Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସୁନୀଲ ଗାଭାସ୍କରଙ୍କୁ ସମର୍ଥନ ଜଣାଇଲେ ଇରଫାନ୍ ପଠାନ୍: କିଛି ନ କହି ପରୋକ୍ଷରେ ଅନୁଷ୍କାଙ୍କୁ କଲେ ଟାର୍ଗେଟ୍

26/09/2020 at 1:22 PM

ନୂଆଦିଲ୍ଲୀ ୨୬/୦୯ : କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପରେ ଭାରତର ପୂର୍ବତନ ଅଧିନାୟକ ତଥା କମେଣ୍ଟେଟର ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଦେଇଥିବା ମନ୍ତବ୍ୟ ପରେ ଅନେକ ଆଲୋଡ଼ନ ସୃଷ୍ଟି କରିଛି । ଗାଭାସ୍କର ଅନ ଏୟାର କହିଥିଲେ ଯେ କୋହଲି ଲକଡାଉନ ସମୟରେ କେବଳ  ଅନୁଷ୍କା ଶର୍ମାଙ୍କ ବୋଲିଂକୁ ସାମ୍ନା କରିଛନ୍ତି । ଗାଭାସ୍କରଙ୍କ ଏହି ମନ୍ତବ୍ୟ ପରେ ଅନୁଷ୍କାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା । ମ୍ୟାଚ୍‌ର ଗୋଟିଏ ଦିନ ପରେ ଅନୁଷ୍କା ସୋସିଆଲ ମିଡିଆ ମାଧ୍ୟମରେ ଗାଭାସ୍କରଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ । ପୂର୍ବତନ ଅଧିନାୟକ ଗାଭାସ୍କରଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ସମର୍ଥନ କରିଥିଲେ । ଭାରତର ପୂର୍ବତନ ଖେଳାଳି ଇରଫାନ ପଠାନ ମଧ୍ୟ ଗାଭାସ୍କରଙ୍କ ସମର୍ଥନରେ ଆସି ପରୋକ୍ଷରେ ଅନୁଷ୍କା ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି ।

ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ ଯେ, “ସୁନୀଲ ଗାଭାସ୍କର, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ମନ୍ତବ୍ୟ  ଅତ୍ୟନ୍ତ ଅପ୍ରୀତିକର । ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଯେ ଆପଣ କାହିଁକି ଏପରି ମନ୍ତବ୍ୟ ଦେଉଛନ୍ତି ଏବଂ କ୍ରିକେଟରଙ୍କ ଖେଳ ପାଇଁ ଆପଣ ତାଙ୍କ ପତ୍ନୀଙ୍କୁ କାହିଁକି ଦୋଷ ଦେଉଛନ୍ତି । ମୁଁ ଭଲ ଭାବେ ଜାଣିଛି, ଗତ କିଛି ବର୍ଷରେ ଆପଣ ପ୍ରତ୍ୟେକ କ୍ରିକେଟର୍ସଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିଛନ୍ତି । ତେବେ କଣ ଆପଣ ଭାବୁ ନାହାନ୍ତି ଯେ ମୋ ସହିତ ମଧ୍ୟ ଏହିଭଳି ହେବା ଉଚିତ ।”  

ଅନୁଷ୍କାଙ୍କ ଏହି ଟ୍ୱିଟ ପରେ ଇରଫାନ ପଠାନ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । ଇରଫାନ କହିଛନ୍ତି, ‘ମୁଁ ସବୁବେଳେ ଆପଣଙ୍କୁ ସମ୍ମାନ ଦିଏ ସୁନୀଲ ଗାଭାସ୍କର ସାର ।’ ଅନୁଷ୍କା ଗାଭାସ୍କରଙ୍କ ବୟାନକୁ ଅପ୍ରିୟ କହିଥିବା ଟ୍ୱିଟର ଜବାବରେ ଇରଫାନ ଏହିଭଳି ଟ୍ୱିଟ କରିଛନ୍ତି ।

   Related Posts