ଏହି ଗୁରୁତର ବେମାରୀ ସହ ସଂଘର୍ଷ କରୁଛନ୍ତି ନାୟିକା ଅନୁଷ୍କା, ତଥାପି ବିଶ୍ବକପରେ ଦେବେ ବୀରାଟଙ୍କ ସାଥ

Published By : Prameya-News7 Bureau | May 22, 2019 IST

ଏକ ଗୁରୁତର ବ୍ୟାଧୀସହ ସଂଘର୍ଷ କରୁଛନ୍ତି ନାୟିକା ଅନୁଷ୍କା ଶର୍ମା । କିଛି ଦିନ ପୂର୍ବରୁ ସେ ନିଜେ ଗଣମାଧ୍ୟମକୁ ତାଙ୍କ ଯନ୍ତ୍ରଣା ସମ୍ପର୍କରେ ଜଣାଇଥିଲେ। ଏ ନେଇ ସୋସାଲ ମିଡିଆରେ ସେ ଏକ ଛବି ମଧ୍ୟ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହୋଇଥିବା ବେଳେ ତାଙ୍କ ଫଟୋକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଫଟୋରେ ଅନୁଷ୍କା ଏକ କ୍ଲିନିକ୍ ସମ୍ମୁଖରେ ଛିଡା ହୋଇଥିବା ଦେଖାଯାଇଥିଲେ। ଏହାକୁ ନେଇ ତାଙ୍କ ଫ୍ୟାନମାନେ ଭିନ୍ନଭିନ୍ନ କଥା ପୋଷ୍ଟ କରିଥିଲେ। କିନ୍ତୁ ବାସ୍ତବତା  ଥିଲା ସମ୍ପୂର୍ଣ୍ଣ ଓଲଟା।

{"id":114851}

ଅନୁଷ୍କା ଦୀର୍ଘ ଦିନରେ ଏହି ରୋଗରେ ପୀଡିତ ହେଲେଣି । ଅନେକ ଚିକିତ୍ସା ମଧ୍ୟ କରାଇଛନ୍ତି। ତେବେ କୌଣସି ସୁଫଳ ମିଳିନି। ଆଜି କାଲି ବେମାରୀ ଯୋଗୁ ସେ ବେଶି ଅସୁସ୍ଥତା ଅନୁଭବ କରୁଛନ୍ତି । ବସି ଉଠି ପାରୁନାହାନ୍ତି, ଏଣୁ ଡାକ୍ତରଙ୍କ ପରାମର୍ଶ ପାଇଁ ସେ କ୍ଲିନିକକୁ ଯାଇଥିଲେ। ଯାହାର ଫଟୋ ସେ ସୋସାଲ ମିଡିଆରେ ପୋଷ୍ଟ କରିଥିଲେ। ବାସ୍ତବରେ ଅନୁଷ୍କା ବଲଜିଙ୍ଗ ଡିସ୍କରେ ଆକ୍ରାନ୍ତ। ଯେଉଁଥି ପାଇଁ ତାଙ୍କ ଅଣ୍ଟାରେ ପ୍ରାୟତଃ  ଯନ୍ତ୍ରଣ ରହୁଛି । ଏଥିପାଇଁ ସେ ଅନେକ ଫିଲ୍ମ ଅଫର ମଧ୍ୟ ପ୍ରତ୍ୟାଖାନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ।

{"id":114854}

ତେବେ ଆଗକୁ ଆଇସିସି ବିଶ୍ବକପ୍ କ୍ରିକେଟ। ରୋଗ ଓ ଯନ୍ତ୍ରଣା ସତ୍ତ୍ବେ ସେ ଟିମ୍ ଇଣ୍ଡିଆ କ୍ୟାପ୍ଚେନ ବୀରାଟଙ୍କୁ ନିଶ୍ଚିତ ସାଥ ଦେବାକୁ ମନସ୍ତ କରିଛନ୍ତି। ମେ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ବକପ୍ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ  ପ୍ରସ୍ଥାନ କରିସାରିଲାଣି। ତେବେ ବିଶ୍ବକପ୍ ବେଳେ ଅନୁଷ୍କା ଷ୍ଟିଡିୟମରେ ରହି ବୀରାଟଙ୍କ ଉତ୍ସାହ ବୃଦ୍ଧି କରିବେ। ଅନୁଷ୍କା ଚାହାନ୍ତିନି ତୋଙ୍କ ଯୋଗୁ ବୀରାଟଙ୍କ ପରଫର୍ମାନ୍ସ ଉପରେ କୌଣସି ପ୍ରଭାବ ପଡୁ।  ଏଣୁ ପୁଣି ଯନ୍ତ୍ରଣା ଆରଣ୍ବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.