଟେରାନ କ୍ରିକେଟରଙ୍କ ଏଭଳି ବୟାନ ଅନୁଷ୍କାଙ୍କୁ କ୍ଷୁବ୍ଧ କରିଥିବା ବେଳେ ସେ ନିରବତାକୁ ଏପର୍ଯ୍ୟନ୍ତ ନିଜର ଅସ୍ତ୍ର ବୋଲି ଭାବୁଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ ଏବେ ଅଧିକ ସମୟ ନିରବ ରହିବା ହୁଏତ ତାଙ୍କର ମସ୍ତବଡ ଭୁଲ ହୋଇପାରେ ବୋଲି ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ ସମୟସମୟରେ ତାଙ୍କୁ ନେଇ କ୍ରିକେଟରେ ହେଉଥିବା ଚର୍ଚ୍ଚାର କୌଣସି ଆଧାର ନାହିଁ। ବିଶ୍ୱକପ୍ ମ୍ୟାଚ୍ ଦେଖିବା ଲାଗି ସେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବିମାନ ଯାତ୍ରା କରିବା ସହ ସେଠାରେ ଅବସ୍ଥାନ ଓ ଷ୍ଟାଡିୟମ ଟିକେଟ୍ କିଣିବା ଖର୍ଚ୍ଚ କରିଥିଲେ। ଏପରିକି ମ୍ୟାଚ୍ ବେଳେ ସେ ସିଲେକ୍ଟରଙ୍କ ବକ୍ସରେ ବି ନଥିଲେ । ଯଦି ସିଲେକ୍ଟରଙ୍କୁ ନେଇ କାହାର  ଅସନ୍ତୋଷ ରହିଛି ସେ ଏ ବାବଦରେ ଅଭିଯୋଗ କରିବା ଲାଗି ସ୍ୱାଧୀନ। ତେବେ ନିଜର ଅଭିଯୋଗକୁ ମଜଭୁତ କରିବା ଲାଗି ମୋତେ ଘଟଣା ଭିତରକୁ ଭିଡିବାର କୌଣସି ଆବଶ୍ୟକତା ନାହିଁ ବୋଲି ପତ୍ରରେ ଅନୁଷ୍କା ଉଲ୍ଲେଖ କରିଛନ୍ତି।  

   Related Posts