Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିରାଟ ଓ ରୋହିତଙ୍କ ମଧ୍ୟରେ ବଢିଲା ଶତ୍ରୁତା, ଅନୁଷ୍କା ଶର୍ମା ଦେଲେ ଏମିତି ମନ୍ତବ୍ୟ…

26/07/2019 at 2:36 PM

 ମୁମ୍ବାଇ ୨୬|୭: ୨୦୧୯ ୱାଲର୍ଡପ୍‌ ସେମିଫାଇନାଲରେ ଭାରତ ପରାଜୟ ହେବାକୁ ନେଇ କ୍ୟାପ୍ଟେନ ବିରାଟ କୋହଲୀ ଏବଂ ଓପ୍ନର ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍‌ ନାହିଁ। ଏହି ଖରାପ ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏକ ଚିନ୍ତାର ବିଷୟ ପାଲଟିଛି।

ଉଭୟଙ୍କ ସମ୍ପର୍କ ଭଲ ସ୍ଥିତିରେ ନଥିବାର ବଡ ପ୍ରମାଣ ହେଉଛି ଯେ, ରୋହିତ ଏବେ ବିରାଟଙ୍କ ସ୍ତ୍ରୀ ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କୁ ସୋସିଆଲ ମିଡଆ ଇନଷ୍ଟାରେ ଅନ୍‌ଫଲୋ କରିଛନ୍ତି। ଏହା ପୂର୍ବରୁ ରୋହିତ ପ୍ରଥମେ ଇନ୍‌ଷ୍ଟା ପେଜରୁ କ୍ୟାପ୍ଟେନ ବିରାଟଙ୍କୁ ଅନଫଲୋ କରିଥିଲେ।

ତେବେ ରୋହିତ ଅନୁଷ୍କାଙ୍କୁ ଅନ୍‌ଫଲୋ କରିଥିବା ନେଇ ଏହି ଅଭିନେତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଖରାପ ଧାରଣା । ଏହା ଦ୍ବାରା କଠୋର ସତ୍ୟ ସବୁ ବାହାରକୁ ଆସିବ। ସୂଚନାଯୋଗ୍ୟ ଯେ, ୨୦୧୯ ୱାଲର୍ଡପ୍‌ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରେ ବିରାଟ ଓ ରୋହିତଙ୍କ ମଧ୍ୟରେ  ସମ୍ପର୍କ ଖରାପ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା ।  ଏବେ ଅନୁଷ୍କା ଏହା ପ୍ରମାଣ ମଧ୍ୟ କରିଦେଇଛନ୍ତି ।

ସେ କହିଛନ୍ତି ଯେ, ଗତ ସପ୍ତାହରୁ ବିରାଟ ଓ ରୋହିତଙ୍କ ମଧ୍ୟରେ ଚାଲୁଥିବା ବିବାଦ ପାଇଁ ସେମାନେ ପରସ୍ପରଙ୍କ ସହ କଥା ହେବା ବନ୍ଦ କରିଦେଇଛନ୍ତି। ଏନେଇ ସେ ବହୁତ ଦୁଃଖିତ। ହେଲେ ଏବେ ଯାଏଁ ବିରାଟ୍ ରୋହିତଙ୍କ ପତ୍ନୀ ରିତୀକା ସଜଦେହଙ୍କୁ ଫଲୋ କରୁଛନ୍ତି। ରୋହିତ ଏହି ଫଲୋ ଅନଫଲୋର ପ୍ରକ୍ରିୟା ବହୁତ ଆଗରୁ ଆରମ୍ଭ କରିସାରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ବଢୁଥିବା ଶତ୍ରୁତା ଜୁନିଅର ଖେଳାଳୀଙ୍କ ଉପରେ ପ୍ରଭାବ ନପକାଉ  । ସେଥିପାଇଁ  ଉଭୟ ସମ୍ପର୍କ ଭଲ ହେଇଯାଉ ତାହା ପ୍ରଶଂସକ ଆଶା କରୁଛନ୍ତି। 

   Related Posts