ବିରାଟଙ୍କ ପୋଷାକ କାହିଁକି ପିନ୍ଧନ୍ତି ପତ୍ନୀ? ପ୍ରଥମଥର ପାଇଁ ବୈବାହିକ ଜୀବନର ରାଜ ଖୋଲିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

Published By : Prameya-News7 Bureau | November 08, 2019 IST

ମୁମ୍ବାଇ୮|୧୧: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲୀ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।ଏବେ ଅନୁଷ୍କା ଓ ବିରାଟ ଭୂଟାନରେ ଛୁଟି ବିତାଉଛନ୍ତି। ଉଭୟଙ୍କ ଭୂଟାନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ନିକଟରେ ଅନୁଷ୍କା ଏକ ସାକ୍ଷାତକାରରେ ନିଜ ବୈବାହିକ ଜୀବନ ନେଇ ଅନେକ ରାଜ ଖୋଲିଛନ୍ତି।

{"id":180995}

ଭୋଗ୍‌ ମ୍ୟାଗାଜିନର ଏକ ସାକ୍ଷାତକାରରେ ଅନୁଷ୍କା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ। ଅନୁଷ୍କାଙ୍କ କହିବା ଅନୁସାରେ ଅଧିକାଂଶ ସମୟରେ ସେ ଆଲମାରୀରୁ ବିରାଟଙ୍କ ପୋଷାକ ନେଇଯାଆନ୍ତି। ବିରାଟଙ୍କ ଟି-ସାର୍ଟ, ଜ୍ୟାକେଟ ପିନ୍ଧିବାକୁ ଅନୁଷ୍କାଙ୍କୁ ବହୁତ ପସନ୍ଦ। ବିରାଟଙ୍କୁ ମଧ୍ୟ ଏହା ଖୁବ ଭଲ ଲାଗେ। ଯେତେବେଳେ ଅନୁଷ୍କା ତାଙ୍କ ଆଉଟଫିଟ୍‌ରେ ବାହାରକୁ ଯାଆନ୍ତି ବିରାଟ ତାଙ୍କର ବହୁତ ପ୍ରଶଂସା କରନ୍ତି।

{"id":180996}

 ବିବାହରେ ଅନୁଷ୍କା ପିଙ୍କ କଲରର ବା ଗୋଲାପି ରଂଗର ଲେହେଙ୍ଗା ପିନ୍ଧିଥିଲେ କାରଣ ତାହା ବିରାଟଙ୍କ ପସନ୍ଦ ଥିଲା। ଅନୁଷ୍କାଙ୍କୁ ଟ୍ରେଣ୍ଡ ଫଲୋ କରିବା ଭଲ ଲାଗେ ନାହିଁ। ସେଥିପାଇଁ ତାଙ୍କର ଅଧିକାଂଶ କଲେକ୍‌ସନ ବିରାଟଙ୍କ ପସନ୍ଦର ଥାଏ।ନିକଟରେ ବିରାଟ ନିଜ ୩୧ତମ ଜନ୍ମଦିନ ପାଳିଥିଲେ।

{"id":180997}

ଭୂଟାନରେ ପତ୍ନୀ ଅନୁଷ୍କାଙ୍କ ସହ ନିଜ ଜନ୍ମଦିନର ଫଟୋ ସେୟାର କରିଥିଲେ ବିରାଟ। ଅନୁଷ୍କା ଏବେ କୌଣସି ବଲିଉଡ ପ୍ରୋଜେକ୍ଟରେ କାମ କରୁନାହାନ୍ତି। ଶେଷ ଥର ପାଇଁ ଫିଲ୍ମ ଜିରୋରେ ଅନୁଷ୍କା ଅଭିନୟ କରିଥିଲେ। ଏହି ବଲିଉଡ ଫିଲ୍ମରେ ଅନୁଷ୍କାଙ୍କ ସହ ଅଭିନେତା ଶାହରୁଖ ଖାନ ଅଭିନୟ କରିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.