Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପାଣ୍ଡ୍ୟାଙ୍କ ପରିବାର ସହ ନୂଆବର୍ଷ ପାଳିଲେ ବିରୁଷ୍କା, ଇନଷ୍ଟାରେ ଫଟୋ ସେୟାର କଲେ କୋହଲି

1/01/2021 at 8:40 PM

ନୂଆଦିଲ୍ଲୀ ୦୧/୦୧ : ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା  ଶର୍ମା ନୂଆ ବର୍ଷ ୨୦୨୧କୁ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାଙ୍କୋଭିକ୍ ସହ ସ୍ବାଗତ କରିଛନ୍ତି । କୋହଲି ତାଙ୍କ ଇନଷ୍ଟାଗ୍ରାମରେ ଏହାର ଏକ ଫଟୋ ସେୟାର କରିଛନ୍ତି । ୨ କ୍ରିକେଟର ଏବଂ ତାଙ୍କ ପତ୍ନୀ ସହ ତାଙ୍କର କିଛି ବନ୍ଧୁ ଏକ ଡାଇନିଂ ଟେବୁଲରେ ବସିଥିବାର ଫଟୋ ସେୟାର କରିଛନ୍ତି କୋହଲି ।

ଅନୁଷ୍କା ଏକ କଳା ଏବଂ ସୁନେଲୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହ ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ସେହି ସମାନ ଫଟୋକୁ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ସେ କ୍ୟାପସନ୍‌ରେ ଲେଖିଛନ୍ତି, ନୂଆ ବର୍ଷକୁ ବନ୍ଧୁମାନଙ୍କ ସହ ସ୍ବାଗତ । ଏହା ସହ ନୂଆ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ହାର୍ଦ୍ଧିକ ।

ଚଳିତ ଜାନୁୟାରୀରେ ଅନୁଷ୍କା ଏବଂ ବିରାଟ ମାତା-ପିତା ହେବା ନେଇ ଆଶାବାଦୀ ଅଛନ୍ତି । ନିକଟରେ ଅନୁଷ୍କା ଶର୍ମା ଏକ ଫ୍ୟାଶନ ମାଗାଜିନ ସହିତ ମାତୃତ୍ୱ ଫଟୋ ସୁଟ୍ କରିଥିବା ନଜର ଆସିଥିଲେ । ସେ ପ୍ରଥମେ ଲକଡାଉନ୍ ସମୟରେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ କିନ୍ତୁ କରୋନାଭାଇରସ୍ ଲକଡାଉନ କାରଣରୁ ସେ ଏହାକୁ ସର୍ବସମ୍ମୁଖରେ ପ୍ରକାଶ କରିନଥିଲେ । ପରେ ସେ ଏହାକୁ ସମସ୍ତଙ୍କ ସହ ସେୟାର କରିଥିଲେ । କ୍ରିକେଟ୍ ସିରିଜ ଚାଲୁ ରହିଥିବା ବେଳେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ପିତୃତ୍ବ ଅବକାଶ ପାଇଁ ଭାରତ ଫେରିଛନ୍ତି ବିରାଟ କୋହଲି ।

   Related Posts