ଅନୁଷ୍କା ଏମିତି ଲଗାଇଲେ ମୁହଁରେ ତାଲା… ଯେ କ୍ଷମା ମାଗିବାକୁ ପଡିଥିଲା

Published By : Prameya-News7 Bureau | November 03, 2019 IST

ମୁମ୍ବାଇ୩|୧୧: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ନିଜ ମନ୍ତବ୍ୟ ଦେଇଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି। ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ଅଭିଯୋଗ ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର କରିଛନ୍ତି।

{"id":178602}

 ସେ କହିଛନ୍ତି ଯେ, ୱାର୍ଲଡ କପ୍‌ ଚାଲିଥିବା ବେଳେ ବିରାଟ କୋହଲୀଙ୍କ ପତ୍ନୀଙ୍କୁ ବିସିସିଆଇ ସିଲେକ୍ଟରମାନେ  ଚାହା ପିଆଇବାରେ  ବ୍ୟସ୍ତଥିଲେ। ଏହା ଶୁଣି ଅନୁଷ୍କା ବହୁତ ଦୁଃଖିତ ଥିଲେ। ଏଥିପାଇଁ ସେ ନିଜର ବଡ ପ୍ରତିକ୍ରିୟା ଦେଇଥିଲେ। ଏହା ଶୁଣି ଫାରୁଖ କ୍ଷମା ମଧ୍ୟ ମାଗିଥିଲେ।

{"id":178601}

ଏନେଇ ଅନୁଷ୍କା ଗୋଟେ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଆସିଛି। ସେ ପୋଷ୍ଟ କରିଛନ୍ତି ଯେ, ନିଜ ପ୍ରେମିକଙ୍କ ପ୍ରଦର୍ଶନ ନେଇ ଅନୁଷ୍କାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ଅନେକ ଏମିତି କଥା କୁହାଯାଇଛି ଯାହା ଶୁଣି ସେ ଚୁପ ଥିଲେ। ସେ ସବୁବେଳେ ପ୍ରଟୋକଲ ଫଲୋ କରନ୍ତି।

{"id":178603}

ହେଲେ ତଥାପି ତାଙ୍କ ନାଁରେ ଏମିତି ଖବର ଆସେ ଓ କୁହାଯାଇଛି ଯେ, ଅନୁଷ୍କାଙ୍କୁ ବୋର୍ଡରେ ଖାସ ଟ୍ରିଟମେଣ୍ଟ ଦିଆଯାଏ। ଏହାର ଅର୍ଥ ଅନୁଷ୍କା ଶର୍ମା ଫ୍ଲାଇଟ୍‌ ଟିକେଟ ନିଜେ କିଣୁ ନଥିଲେ ବୋଲି ସେ ଲେଖିଛନ୍ତି ।ଯା ହା ପଢିବା ପରେ କିଏ ବି କ୍ଷମା ମାଗିବ ।  ଏହି ପୋଷ୍ଟ ଭାଇରାଲ ହେବା ପରେ ଫାରୁଖ ତାଙ୍କୁ କ୍ଷମା ମାଗିଥିଲେ । ଏହା ପରେ ମାମଲା ଥଣ୍ଡା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.