Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଅଭିନନ୍ଦନ ବିରୁଷ୍କା : ବାପା ହେଲେ ବିରାଟ କୋହଲି, କ୍ରିକେଟର ପତି ଓ ଅଭିନେତ୍ରୀ ପତ୍ନୀଙ୍କୁ ଶୁଭେଚ୍ଛାର ସୁଅ

11/01/2021 at 4:42 PM

ନୂଆଦିଲ୍ଲୀ ୧୧/୦୧ : କନ୍ୟା ସନ୍ତାନର ପିତା ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି । ଏ​‌ ନେଇ କୋହଲି ଖୁସି ବ୍ୟକ୍ତ କରିବା ସହ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଟ୍ବିଟ୍ କରି ବିରାଟ କୋହଲି କହିଛନ୍ତି, ‘ସୋମବାର ଅପରାହ୍ନରେ ଆମର ଏକ ଶିଶୁ କନ୍ୟା ଜନ୍ମ ନେଇଛି । ସମସ୍ତଙ୍କ ଆଶିର୍ବାଦ, ପ୍ରାର୍ଥନା ଏବଂ ଭଲପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଅନୁଷ୍କା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଏକ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଆଶା କରୁଛୁଆପଣମାନେ ସେମିତି ଆମକୁ ଭଲାପାଇବା ଜାରି ରଖିବେ’ ।

ବିରାଟ ପିତା ହେବା ଖବର ଶୁଣିବା ପରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ତଥା ଦେଶ ବାହାରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କର ଲକ୍ଷ୍ୟ ଲକ୍ଷ୍ୟ ପ୍ରଶଂସକ ଅଛନ୍ତି । ତେବେ ଉଭୟ ପାତାପତା ଖବର ପ୍ରଚାର ହେବା ପରେ ସାଥୀ ଶୁଭେଚ୍ଛୁ, ପ୍ରଶଂସକମାନଙ୍କ ଠାରୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି ।

   Related Posts