ଅନୁଷ୍କା ଶର୍ମା ମଧ୍ୟ ବିଶ୍ୱାସ କରନ୍ତି ବାବାଙ୍କ ଉପରେ : କିଏ ଏହି ବାବା ଯାହାଙ୍କୁ ଏତେ ବିଶ୍ୱାସ କରନ୍ତି ଅନୁଷ୍କା, ଜାଣନ୍ତୁ

Published By : Prameya-News7 Bureau | May 02, 2019 IST

ମୁମ୍ବାଇ ୨/୫ : ବଲିଉଡ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଜଣେ ବାବାଙ୍କ ଭକ୍ତ | ସେ ମଧ୍ୟ ଜଣେ ବାବାଙ୍କ ଉପରେ ବହୁତ ବିଶ୍ଵାସ କରନ୍ତି | ଏପରିକି ସବୁ କାମ କରିବା ପୂର୍ବରୁ ସେ ବାବାଙ୍କ ସହ ଯୋଗାଯୋଗ କରି ତାଙ୍କ ଉପଦେଶ ନେଇଥାନ୍ତି | ଅନୁଷ୍କା ଶର୍ମା ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି |

{"id":110002,"width":574,"height":477}


ନିକଟରେ ଏକ ଇଣ୍ଟରଭିୟୁରେ ବିରାଟ କୋହଲି ମଧ୍ୟ ସ୍ୱୀକାର କରିଥିଲେ ଯେ ଅନୁଷ୍କା ବହୁତ ଧର୍ମ ବିଶ୍ୱାସୀ | ଅନୁଷ୍କାଙ୍କୁ ବିବାହ କରି ସେ ମଧ୍ୟ ଧାର୍ମିକ ପ୍ରବୃତିର ହୋଇଗଲେଣି ବୋଲି ବିରାଟ କହିଥିଲେ |

{"id":110005}


ହରିଦ୍ୱାରରେ ରହୁଥିବା ଅନନ୍ତ ବାବାଙ୍କୁ ଅନୁଷ୍କା ଶର୍ମା ବହୁତ ବିଶ୍ୱାସ କରନ୍ତି | ଅନନ୍ତ ବାବାଙ୍କୁ ପଚାରି, ତାଙ୍କ ସହ ପରାମର୍ଶ କରି ଅନୁଷ୍କା ସବୁ କାମ କରିଥାନ୍ତି | ଜୀବନରେ ଯାହା ବି ଚିତା ବଡ ନିଷ୍ପତ୍ତି ସେ ବାବାଙ୍କୁ ପଚାରି ନିଅନ୍ତି | ଅନନ୍ତ ବାବା ବିରାଟ ଏବଂ ଅନୁଷ୍କାଙ୍କ ବିବାହ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ | ଅନନ୍ତ ବାବା ଅନୁଷ୍କା ଶର୍ମାଙ୍କ ପରିବାର ସହ ଅନୁଷ୍କାଙ୍କ ବିବାହରେ ଯୋଗ ଦେବା ପାଇଁ ଇଟାଲୀ ଯାଇଥିଲେ |

{"id":110003,"width":572,"height":322}


ଅନୁଷ୍କା ନିଜର ପ୍ରଥମ ଫିଲ୍ମ ରିଲିଜ ହେବା ପୂର୍ବରୁ ହରିଦ୍ୱାର ଅନନ୍ତ ଧାମ ଯାଇ ବାବାଙ୍କ ଆଶୀର୍ବାଦ ନେଇଥିଲେ | ଅନୁଷ୍କାଙ୍କ ପ୍ରଥମ ଫିଲ୍ମ ମଧ୍ୟ ହିଟ ହୋଇଥିଲା | ଏହାପରେ ଅନୁଷ୍କା ଯେବେ ବି ମାନସିକ ଅଶାନ୍ତି ଅନୁଭବ କରନ୍ତି ସେ ହରିଦ୍ୱାର ସ୍ଥିତ ଅନନ୍ତ ବାବା ଆଶ୍ରମ ଯାଇ ବାବାଙ୍କ ସହ କଥାବାର୍ତ୍ତା କରିଥାନ୍ତି |

{"id":110004}


ଅନନ୍ତ ବାବାଙ୍କ ଅସଲି ନାଁ ପ୍ରଦୀପ ଅଗ୍ନିହୋତ୍ରୀ | ସେ ନିକଟବର୍ତ୍ତୀ ଏକ ଗାଁରେ ଜନ୍ମ ହୋଇଥିଲେ | ଯେତେବେଳେ ତାଙ୍କୁ ୧୫ ବର୍ଷ ବୟସ ହୋଇଥିଲା ସେ ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.