ଭାରତୀୟ କ୍ରିକେଟ ତାରକାଙ୍କୁ ବିବାହ କରିବେ ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀ !

Published By : Prameya-News7 Bureau | February 09, 2020 IST

ମୁମ୍ବାଇ୯|୨:  ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ସେ ଅଧିରକାଂଶ ସମୟ ଚର୍ଚ୍ଚାରେ ଥାଆନ୍ତି। ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ବାହୁବଳୀର ୨ ପାର୍ଟରେ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଅଭିନୟ କରିଛନ୍ତି। ଫିଲ୍ମରେ ଅନୁଷ୍କାଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ବେଶ ପ୍ରଶଂସନୀୟ। ଅନୁଷ୍କା ଅନେକ ସାଉଥ ଫିଲ୍ମରେ ଏଭଳି ଅଭିନୟ କରିଛନ୍ତି ଯାହା ତାଙ୍କୁ କାହାଣୀର ମୁଖ୍ୟ ଚରିତ୍ର ବନାଏ।

{"id":222193,"sizeSlug":"large"}

ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି ଅନୁଷ୍କା। ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବଲିଉଡ୍‌ର ଆଗଧାଡ଼ିର ଅନେକ ହିରୋଇନ୍‌ଙ୍କ ଠାରୁ ବି ଅଧିକ। 'ବାହୁବଳି' ଫିଲ୍ମ ରିଲିଜ୍ ହେବା ପରଠାରୁ ତାଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ମଝିରେ ପ୍ରଭାସଙ୍କ ସହିତ ତାଙ୍କର ଆଫେୟାରକୁ ନେଇ ଜୋରସୋର ଚର୍ଚ୍ଚା ହୋଇଥିଲା। ସେମାନଙ୍କ ବିବାହ ଚର୍ଚ୍ଚା ମଧ୍ୟ ହୋଇଥିଲା। କରଣ ଜୋହରଙ୍କ ଶୋ' 'କଫି ୱିଥ୍‌ କରନ୍‌'ରେ ପ୍ରଭାସ ଏହି ବିଷୟରେ ସ୍ପଷ୍ଟ କରି କହିଥିଲେ ଯେ ଅନୁଷ୍କା କେବଳ ତାଙ୍କର ଜଣେ ଭଲ ବନ୍ଧୁ। 

{"id":222194,"sizeSlug":"large"}

ତେବେ ଏବେ ଖବର ଆସିଛି ଯେ ଅନୁଷ୍କା ଜଣେ ଭାରତୀୟ କ୍ରିକେଟରଙ୍କୁ ଡେଟ୍‌ କରୁଛନ୍ତି । କେବଳ ସେତିକି ନୁହେଁ ଖୁବ୍‌ଶୀଘ୍ର ସେମାନେ ବିବାହ ମଧ୍ୟ କରିବେ। ଏ ପର୍ଯ୍ୟନ୍ତ ସେହି କ୍ରିକେଟର ଜଣଙ୍କ ବିଷୟରେ କିଛି ଜଣାପଡ଼ିନାହିଁ। ସୂଚନାଯୋଗ୍ୟ ଯେ, ଅନୁଷ୍କା ଏବେ ନିଜ ଅପ୍‌କମିଂ ଫିଲ୍ମ 'ନିଶବ୍ଦମ୍'କୁ ନେଇ ବ୍ୟସ୍ତ ଅଛନ୍ତି।

{"id":222195,"sizeSlug":"large"}

ଏହି ଫିଲ୍ମରେ ତାଙ୍କ ସହ ଆର୍‌ ମାଧବନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ସାଇଲେଣ୍ଟ ଥ୍ରୀଲର୍‌ ଫିଲ୍ମ ବୋଲି କୁହାଯାଇଛି। ଅନୁଷ୍କା ଏଥିରେ ଜଣେ ମୂକ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ମାସ ୨୧ ତାରିଖରେ ରିଲିଜ୍ ହେବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.