ଶୀଘ୍ର ମିଳିବ ଖୁସି ଖବର : କୋହଲିଙ୍କ ସହ କ୍ଲିନିକରେ ନଜର ଆସିଲେ ଅନୁଷ୍କା ଶର୍ମା

Published By : Prameya-News7 Bureau | January 07, 2021 IST

ମୁମ୍ବାଇ ୦୭/୦୧ : ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଅଛନ୍ତି। ନିଜ ଗର୍ଭାବସ୍ଥା ସମୟକୁ ସେ ମନ ଭାରି ଉପଭୋଗ କରୁଛନ୍ତି। ଅନୁଷ୍କା ଗର୍ଭବତୀ ଥିବାବେଳେ ବି ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି। ସେ ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛି କିଛି ପୋଷ୍ଟ କରିଥାନ୍ତି ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥାଏ। ଗୁରୁବାର ଦିନ ସେ ସ୍ୱାମୀ ବିରାଟ କୋହଲିଙ୍କ ସହ ବାନ୍ଦ୍ରାର ଏକ କ୍ଲିନିକକୁ ଯାଇଥିଲେ।

{"id":388409,"sizeSlug":"large","linkDestination":"none"}

ଅନୁଷ୍କା ଶର୍ମା ଏହି ଜାନୁଆରୀ ମାସରେ ନିଜର ପ୍ରଥମ ଶିଶୁକୁ ଜନ୍ମ ଦେଇ ମା' ହେବାର ସୌଭାଗ୍ୟ ପାଇବେ। ତାଙ୍କୁ କୋହଲିଙ୍କ ସହ କ୍ଲିନିକ ବାହାରେ ଦେଖିବା ପରେ ତାଙ୍କର ପ୍ରସବକୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୋହଲି ଓ ଅନୁଷ୍କାଙ୍କ ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି।

{"id":388412,"sizeSlug":"large","linkDestination":"none"}

ଫଟୋ ସାମ୍ନାକୁ ଆସିବା ପରେ ଖୁବ ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବା ନେଇ ପ୍ରଶଂସକ ଅନୁମାନ କରିଛନ୍ତି। କିନ୍ତୁ ଅନୁଷ୍କା ଏବେ ବି ସମ୍ପୂର୍ଣ୍ଣ ନର୍ମାଲ୍ ଅଛନ୍ତି। ଆଜି ସେ କୋହଲିଙ୍କ ସହ ରୁଟିନ୍ ଚେକଅପ୍ ପାଇଁ କ୍ଲିନିକ ଯାଇଥିଲେ।

{"id":388411,"sizeSlug":"large","linkDestination":"none"}

ରୁଟିନ ଚେକଅପ ପରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଭୋଜନ ପାଇଁ ରେସ୍ତୋରାଁ ଯାଇଥିଲେ। ସେଠାରେ ମଧ୍ୟ ଦୁଇ ସେଲିବ୍ରିଟି ସ୍ପଟ ହୋଇଥିଲେ। ଅନୁଷ୍କାଙ୍କ ଗର୍ଭାବସ୍ଥା ଲୁକ ବହୁତ ଷ୍ଟାଇଲିସ ଥିଲା। ସେ କଳା ରଙ୍ଗର ଏକ ଢିଲା ୱାନ୍ ପିସ୍ ରେ ନଜର ଆସିଥିଲେ। ବିରାଟ କୋହଲି ମଧ୍ୟ ପ୍ରତି ମୁହୂର୍ତ୍ତରେ ତାଙ୍କର ଯତ୍ନ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.