ବିରାଟ କୋହଲିଙ୍କ ପୂର୍ବରୁ ଅନୁଷ୍କା ଶର୍ମାଙ୍କର ଥିଲେ ୬ଜଣ ବୟଫ୍ରେଣ୍ଡ : ଜାଣନ୍ତୁ କିଏ?
20/10/2019 at 1:05 PM

ମୁମ୍ବାଇ ୨୦/୧୦: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ବର୍ଷ ଭାରତୀୟ କ୍ରିକେଟର ବିରାଟ କୋହଲୀଙ୍କୁ ବିବାହ କରିଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ବିରାଟ କୋହଲୀଙ୍କ ପୂର୍ବରୁ ଅନୁଷ୍କାଙ୍କ ୬ଜଣ ବୟଫ୍ରେଣ୍ଡ ଥିଲେ। ଆସନ୍ତୁ ଜାଣିବା ତାଙ୍କର ୬ଜଣ ବୟଫ୍ରେଣ୍ଡଙ୍କ ବିଷୟରେ

୧.ଜୋହେବ୍ ୟୁସୁଫ : ଅନୁଷ୍କା ଶର୍ମାଙ୍କ ମଡେଲିଂ କ୍ୟାରିୟର ସମୟରେ ଜୋହେବ ୟୁସୁଫ ତାଙ୍କର ବୟଫ୍ରେଣ୍ଡ ଥିଲେ। ଉଭୟେ ମଡେଲିଂ ସମୟରେ ବେଙ୍ଗାଲୁରୁରେ ଭେଟିଥିଲେ।

୨. ରଣବୀର ସିଂହ : ବଲିଉଡରେ ଅନୁଷ୍କା ଶର୍ମା ସର୍ବପ୍ରଥମେ ରଣବୀର ସିଂହଙ୍କ ସହ ସମ୍ପର୍କରେ ଥିଲେ। ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ସମୟରେ ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ କିନ୍ତୁ ଅନୁଷ୍କା ଏହାକୁ ଅସ୍ବୀକାର କରିଥିଲେ।

୩. ରଣବୀର କପୁର : ବଲିଉଡରେ ସଫଳତା ପରେ ରଣବୀର ଏବଂ ଅନୁଷ୍କା ଶର୍ମା ,କରଣ ଜୋହରଙ୍କ ଏକ ପାର୍ଟିରେ ପରସ୍ପରକୁ ଭେଟିଥିଲେ। ସେବେଠୁ ତାଙ୍କ ପ୍ରେମର ଆରମ୍ଭ ହୋଇଥିଲା। ଏହା ଅନୁଷ୍କାଙ୍କ ସବୁଠୁ ଘନିଷ୍ଠ ସମ୍ପର୍କ ଥିଲା।

୪.ଶାହିଦ କପୁର : ‘ମେରେ ବ୍ରଦର କି ଦୁଲ୍ହନ’ର ସଫଳତା ପରେ ଇମରାନ ଖାନଙ୍କ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନୁଷ୍କା ଶର୍ମା ଏବଂ ଶାହିଦ କପୁର କିସ୍ କରୁଥିବା ନଜର ଆସିଥିଲେ।

୫. ସୁରେଶ ରୈନା : ଏହି ତାଲିକାରେ ସୁରେଶ ରୈନାଙ୍କ ନାଁ ମଧ୍ୟ ସାମିଲ ରହିଛି। ରୈନା ଏବଂ ଅନୁଷ୍କା ଖୁବ୍ ଭଲ ସାଙ୍ଗ ଥିଲେ। ଏମାନଙ୍କ ପ୍ରେମ ସମ୍ପର୍କ ଖବର ମିଡିଆରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା।

୬. ଅର୍ଜ୍ଜୁନ କପୁର : ଅର୍ଜ୍ଜୁନ କପୁର ଏବଂ ଅନୁଷ୍କା ଶର୍ମା ପରସ୍ପରର ନିକଟତର ହୋଇଥିଲେ। ଗୁଜବ ଶୁଣିବାକୁ ମିଳିଥିଲା ଯେ ଦୁହେଁ ଜୁହୁ ବିଚ୍ ଏବଂ ୟଶ ରାଜ ଟକିଜରେ ଦୀର୍ଘ ସମୟ ବିତାଇଥିଲେ।
